ଟିକା ମହୋତ୍ସବ; ବିନା ବରରେ କେମିତି ହେବ ବିବାହ? BJD, କଂଗ୍ରେସକୁ BJP ଦେଲା ଉତ୍ତର
Advertisement
Article Detail0/zeeodisha/odisha881521

ଟିକା ମହୋତ୍ସବ; ବିନା ବରରେ କେମିତି ହେବ ବିବାହ? BJD, କଂଗ୍ରେସକୁ BJP ଦେଲା ଉତ୍ତର

ଟିକା ଉତ୍ସବ (Vaccine festival) ମାନେ ସଫିସିଏଣ୍ଟ ଟିକାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଏ କଥାକୁ ଆଖି ଆଗରେ ରଖି ଏ କଥା କହିଥିବେ। ନ ହେଲେ ଟିକା ଉତ୍ସବ ପାଳନ କେମିତି ହେବ ବୋଲି ବିଜେଡି (BJD) ପ୍ରଶ୍ନ ଉଠାଇଛି। 

ଫାଇଲ ଫଟୋ

ଭୁବନେଶ୍ୱର: ଟିକା ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) କହିବା ପରେ ଆରମ୍ଭ ହୋଇଛି ରାଜନୀତି। ରାଜ୍ୟରେ ଟିକା ଅଭାବ ହେବାରୁ ଅଧାରୁ ଅଧିକ ଟିକାକରଣ କେନ୍ଦ୍ର ବନ୍ଦ ହୋଇସାରିଥିବାବେଳେ ଖୁବଶୀଘ୍ର ଟିକା ନ ଆସିଲେ ରାଜ୍ୟର ଟିକାଦାନ ବନ୍ଦ ହୋଇଯିବ। ଏଭଳି ସ୍ଥିତିରେ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କହିଥିବା ଟିକା ଉତ୍ସବ କେମିତି ହେବ ତାକୁ ନେଇ ପ୍ରଶ୍ନ ଉଠିଛି। 

ଟିକା ଉତ୍ସବ (Vaccine festival) ମାନେ ସଫିସିଏଣ୍ଟ ଟିକାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଏ କଥାକୁ ଆଖି ଆଗରେ ରଖି ଏ କଥା କହିଥିବେ। ନ ହେଲେ ଟିକା ଉତ୍ସବ ପାଳନ କେମିତି ହେବ ବୋଲି ବିଜେଡି (BJD) ପ୍ରଶ୍ନ ଉଠାଇଛି। ଏପରିକି ସଫିସିଏଣ୍ଟ ଟିକା ନ ଥାଇ ଟିକା ଉତ୍ସବ ପାଳନ କଥା କହିଲେ ଏହା ହାସ୍ୟାସ୍ପଦ ହେବ ବୋଲି ସାଂସଦ ଅମର ପଟ୍ଟନାୟକ କହିଛନ୍ତି। ଟିକାକରଣରେ ଓଡିଶା ଭଲ ପ୍ରଦର୍ଶନ କରିଛି ଓ ଅଧିକ ଟିକାକରଣ ପାଇଁ ରାଜ୍ୟ ପ୍ରସ୍ତୁତ ଅଛି ବୋଲି ବିଜେଡି କହିଛି। ତେଣୁ ଭଲ ଟିକାକରଣ ଯେଉଁ ରାଜ୍ୟ କରିଛନ୍ତି ସେ ରାଜ୍ୟକୁ ଅଧିକ ଟିକା ଦିଆଯିବା କଥା ବୋଲି ଅମର ପଟ୍ଟନାୟକ କହିଛନ୍ତି।

Also Read: କୋରୋନା ଆକ୍ରାନ୍ତଙ୍କୁ ନେଇ ଯାଉଥିଲା ଆମ୍ବୁଲାନ୍ସ, ବାଟରେ ଘଟିଲା...

କୋରୋନା ଟିକା (covid19 vaccine) ର ବଣ୍ଟନରେ ମଧ୍ୟ କୌଣସି ରାଜନୀତିକରଣ ହେବା ଉଚିତ ନୁହେଁ। ବିଭିନ୍ନ ରାଜ୍ୟକୁ ଅଧିକ-କମ ଟିକା ଦିଆଯାଇ ରାଜନୀତିକରଣ କରାଗଲେ କେନ୍ଦ୍ର, ରାଜ୍ୟର ସହଯୋଗରେ ଯେଉଁ ନାଁ ଦେଶ କମାଇଛି ତାହା ନଷ୍ଟ ହୋଇଯିବ ବୋଲି ସାଂସଦ ଅମର ପଟ୍ଟନାୟକ (Amar Pattnayak) କହିଛନ୍ତି। ଏପରିକି ଟିକା ରାଜ୍ୟକୁ ମିଳିବାରେ ବିଳମ୍ବ ହେଲେ ଯେଉଁ ଫ୍ଲୋରେ ଟିକାକରଣ (Vaccination) କରାଯାଉଛି ତାହା ବ୍ରେକ ହେବ ବୋଲି ସେ କହିଛନ୍ତି। 

ସେପଟେ ଟିକା ଅଭାବ ଦେଖାଯାଇଥିବାବେଳେ ଟିକା ଉତ୍ସବ ପ୍ରସଙ୍ଗରେ କଂଗ୍ରେସ (congress) କେନ୍ଦ୍ରକୁ ଟାର୍ଗେଟ କରିଛି। ରାଜ୍ୟରେ ଟିକା ଅଭାବରୁ ଟିକାକରଣ ବନ୍ଦ ହେବାକୁ ବସିଥିବାବେଳେ ଟିକା ଉତ୍ସବ ପାଳନର କଥା ପ୍ରଧାନମନ୍ତ୍ରୀ କହିବା ଆଦୌ ଶୋଭନୀୟ ନୁହେଁ ବୋଲି କଂଗ୍ରେସ କହିଛି। ଏହା ଭଣ୍ଡେଇବା ଭଳି କଥା ବୋଲି କହିଛି କଂଗ୍ରେସ। ଏପରିକି କୋରୋନା ପ୍ରସଙ୍ଗରେ ରାଜନୀତି ନ ହେବା କଥା ପ୍ରଧାନମନ୍ତ୍ରୀ କହୁଥିବାବେଳେ କିଏ ରାଜନୀତି କରୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ (Niranjan Patnaik) ପ୍ରଶ୍ନ କରିଛନ୍ତି। 

Also Read: 'ବାହାରେ ସରକାର ଜଗିଛନ୍ତି, ଘରେ ମାଆ ମାନେ ଜଗନ୍ତୁ'

ଅନ୍ୟପଟେ ବିଜେପି (Odisha BJP) କିନ୍ତୁ କଡା ଜବାବ ରଖିଛି। କୋରୋନା (Coronavirus) ସମୟରେ ଲୋକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇବାରେ ପ୍ରଧାନମନ୍ତ୍ରୀ ମୋଦି ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏପରିକି ରାଜ୍ୟଗୁଡିକୁ ପର୍ଯ୍ୟାପ୍ତ ଟିକା ଦିଆଯାଉଥିବାବେଳେ ଏହାର ସଠିକ ବ୍ୟବହାର ହେଉ ନ ଥିବା ଦେଖାଯାଇଛି। ଏଭଳି ସ୍ଥିତିରେ ଏହାକୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି।