Champawat By Election 2022: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଐତିହାସିକ ବିଜୟ
Advertisement

Champawat By Election 2022: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଐତିହାସିକ ବିଜୟ

Champawat By Election 2022: ରାଜ୍ୟର ଚମ୍ପାୱତ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ମେ ୩୧ ତାରିଖରେ ଅନୁଷ୍ଠିତ ହୋଇଥିଲା ମତଦାନ। ଏହି ନିର୍ବାଚନ ୬୪ ପ୍ରତିଶତରୁ ଅଧିକ ଲୋକ ସେମାନଙ୍କର ମତଧିକାର ସାବ୍ୟସ୍ତ କରିଥିଲେ। 

Champawat By Election 2022: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଐତିହାସିକ ବିଜୟ

Champawat By Election 2022: ରାଜ୍ୟର ଚମ୍ପାୱତ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ଏହି ନିର୍ବାଚନରେ ବିରୋଧି ସେମାନଙ୍କ ଅମାନତ ରକ୍ଷା କରିବାରେ ସଫଳ ହୋଇନାହାଁନ୍ତି। ଏଠାରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଲାଗି ମେ ୩୧ ତାରିଖରେ ଅନୁଷ୍ଠିତ ହୋଇଥିଲା ମତଦାନ। ଏହି ନିର୍ବାଚନ ୬୪ ପ୍ରତିଶତରୁ ଅଧିକ ଲୋକ ସେମାନଙ୍କର ମତଧିକାର ସାବ୍ୟସ୍ତ କରିଥିଲେ। 

ଚମ୍ପାୱତ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡିଙ୍କୁ ୫୫ ହଜାର ୨୫ ଖଣ୍ଡରେ ପରାସ୍ତ କରିଛନ୍ତି। ଏହି ନିର୍ବାଚନରେ  ମୁଖ୍ୟମନ୍ତ୍ରୀ ଧାମୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ଅମାନତ ହରାଇଥିବା କହିଛନ୍ତି ନିର୍ବାଚନ ଅଧିକାରୀ।

ଚମ୍ପାୱତ ଉପନିର୍ବାଚନ ୨୦୨୨: କେଉଁ ଦଳର ପ୍ରାର୍ଥୀ ପାଇଲେ କେତେ ଭୋଟ?

  • ବିଜେପି ପ୍ରାର୍ଥୀ ପୁଷ୍କର ସିଂହ ଧାମୀ: ୫୮ ହଜାର ୨୫୮
  • କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡି: ୩୨୩୩ 
  • ସମାଜବାଦୀ ପାର୍ଟି ପ୍ରାର୍ଥୀ ମନୋଜ ଭଟ୍ଟ: ୪୧୩ 
  • ସ୍ୱାଧିନ ପ୍ରାର୍ଥୀ ହିଂମାଶୁ ଗରକୋଟି: ୪୦୨
  • ନୋଟ: ୩୭୭   

ଉପନିର୍ବାଚନରେ ବିଜୟ ପାଇଁ ଚମ୍ପୱାତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ଏନେଇ ସେ କହିଛନ୍ତି, "ପ୍ରିୟ ଚମ୍ପାୱତ ବାସିନ୍ଦା ଉପନିର୍ବାଚନରେ ​​ଭୋଟ୍ ମାଧ୍ୟମରେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ପ୍ରେମ ଏବଂ ଆଶୀର୍ବାଦରେ ମୋର ହୃଦୟ ଅତ୍ୟନ୍ତ ଭାବପ୍ରବଣ ଏବଂ ମୁଁ ଆଶୀର୍ବାଦ ପ୍ରାପ୍ତ ହୋଇଛି। ମାର୍ଚ୍ଚ ୨୩ ତାରିଖରେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଧାମୀଙ୍କ ଲାଗି ୬ ମାସ ମଧ୍ୟରେ ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହେବା ଆବଶ୍ୟକ ଥିଲା। ଯେଉଁଥି ପାଇଁ ଚମ୍ପାୱାତ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୭୦ ବିଧାନସଭା ଆସନରୁ ୪୭ ସିଟ୍ ହାତେଇ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରି ରେକର୍ଡ ସୃଷ୍ଟି କରିଥିଲା ବିଜେପି। ମାତ୍ର ଏହି ନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ତାଙ୍କର ପାରମ୍ପରିକ ଖାଟିମା ଆସନରୁ ପରାସ୍ତ ହୋଇଥିଲେ। ୨୦୨୨ ବିଧାନସଭା ନିର୍ବାଚନରେ ଚମ୍ପାୱତ ଆସନରୁ ନିର୍ବାଚିତ ହୋଇଥିବା କୈଳାଶ ଗହତୋଡି ଗତ ଅପ୍ରେଲ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଧାମୀଙ୍କ ଲାଗି ଏହି ଆସନ ଛାଡି଼ ଦେଇଥିଲେ।  

Also Read: Uttarakhand Election 2022 Result: ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବ BJP, ହାରିଗଲେ ମୁଖ୍ୟମନ୍ତ୍ରୀ

Also Read: Uttarakhand: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ

Also Read: ମୁଖ୍ୟମନ୍ତ୍ରୀଙ୍କ ଲାଗି ଆସନ ଛାଡ଼ିବେ କଂଗ୍ରେସ ବିଧାୟକ