ଆଉ ଏହିପରି ଭାବରେ ପିଏମ ମୋଦି ପୂରଣ କଲେ 'ଦିଦି'ଙ୍କ ଦାବି
Advertisement
Article Detail0/zeeodisha/odisha1266920

ଆଉ ଏହିପରି ଭାବରେ ପିଏମ ମୋଦି ପୂରଣ କଲେ 'ଦିଦି'ଙ୍କ ଦାବି

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ମମତା ସରକାର (Mamata Government) ଙ୍କ ବିରୋଧରେ ସର୍ବଦା ସ୍ୱର ଉତ୍ତୋଳନ କରୁଥିବା ରାଜ୍ୟପାଳ ଜଗଦୀପ ଧନଖର (Jagdeep Dhankhar) ଙ୍କୁ ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ଏନଡିଏ (NDA) ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛି । ଲୋକସଭା ଓ ରାଜ୍ୟସଭାରେ

ଆଉ ଏହିପରି ଭାବରେ ପିଏମ ମୋଦି ପୂରଣ କଲେ 'ଦିଦି'ଙ୍କ ଦାବି

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ମମତା ସରକାର (Mamata Government) ଙ୍କ ବିରୋଧରେ ସର୍ବଦା ସ୍ୱର ଉତ୍ତୋଳନ କରୁଥିବା ରାଜ୍ୟପାଳ ଜଗଦୀପ ଧନଖର (Jagdeep Dhankhar) ଙ୍କୁ ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ଏନଡିଏ (NDA) ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛି । ଲୋକସଭା ଓ ରାଜ୍ୟସଭାରେ ଏନଡିଏର ଯେଉଁ ସଂଖ୍ୟାବଳ ରହିଛି, ସେଥିରୁ ତାଙ୍କର ବିଜୟକୁ ନେଇ କୌଣସି ସନ୍ଦେହ ନାହିଁ । ସେ ନିଜ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ପଶ୍ଚିମ ବଙ୍ଗ ରାଜ୍ୟପାଳ ପଦ ଛାଡିଥିଲେ । ଧନଖରଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ ​ଆଗାମୀ ବର୍ଷ ​ରାଜସ୍ଥାନ ଓ ୨୦୨୪ରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜାଟ ଓ ଚାଷୀ ଭୋଟ୍ ବ୍ୟାଙ୍କ ସହ ଯୋଡ଼ି ଦେଖାଯାଉଛି ଅଛି ।

ସେପଟେ ପଶ୍ଚିମବଙ୍ଗରେ ଏହାକୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ (Mamata Banerjee) ଙ୍କ ଦାବି ପୂରଣ ହେବାର ଦୃଷ୍ଟିରୁ ମଧ୍ୟ ଦେଖାଯାଉଛି । କାରଣ ମମତା ରାଜ୍ୟପାଳ ପଦରୁ ଧନଖରଙ୍କୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ବିଗତ ଦେଢ଼ ବର୍ଷ ଧରି ଦାବି କରିଆସୁଥିଲେ । ବର୍ତ୍ତମାନ ଯେତେବେଳେ ଉପରାଷ୍ଟ୍ରପତି ହେବା ପାଇଁ ଧନଖର ନିଜ ପଦ ତ୍ୟାଗ କରିଛନ୍ତି ତ ରାଜ୍ୟର କିଛି ଲୋକ ପିଏମ ମୋଦିଙ୍କ ଦ୍ୱାରା ମମତା ବାନାର୍ଜୀଙ୍କ ଦାବି ପୂରଣ କରିବା ଭାବେ ଦେଖୁଛନ୍ତି । ଧନଖରଙ୍କ ଯିବା ପରେ ତୃଣମୂଳ କଂଗ୍ରେସ ନେତା ତଥା ବଙ୍ଗଳା ପ୍ରଶାସନର ଅଧିକାରୀମାନେ ଟିକେ ଆଶ୍ୱସ୍ତି ଅନୁଭବ କରୁଛନ୍ତି, କିନ୍ତୁ ବୋଧେ ପରବର୍ତ୍ତୀ ରାଜ୍ୟପାଳ ବର୍ତ୍ତମାନ କିପରି ରହିବେ ସେ ନେଇ ମଧ୍ୟ ସେମାନେ ଚିନ୍ତିତ ଅଛନ୍ତି?

ରାଜ୍ୟପାଳ ଧନଖରଙ୍କ ସହ ମମତାଙ୍କ ମୁହାଁମୁହିଁ ପରିସ୍ଥିତି ଏତେ ମାତ୍ରାରେ ପହଞ୍ଚିଛି ଯାଇଥିଲା ଯେ ଗତ ମାସରେ ବିଧାନସଭାର ମୌସୁମୀ ଅଧିବେଶନରେ ରାଜ୍ୟର ତିନି ଡଜନରୁ ଅଧିକ ବିଶ୍ୱବିଦ୍ୟାଳୟରୁ ରାଜ୍ୟପାଳଙ୍କ ଅଧିକାରକୁ ରଦ୍ଦ କରିବାକୁ ଏକ ବିଧେୟକ ପାରିତ ହୋଇଥିଲା । ଯେଉଁଥିରେ କୁଳାଧିପତି ଓ ଭିଜିଟର ପଦରୁ ରାଜ୍ୟପାଳଙ୍କୁ ହଟାଇ ଦିଆଯାଇଥିଲା ଓ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କୁ ନିଯୁକ୍ତ କରିବାର ପ୍ରାବଧାନ କରାଯାଇଥିଲା । କିନ୍ତୁ ଯେତେବେଳେ ଉକ୍ତ ବିଧେୟକ ଅନୁମୋଦନ ପାଇଁ ରାଜ ଭବନକୁ ପଠାଗଲା, ସେତେବେଳେ ଧନଖର ଏହାକୁ ସରକାରଙ୍କୁ ଫେରାଇ ଦେଇଥଲେ । ବର୍ତ୍ତମାନ ନୂତନ ରାଜ୍ୟାପଳ ଆସିବେ, ଉକ୍ତ ବିଲ୍ ସହିତ ସେ କ'ଣ କରିବେ, କେବଳ ସମୟ କହିବ । ଗତ ତିନିବର୍ଷ ମଧ୍ୟରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଧନଖର ଯେଉଁଭଳି ଭାବରେ ସମାଲୋଚନା କରିଛନ୍ତି, ତାହା ପୂର୍ବରୁ ଦେଖାଯାଇ ନଥିଲା  ।

ଏହା ବି ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଏହି ରାଜ୍ୟ ସରକାର କଲେ ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନଙ୍କ ପାଲଟା ଆକ୍ରମଣରେ ନୱାଜ ସରିଫ ଚିତ୍, ସେନା ମୁଖ୍ୟ ବାଜୱାଙ୍କ ମଧ୍ୟ ଯିବ ଗାଦି!

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେଙ୍କ ଦଳରେ ଉଦ୍ଧବ ଠାକରେଙ୍କୁ କରାଗଲା ଅଧ୍ୟକ୍ଷ, ଗଠନ ହେଲା ଦଳର ନୂଆ ଜାତୀୟ କାର୍ଯ୍ୟକାରିଣୀ

 

ତାଙ୍କ ସମାଲୋଚନାରୁ ମମତା ବାନାର୍ଜୀ ଏତେ ବିରକ୍ତ ହୋଇଥିଲେ ଯେ ସେ ଟ୍ୱିଟରରେ ଧନଖରଙ୍କୁ ମଧ୍ୟ ଅନଫୋଲୋ କରିଦେଇଥିଲେ । ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଧନଖରଙ୍କ ନାମ ଘୋଷଣା ହେବା ଦିନଠାରୁ ଟିଏମସି (TMC) ଚୁପ୍ ରହିଛି । କୌଣସି ଆଧିକାରୀକ ପ୍ରତିକ୍ରିୟା ଆସି ନାହିଁ । ଟିଏମସି ସାଂସଦ ସୌଗତ ରୟ ଓ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କେବଳ କହିଛନ୍ତି ଯେ ମମତାଙ୍କୁ ବିରୋଧ ଓ ଅପମାନିତ କରିଥିବାରୁ ବିଜେପି ତାଙ୍କୁ ପୁରସ୍କୃତ କରିଛି ।