ଗୋଆ ପରେ ବର୍ତ୍ତମାନ ଏହି ରାଜ୍ୟରେ କଂଗ୍ରେସକୁ ଲାଗିଲା ଜୋରଦାର ଝଟକା! ଦଳ ଛାଡ଼ିଲେ ଏହି ତିନି ବରିଷ୍ଠ ନେତା
Advertisement

ଗୋଆ ପରେ ବର୍ତ୍ତମାନ ଏହି ରାଜ୍ୟରେ କଂଗ୍ରେସକୁ ଲାଗିଲା ଜୋରଦାର ଝଟକା! ଦଳ ଛାଡ଼ିଲେ ଏହି ତିନି ବରିଷ୍ଠ ନେତା

 Uttarakhand Congress: ଏହି ସମୟରେ ମନୀଷ ସିସୋଦିଆ ତିନି ନେତାଙ୍କୁ ଦଳକୁ ସ୍ୱାଗତ କରିବାବେଳେ କହିଛନ୍ତି ଯେ, ସେମାନଙ୍କ ଆସିବା ଯୋଗୁଁ ଦଳ ଅନେକ ଲାଭ ପାଇବ ଓ ସେମାନଙ୍କ ଅଭିଜ୍ଞତା ଅନେକ ଦଳର କର୍ମୀଙ୍କୁ ଶକ୍ତି ଦେବ । ଡକ୍ଟର ଆରପି ରତୁରୀ, କମଲେଶ ରମଣ ଏବଂ କୁଲଦୀପ ଚୌଧୁରୀ ବହୁ ବର୍ଷ ଧରି କଂଗ୍ରେସରେ ବହୁ ବରିଷ୍ଠ ପଦରେ ରହି ସେବା କରିଆସୁଥିଲେ, କିନ୍ତୁ ଦଳରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଅସନ୍ତୁଷ୍ଟ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ଗୋଆ ପରେ ବର୍ତ୍ତମାନ ଏହି ରାଜ୍ୟରେ କଂଗ୍ରେସକୁ ଲାଗିଲା ଜୋରଦାର ଝଟକା! ଦଳ ଛାଡ଼ିଲେ ଏହି ତିନି ବରିଷ୍ଠ ନେତା

ନୂଆଦିଲ୍ଲୀ: Uttarakhand Congress: ବର୍ତ୍ତମାନ ସମୟରେ କଂଗ୍ରେସ (Congress) କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବା ଜାରି ରହିଛି । ଗୋଆ (Goa) ପରେ ବର୍ତ୍ତମାନ ଉତ୍ତରାଖଣ୍ଡରେ ମଧ୍ୟ କଂଗ୍ରେସର ବଡ଼ ବଡ଼ ନେତା ଦଳ ଛାଡ଼ିଛନ୍ତି । ସୋମବାର ପୂର୍ବାହ୍ନରେ ଉତ୍ତରାଖଣ୍ଡ କଂଗ୍ରେସ (Uttarakhand Congress) କୁ ଏକ ଶକ୍ତ ଧକ୍କା ଲାଗିଛି । ଦଳର ତିନି ଜଣ ଜଣାଶୁଣା ଚେହେରା, ମହିଲା କଂଗ୍ରେସର ରାଜ୍ୟ ଉପାଧ୍ୟକ୍ଷ କମଲେଶ ରମଣ (Kamlesh Raman), ଦଳର ମୁଖପାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ରାଜେନ୍ଦ୍ର ପ୍ରସାଦ ରତୁରୀ (Rajendra Prasad Raturi) ଏବଂ ଆଇଟି ବିଶେଷଜ୍ଞ କୁଲଦୀପ ଚୌଧୁରୀ ମଧ୍ୟ କଂଗ୍ରେସ ଛାଡିଛନ୍ତି । ଏମାନେ ଆମ୍ ଆଦମୀ ପାର୍ଟି (Aam Aadmi Party) ର ଉତ୍ତରାଖଣ୍ଡ ରାଜ୍ୟ ସଂଗଠନ ସଂଯୋଜକ ଜୋତ୍ ସିଂ ବିଷ୍ଟଙ୍କ  ନେତୃତ୍ୱରେ ଦଳରେ ଯୋଗ ଦେଇଛନ୍ତି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia) ଙ୍କ ଉପସ୍ଥିତିରେ ଦଳର ପ୍ରଭାରୀ ଦୀନେଶ ମୋହନିଆ ଏହି ତିନିଜଣ ନେତାଙ୍କୁ ଆପ (AAP) ରେ ସାମିଲ କରାଇଛନ୍ତି ।

ଏହି ସମୟରେ ମନୀଷ ସିସୋଦିଆ ତିନି ନେତାଙ୍କୁ ଦଳକୁ ସ୍ୱାଗତ କରିବାବେଳେ କହିଛନ୍ତି ଯେ, ସେମାନଙ୍କ ଆସିବା ଯୋଗୁଁ ଦଳ ଅନେକ ଲାଭ ପାଇବ ଓ ସେମାନଙ୍କ ଅଭିଜ୍ଞତା ଅନେକ ଦଳର କର୍ମୀଙ୍କୁ ଶକ୍ତି ଦେବ । ଡକ୍ଟର ଆରପି ରତୁରୀ, କମଲେଶ ରମଣ ଏବଂ କୁଲଦୀପ ଚୌଧୁରୀ ବହୁ ବର୍ଷ ଧରି କଂଗ୍ରେସରେ ବହୁ ବରିଷ୍ଠ ପଦରେ ରହି ସେବା କରିଆସୁଥିଲେ, କିନ୍ତୁ ଦଳରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଅସନ୍ତୁଷ୍ଟ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ପ୍ରଭାରୀ ଦୀନେଶ ମୋହନୟା କହିଛନ୍ତି ଯେ, ଆଜି ମଧ୍ୟ ଲୋକମାନେ ଅରବିନ୍ଦ କେଜ୍ରିୱାଲ ଓ ଆମ୍ ଆଦମୀ ପାର୍ଟିର ନୀତି ଉପରେ ଭରସା କରୁଛନ୍ତି । ଖୁବ୍ ଶୀଘ୍ର ଦଳ ଉତ୍ତରାଖଣ୍ଡରେ ଏକ ଶକ୍ତିଶାଳୀ ସଂଗଠନ ଗଠନ କରିବ । ଦଳରେ ଯୋଗ ଦେଇଥିବା ତିନି ନେତାଙ୍କ ଅଭିଜ୍ଞତା ଦଳକୁ ମଜବୁତ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ସେ ପୁଣିଥରେ ସମସ୍ତ ନେତାଙ୍କୁ ଦଳରେ ଯୋଗ ଦେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ଏହା ବି ପଢ଼ନ୍ତୁ:-ଏହି ଦୁଇ ପୁରୁଣା ବିଜେପି ନେତା ଗୋଆ କଂଗ୍ରେସରେ କରିଦେଲେ ଖେଳ!

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ର ପରେ ଏବେ ଝାରଖଣ୍ଡରୁ କଂଗ୍ରେସକୁ ଲାଗିବ ବଡ଼ ଝଟକା, ହେମନ୍ତ ସୋରେନ ଭାଙ୍ଗିବେ ମେଣ୍ଟ?

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ଆଦେଶ, ଜାଣନ୍ତୁ କ'ଣ କହିଲେ କୋର୍ଟ

ଉଭୟ ନେତା ସକାଳେ ସୋସିଆଲ ମିଡିଆରେ ଦଳ ଛାଡିବାକୁ ଘୋଷଣା କରିଥିଲେ । ଡକ୍ଟର ରତୁରୀ ଲେଖିଛନ୍ତି ଯେ, ମୋର ମନ ଆଜି ବହୁତ ଆହତ ଅଛି । ମୁଁ ମୋ ଜୀବନର ୪୫ ବର୍ଷ କଂଗ୍ରେସ ଦଳକୁ ଦେଇଥିଲି ଓ ବର୍ତ୍ତମାନ କଂଗ୍ରେସର ଅବସ୍ଥା ଭବିଷ୍ୟତ ପାଇଁ ଭଲ ସଙ୍କେତ ନୁହେଁ । ଦଳର ନେତୃତ୍ୱ ଦ୍ୱାରା କେଉଁ ପ୍ରକାରର ନିଷ୍ପତ୍ତି ନିଆଯାଉଛି, ଦଳରେ ଅନ୍ତଃକନ୍ଦଳ ରହିଛି, ତାହାକୁ ଦେଖିବା ଅତ୍ୟନ୍ତ ଦୁଃଖଦାୟକ । ୨୦୧୭ ନିର୍ବାଚନର ଫଳାଫଳରୁ ଶିକ୍ଷା ଗ୍ରହଣ କରିବା ପରିବର୍ତ୍ତେ ୨୦୨୨ର ନିର୍ବାଚନ ପରାଜୟ ପରେ ଦଳର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । କଂଗ୍ରେସ ଦଳର ଉତ୍ତରାଖଣ୍ଡ ନେତୃତ୍ୱ ୨୦୨୭ରେ ନିର୍ବାଚନରେ ​​ଜିତିବାକୁ ଚାହୁଁନାହାଁନ୍ତି ।