Bharat Jodo Yatra: ଦଳୀୟ ପୋଷ୍ଟରରେ ପୁଣି ସ୍ଥାନ ପାଇଲା ସାବରକରଙ୍କ ଫଟୋ, ଅସାମାଜିକ ବ୍ୟକ୍ତିଙ୍କୁ ଦାୟୀ କଲା କଂଗ୍ରେସ
Advertisement
Article Detail0/zeeodisha/odisha1383602

Bharat Jodo Yatra: ଦଳୀୟ ପୋଷ୍ଟରରେ ପୁଣି ସ୍ଥାନ ପାଇଲା ସାବରକରଙ୍କ ଫଟୋ, ଅସାମାଜିକ ବ୍ୟକ୍ତିଙ୍କୁ ଦାୟୀ କଲା କଂଗ୍ରେସ

Veer Savarkar: ପୁଣି ଚର୍ଚ୍ଚାରେ ସାବରକରଙ୍କ ଫଟୋ। ଭାରତ ଯୋଡୋ ଯାତ୍ରା ପୋଷ୍ଟର ରେ ପୁଣି ସାମ୍ନାକୁ ସାବରକରଙ୍କ ଫଟୋ ଆସିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ। ଅସାମାଜିକ ବ୍ୟକ୍ତିଙ୍କୁ କଂଗ୍ରେସ ଦାୟୀ କରିଛି।

Bharat Jodo Yatra: ଦଳୀୟ ପୋଷ୍ଟରରେ ପୁଣି ସ୍ଥାନ ପାଇଲା ସାବରକରଙ୍କ ଫଟୋ, ଅସାମାଜିକ ବ୍ୟକ୍ତିଙ୍କୁ ଦାୟୀ କଲା କଂଗ୍ରେସ

Congress Poster Controversy: ବିବାଦରେ ସାବରକରଙ୍କ ପୋଷ୍ଟର । ଭାରତ ଯୋଡୋ ଯାତ୍ରାରେ ବିବାଦ ଭିତରକୁ ପୁଣି ଆସିଛି ସାବରକରଙ୍କ ଫଟୋ ।  କଂଗ୍ରେସ ଜାରି ରଖିଥିବା ଭାରତ ଯୋଡ଼ୋ ଯାତ୍ରାର ଗୋଟିଏ ପୋଷ୍ଟରରେ ପୁଣି ବିନାୟକ ଦାମୋଦର ସାବରକରଙ୍କ ଫଟୋ ଦେଖିବାକୁ ମିଳିଛି । କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଇତିମଧ୍ୟରେ କର୍ଣ୍ଣାଟକରେ ପହଞ୍ଚିଛିଥିବାବେଳେ ଆଜି  କର୍ଣ୍ଣାଟକର ମାଣ୍ଡ୍ୟାରେ ଭାରତ ଯୋଡ଼ୋ ପଦଯାତ୍ରା କରୁଥିବା ବେଳେ ଏକାଧିକ ପୋଷ୍ଟର ଲଗା ଯାଇଥିଲା। ଏଥିରୁ ଗୋଟିଏରେ ରାହୁଲ ଗାନ୍ଧିଙ୍କ ଫଟୋ ଲାଗିଥିବା ବେଳେ ସେଥିରେ ସାବରକରଙ୍କ ଛବି ମଧ୍ୟ ଦେଖିବାକୁ ମିଳିଥିଲା । ଏହାସହିତ ସେହି ପୋଷ୍ଟରରେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଫଟୋ ମଧ୍ୟ ରହିଛି। ପୋଷ୍ଟର ର କ୍ରେଡିଟ କଂଗ୍ରେସର ଶାନ୍ତି ନଗର ବିଧାୟକ ନଲାପଦ ଅହମଦ ହାରିଶଙ୍କୁ ଦିଆଯାଇଛି। ଏହାର ଅର୍ଥ ସୌଜନ୍ୟରେ ହାରିଶଙ୍କ ନାଁ ରହିଛି। ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କଂଗ୍ରେସ ଏପରି ପୋଷ୍ଟର କୌଣସି ଠାରେ ଲଗାଇ ନଥିବା କହିଛି।

ତେବେ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଂଗ୍ରେସ ଏହାର ସନ୍ଧାନ ନେଇଥିବା ବେଳେ ପୋଷ୍ଟରକୁ ନେଇ ପୋଲିସରେ ଏତଲା ଦେବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ନେତା ମହମ୍ମଦ ନଲପଦ ଏହା ଅସାମାଜିକ ବ୍ୟକ୍ତିଙ୍କ ବଦମାସି ବୋଲି  କହିଛନ୍ତି। ଆମ ଦଳ ପକ୍ଷରୁ ଏପରି ପୋଷ୍ଟର କେଉଁଠାରେ ଲଗାଯାଇନଥିବା ସେ କହିଥିବା ବେଳେ ଏ ନେଇ ମାଣ୍ଡ୍ୟା ଜିଲ୍ଲାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି। କଂଗ୍ରେସ ସବୁବେଳେ ସାବରକରଙ୍କୁ ବିରୋଧ କରୁଛି । ଏପରି ସ୍ଥିତିରେ ତାଙ୍କ ଫଟୋ ଭାରତ ଯୋଡ଼ୋ ଯାତ୍ରାର ପୋଷ୍ଟରରେ ଲଗାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ପୋଷ୍ଟରରେ ଟାମ୍ପରିଂ ହୋଇଛି ଓ ଦୁର୍ବୃତ୍ତମାନେ ଏପରି କରିଛନ୍ତି ବୋଲି କଂଗ୍ରେସ କହିଛି।

ସେହିପରି ଏପରି ପୋଷ୍ଟର ବିରୋଧରେ ଦଳ ପୁଲିସ୍‌ରେ ଅଭିଯୋଗ କରିବ ବୋଲି ମଧ୍ୟ କହିଛି। ବିଧାୟକ ହାରିଶ କହିଛନ୍ତି, “ମାଣ୍ଡ୍ୟା ଜିଲ୍ଲାରେ ଦୁର୍ବୃତ୍ତମାନେ ଏପରି ପୋଷ୍ଟର ଲଗାଇଛନ୍ତି। ଏହା ବିରୋଧରେ ଆମେ ପୁଲିସ୍‌ରେ ଅଭିଯୋଗ କରିବୁ।”

ଏଠାରେ ଜଣାଇବାକୁ ଚାହିଁବୁ ଯେ, ୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ୩୦ ସେପ୍ଟେମ୍ବର ଦିନ କର୍ଣ୍ଣାଟକରେ ପ୍ରବେଶ କରିଥିଲା। ଯାତ୍ରାକୁ ସ୍ୱାଗତ କରିବା ଲାଗି ଲଗାଯାଇଥିବା ପୋଷ୍ଟରରୁ ୪୦ଟିକୁ କେହି ଚିରି ବିକୃତ କରି ଦେଇଥିବା ପ୍ରଥମ ଦିନ ଦେଖାଯାଇଥିଲା। କଂଗ୍ରେସର ଫଟା ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏଥିଲାଗି କଂଗ୍ରେସ ବିଜେପିକୁ ଦାୟୀ କରିଥିଲା। ଏହା ପୂର୍ବରୁ ମଧ୍ୟ କଂଗ୍ରେସର ପୋଷ୍ଟରରେ ସାଭରକରଙ୍କ ଛବି ଭାଇରାଲ ହୋଇଥିଲା। ତେବେ ସେତେବେଳେ କଂଗ୍ରେସ ଏହାକୁ ପ୍ରିଣ୍ଟିଂ ମିଷ୍ଟେକ କହି ଟାଳି ଯାଇଥିଲା। ଭାରତ ଯୋଡୋ ଯାତ୍ରା ଲାଗି ଏପରି ବ୍ୟାନର ଓ ପୋଷ୍ଟର କେରଳରେ ଲଗାଯାଇଥିଲା। ପୋଷ୍ଟରକୁ ନେଇ ବିଜେପି ସେତେବେଳେ କଂଗ୍ରେସକୁ ଘେରିଥିଲା।  

ଏହାପୂର୍ବରୁ ସେପ୍ଟେମ୍ବର ୨୧ରେ କେରଳରେ ମଧ୍ୟ ଭାରତ ଯୋଡ଼ୋ ଯାତ୍ରା ବେଳେ ସାବରକରଙ୍କ ଫଟୋ ଦେଖିବାକୁ ମିଳିଥିଲା। ୨୧ ତାରିଖରେ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରା ପହଞ୍ଚିଥିଲା। ଏଠାରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପାଇଁ ଗୋଟିଏ ବିରାଟ ପୋଷ୍ଟର ଲାଗିଥିଲା। ପୋଷ୍ଟରରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ରହିଥିଲା। ହେଲେ ସେମାନଙ୍କ ମଧ୍ୟରେ ସାବରକରଙ୍କ ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। କଂଗ୍ରେସ ପ୍ରିଣ୍ଟିଂରେ ତ୍ରୁଟି ରହିଥିବା କହି ପ୍ରସଙ୍ଗରୁ ଏଡ଼ାଇ ଯାଇଥିଲା।