President Election 2022: ଯଶୱନ୍ତ ସିହ୍ନାଙ୍କୁ ଲଢିବାର ନଥିଲା ରାଷ୍ଟ୍ରପତି ନିର୍ବାଚନ
Advertisement
Article Detail0/zeeodisha/odisha1262087

President Election 2022: ଯଶୱନ୍ତ ସିହ୍ନାଙ୍କୁ ଲଢିବାର ନଥିଲା ରାଷ୍ଟ୍ରପତି ନିର୍ବାଚନ

President Election 2022: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଭିବିଏ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର କହିଛନ୍ତି ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ନିର୍ବାଚନରୁ ଓହରିଯିବା ଆବଶ୍ୟକ।

President Election 2022: ଯଶୱନ୍ତ ସିହ୍ନାଙ୍କୁ ଲଢିବାର ନଥିଲା ରାଷ୍ଟ୍ରପତି ନିର୍ବାଚନ

President Election 2022: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏହି ନିର୍ବାଚନରେ ବିରୋଧି ଦଳ ପକ୍ଷରୁ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଅନ୍ୟପଟେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ବାଚନ ଲଢୁଛନ୍ତି। ଶିବସେନା ଏବଂ ଅନ୍ୟାନ୍ୟ ଦଳ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛନ୍ତି। ଏହି କ୍ରମରେ ଭାରତୀୟ ସମ୍ବିଧାନ ପ୍ରଣେତା ବାବାସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ନାତି ତଥା ବଞ୍ଚିତ ବହୁଜନ ଆଘାଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। 

ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବଞ୍ଚିତ ବହୁଜନ ଅଘାଡି (Vanchit Bahujan Aghadi) ଭିବିଏ (VBA) ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର (Prakash Ambedkar) କହିଛନ୍ତି ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ନିର୍ବାଚନରୁ ଓହରିଯିବା ଆବଶ୍ୟକ। ଏନେଇ ଟ୍ୱିଟ କରି ସେ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନରୁ ଓହରିଯିବାକୁ ମୁଁ ଯଶୱନ୍ତ ସିହ୍ନାଙ୍କୁ ଅନୁରୋଧ। କାରଣ ବିଭିନ୍ନ ଦଳର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସଦସ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି।  

କଂଗ୍ରେସ ସହଯୋଗୀ ଶିବସେନା, ସମାଜବାଦୀ ପାର୍ଟି ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଏବଂ ଆରଜେଡି ସହଯୋଗୀ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଚାଚ ଶିବପାଲ ସିଂହ ଯାଦବଙ୍କ ସମେତ ବିଭିନ୍ନ ଦଳ ଏନଡିଏ ପ୍ରାର୍ଥୀଙ୍କୁ ସେମାନଙ୍କ ସମର୍ଥନ ଜଣାଇଛନ୍ତି। YSR କଂଗ୍ରେସ ପାର୍ଟି, ବିଜେଡି, ଶିରୋମଣି ଅକାଳୀ ଦଳ ମୁର୍ମୁଙ୍କୁ ସମର୍ଥନ କରିସାରିଛନ୍ତି। 

ପୂର୍ବରୁ ଲୋକସଭା ତଥା ବିଧାନସଭା ଆସନରେ ଅନୁସୂଚିତ ଜାତି (Schdule Caste) ଏସି (SC) ଏବଂ ଅନୁସୂଚିତ ଜନଜାତି (Schdule Tribe) ଏସଟି (ST) ବର୍ଗର ଲୋକଙ୍କ ପାଇଁ ପ୍ରଚଳିତ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ହଟାଇବାକୁ ଦାବି କରିଥିଲେ ଭିବିଏ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର। ଏନେଇ ମତ ରଖି ସେ କହିଥିଲେ ଭୋଟ୍ ବ୍ୟାଙ୍କ ରାଜନୀତି ଏବଂ କ୍ଷମତା ହରାଇବାର ଭୟ କାରଣରୁ କୌଣସି ରାଜନୈତିକ ଦଳ ଏହି 'ରାଜନୈତିକ ସଂରକ୍ଷଣ' ବ୍ୟବସ୍ଥା ହଟାଇବାକୁ ସାହସ କରୁନାହାଁନ୍ତି ।

ସଂରକ୍ଷଣର ସାମ୍ବିଧାନିକ ବ୍ୟବସ୍ଥା ବାବଦରେ ପ୍ରତିକ୍ରିୟା ରଖି ଭିବିଏ ଅଧ୍ୟକ୍ଷ କହିଥିଲେ ଏହି ବ୍ୟବସ୍ଥା ପ୍ରଥମେ ମାତ୍ର ୧୦ ବର୍ଷ ପାଇଁ ରହିଥିଲା। ୧୦ ବର୍ଷର ସଂରକ୍ଷଣ ପାଇଁ ଦିଆଯାଇଥିବା ବ୍ୟବସ୍ଥା ହେଉଛି ରାଜନୈତିକ ସଂରକ୍ଷଣ। ଯାହା ଲୋକସଭା ଏବଂ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସଂରକ୍ଷିତ ରହିଥିଲା। ପରେ ଭାରତୀୟ ସମ୍ବିଧାନ ପ୍ରଣେତା ବାବାସାହେବ ଡ.ଭୀମରାଓ ଆମ୍ବେଦକର ୧୯୫୪ ମସିହାରେ କହିଥିଲେ ଏହାର ଆଉ କୌଣସି ଆବଶ୍ୟକତା ନାହିଁ। ଏହି ବ୍ୟବସ୍ଥାକୁ ରଦ୍ଦ କରାଯିବା ଆବଶ୍ୟକ। ଅନେକ ଆମ୍ବେଦକରବାଦୀ କହୁଛନ୍ତି ଏହି ରାଜନୈତିକ ସଂରକ୍ଷଣ ସମାପ୍ତ ହେବା ଦରକାର । କୌଣସି ରାଜନୈତିକ ଦଳ ସେ ବିଜେପି କିମ୍ବା କଂଗ୍ରେସ ହେଉ କେହି ଏହି ବ୍ୟବସ୍ଥାକୁ ଶେଷ କରିବାକୁ ସାହସ କରୁନାହାଁନ୍ତି। 

ମୁଁ ସଂରକ୍ଷଣର ଲାଭ ଉଠାଇ ନାହିଁ। ମୁଁ ସାଧାରଣ ଆସନରୁ ନିର୍ବାଚନରେ ​​ଜିତିଥିଲି। ତଥାପି ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ଆବଶ୍ୟକତା ବାବଦରେ ମତ ରଖି କହିଛନ୍ତି ସମ୍ବିଧାନର ଧାରା ୧୬ ଅନୁଯାୟୀ ଏହା ଏକ ମୌଳିକ ଅଧିକାର। ଯେପର୍ଯ୍ୟନ୍ତ ଏହି ମୌଳିକ ଅଧିକାର ରହିଥିବ, ସଂରକ୍ଷଣ ଜାରି ରହିବ। ଆମ୍ବେଦକର କହିଛନ୍ତି ସଂରକ୍ଷଣ ମଧ୍ୟରେ ସଂରକ୍ଷଣ ଲାଗି ଏକ ବ୍ୟବସ୍ଥା ରହିବା ଦରକାର, ଯାହା ଦ୍ୱାରା ଅଧିକ ଲୋକ ଏଥିରୁ ଉପକୃତ ହୋଇପାରିବେ।

Also Read: ଲୋକସଭା ଏବଂ ବିଧାନସଭା ଆସନରୁ ହଟାଯାଉ ସଂରକ୍ଷଣ: ପ୍ରକାଶ ଆମ୍ବେଦକର