ଛଅ ବର୍ଷ ପାଇଁ କଂଗ୍ରେସର ରାଜ୍ୟ ଉପସଭାପତି ଦଳରୁ ବିଦା, ଜାଣନ୍ତୁ କାରଣ
Advertisement

ଛଅ ବର୍ଷ ପାଇଁ କଂଗ୍ରେସର ରାଜ୍ୟ ଉପସଭାପତି ଦଳରୁ ବିଦା, ଜାଣନ୍ତୁ କାରଣ

 ଆପଣଙ୍କ ବିରୁଦ୍ଧରେ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ସମ୍ବିଧାନର ଧାରା ୧୯(ଚ)(୪) ଅନୁସାରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ନେଇଛି। ଆପଣଙ୍କୁ ପଦବୀରୁ ମୁକ୍ତ କରିବା ସହ ତତ୍କାଳ ପ୍ରଭାବରେ ଦଳର ପ୍ରାଥମିକ ସଦସ୍ୟତାରୁ ଛଅ ବର୍ଷ ପାଇଁ ନିଷ୍କାସନ କରାଯାଉଛି।

ଫାଇଲ ଫଟୋ

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ପୁଣି ଥରେ ନେତାଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ଦେଖାଦେଇଛି। ବର୍ତ୍ତମାନ ପ୍ରଦେଶ କଂଗ୍ରେସ ଉପାଧ୍ୟକ୍ଷ ଅକିଲ ଅହମ୍ମଦଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ତାଙ୍କର ତୁଣ୍ଡରେ ନିୟନ୍ତ୍ରଣ ରହୁନଥିବାରୁ ଅକିଲ ଅହମ୍ମଦଙ୍କୁ ବହିଷ୍କାର କରାଯାଇଥିବା ଉତ୍ତରାଖଣ୍ଡ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି। 

ସୋମବାର ଉତ୍ତରାଖଣ୍ଡ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଦଳର ରାଜ୍ୟ ଉପାଧ୍ୟକ୍ଷ ଅକିଲ ଅହମ୍ମଦଙ୍କୁ ଏକ ଚିଠି ଲେଖାଯାଇଥିଲା। ଏହି ଚିଠି ପ୍ରଦେଶ ମହା ସଚିବ ମଥରାଦତ୍ତ ଜୋଶି ଜାରି କରିଛନ୍ତି। ଚିଠିରେ ଅକିଲ ଅହମ୍ମଦଙ୍କୁ ସମ୍ବୋଧନ କରି କୁହାଯାଇଛି, 'ବିଧାନସଭା ନିର୍ବାଚନ ସମୟରେ ଏବଂ ପରେ ଗଣମାଧ୍ୟମକୁ ଲଗାତର ଦେଇଥିବା ବୟାନ ଆପଣଙ୍କ ପଦର ଗାରିମା ପାଇଁ ଅନୁକୂଳ ନୁହେଁ। ଆପଣଙ୍କ ଦ୍ୱାରା ଦିଆଯାଇଥିବା ଅନର୍ଗଳ ବୟାନ ଦଳର ଛବିକୁ ଖରାପ କରୁଛି। ଏହା ପୂର୍ବରୁ ମଧ୍ୟ ଏହିପରି ବୟାନବାଜୀ ପାଇଁ ଦଳ ପକ୍ଷରୁ ଆପଣଙ୍କୁ ଚେତାବନୀ ଦେବା ସହ ୮ ପେବୃଆରୀ ୨୦୨୨ରେ କାରଣ ଦର୍ଶାଅ ନୋଟିସ ଜାରି କରିଯାଇଥିଲା। ତଥାପି ଆପଣ ଅନର୍ଗଳ ବୟାନ ଦେଲେ, ଯାହାକୁ କେନ୍ଦ୍ରୀୟ ନେତୃତ୍ୱ ଗମ୍ଭୀରତାର ସହ ନେଇଛି।'

Also Read: ମୁଖ୍ୟମନ୍ତ୍ରୀଙ୍କ ଲାଗି ଆସନ ଛାଡ଼ିବେ କଂଗ୍ରେସ ବିଧାୟକ

ଏହାପରେ ଚିଠିରେ ପୁଣି କୁହାଯାଇଛି, 'ଏହି କାର୍ଯ୍ୟ ପାଇଁ ଆପଣଙ୍କ ବିରୁଦ୍ଧରେ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ସମ୍ବିଧାନର ଧାରା ୧୯(ଚ)(୪) ଅନୁସାରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ନେଇଛି। ଆପଣଙ୍କୁ ପଦବୀରୁ ମୁକ୍ତ କରିବା ସହ ତତ୍କାଳ ପ୍ରଭାବରେ ଦଳର ପ୍ରାଥମିକ ସଦସ୍ୟତାରୁ ଛଅ ବର୍ଷ ପାଇଁ ନିଷ୍କାସନ କରାଯାଉଛି।'

fallback

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନରେ ଉନ୍ନତି ଆସିଛି। ଗତ ନିର୍ବାଚନ ତୁଳନାରେ ଦଳର ୮ଟି ସିଟ୍ ବୃଦ୍ଧି ପାଇ ୧୭କୁ ପହଞ୍ଚିଛି। କିନ୍ତୁ ଏଥର ମଧ୍ୟ କଂଗ୍ରେସ କ୍ଷମତାକୁ ଆସିପାରିନାହିଁ। ୧୦ଟି ସିଟ୍ ହରାଇଥିବା ବିଜେପି ୪୭ଟି ବିଧାୟକଙ୍କୁ ନେଇ ଦ୍ୱିତୀୟ ଥର ପାଇଁ ଶାସନ ଗାଦିରେ ବସିଛି। ତେବେ କଂଗ୍ରେର ଏହି ପରାଜୟ ପାଇଁ ଉପାଧ୍ୟକ୍ଷ ଅକିଲ ଅହମ୍ମଦଙ୍କୁ ଦଳର ବରିଷ୍ଠ ପଦାଧିକାରୀ ଦୋଷ ଦେଉଛନ୍ତି। ରାଜ୍ୟରେ ମୁସଲିମ ବିଶ୍ୱବଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଅକିଲ ଦେଇଥିବା ବୟାନ ପାଇଁ ଦଳ ହାରିଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା।

Also Read: ଶପଥ ଗ୍ରହଣ ପରେ ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ତେବେ ଏହାର ସଫେଇ ଦେଇ ଅକିଲ ଅହମ୍ମଦ କହିଥିଲେ ଯେ, ଏହି ବୟାନ କଂଗ୍ରେସର ନୁହଁ ବରଂ ତାଙ୍କର ନିଜର ଥିଲା। ଦଳର ପରାଜୟ ପାଇଁ ସେ ଦାୟୀ ନୁହନ୍ତି। ନିଜର ଭୁଲ ଲୁଚାଇବାକୁ ଯାଇ ତାଙ୍କ ମୁଣ୍ଡର ଅଠା ବୋଳା ଯାଉଛି। ଯେଉଁମାନେ ରାଜ୍ୟ ନିର୍ବାଚନର ଦାୟିତ୍ୱ ନେଇଥିଲେ ସେମାନେ ନିର୍ବାଚନରେ ଦଳର ପରାଜୟ ପାଇଁ ଦାୟୀ ହେବା କଥା ବୋଲି ଅକିଲ କହିଥିଲେ।