UP Politics: ଗୃହରେ ମୁହାଁମୁହିଁ...ବାଚସ୍ପତିଙ୍କ ପାଖରେ ଏକାଠି ହେଲେ ଶାସକ ବିରୋଧୀ, ଫଟୋ ଭାଇରାଲ
Advertisement

UP Politics: ଗୃହରେ ମୁହାଁମୁହିଁ...ବାଚସ୍ପତିଙ୍କ ପାଖରେ ଏକାଠି ହେଲେ ଶାସକ ବିରୋଧୀ, ଫଟୋ ଭାଇରାଲ

UP Assembly Speaker Satish Mahana: ବିଧାନସଭା ବାଚସ୍ପତି ସତୀଶ ମହାନା କହିଛନ୍ତି ଯେ, ମୁଁ ଗୃହକୁ ମୋର ପ୍ରଥମ ସମ୍ବୋଧନରେ ଅବଗତ କରିଥିଲି ଯେ ମୋର ସମସ୍ତ ବିଧାୟକ ଏଠାରେ ଅଛନ୍ତି। ମୋର ୪୦୩ ଜଣ ବିଧାୟକ ଅଛନ୍ତି। ଯେବେଠାରୁ ମୁଁ ବିଧାନସଭା ବାଚସ୍ପତି ପଦଭାର ଗ୍ରହଣ କଲି, ସେବେଠାରୁ ମୋର ଇଚ୍ଛା ଥିଲା ଯେ ରାଜ୍ୟର ସମସ୍ତ ବିଧାୟକଙ୍କୁ ମୋ ଘରକୁ ନିମନ୍ତ୍ରଣ କରିବା। 

UP Politics: ଗୃହରେ ମୁହାଁମୁହିଁ...ବାଚସ୍ପତିଙ୍କ ପାଖରେ ଏକାଠି ହେଲେ ଶାସକ ବିରୋଧୀ, ଫଟୋ ଭାଇରାଲ
 
UP Speaker Satish Mahanas Lunch: ଫେବୃଆରୀ ୨୬ ତାରିଖ ରବିବାର ନିଜ ବାସଭବନରେ ଏକ ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମର ଉତ୍ତର ପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମହାନା। ରବିବାର ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଉଭୟ ବିଧାନସଭା ଏବଂ ବିଧାନ ପରିଷଦର ସଦସ୍ୟଙ୍କୁ ଆମନ୍ତ୍ରଣ କରିଥିଲେ ବାଚସ୍ପତି ସତୀଶ ମହାନା। ବାଚସ୍ପତିଙ୍କ ନିମନ୍ତ୍ରଣ କ୍ରମେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଗୃହରେ ମୁହାଁମୁହିଁ ହେବା ପରେ ପୁଣି ଥରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ବାଚସ୍ପତିଙ୍କ ବାସଭବନରେ ପରସ୍ପରକୁ ଭେଟିଥିଲେ। ଏଥର ଉଭୟେ ବାଚସ୍ପତିଙ୍କ ବାସଭବନରେ ବାସଭବନରେ ଆୟୋଜିତ ହୋଇଥିବା ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମରେ ଅତିଥି ଭାବରେ ମୁହାଁମୁହିଁ ହୋଇଥିଲେ। ବିରୋଧୀ ଦଳ ନେତା ଅଖିଳେଶ ଯାଦବ, ଶିବପାଲ ଯାଦବ ଏବଂ ସମାଜବାଦୀ ପାର୍ଟି ବିଧାୟକ ଦଳ ମୁଖ୍ୟ ସଚେତତକ ମନୋଜ ପାଣ୍ଡେ ଗୋଟିଏ ଗାଡିରେ ବାଚସ୍ପତିଙ୍କ ବାସଭବନରେ ପହଞ୍ଚିଥିଲେ।
 
ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ବିଧାନସଭା ବାଚସ୍ପତି ସତୀଶ ମହାନାଙ୍କୁ କହିଛନ୍ତି ଯେ, ମଧ୍ୟାନ୍ନ ଭୋଜନ ପାଇଁ ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କୁ ନିମନ୍ତ୍ରଣ କରିଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ବିଧାନସଭା ବାଚସ୍ପତି ଜାଣନ୍ତି ଏବଂ ମୁଁ ତାହା କଥାରେ କହିବାକୁ ଚାହୁଁନାହିଁ ମଧ୍ୟାନ୍ନ ଭୋଜନ କିପରି ହେଲା। ମୁଁ ତାହା କହିବି ନାହିଁ। ବିଧାନସଭା ବାଚସ୍ପତିଙ୍କ ଖାଦ୍ୟରେ ମଧୁରତା ଅଛି ଏବଂ ତାଙ୍କ କଥାରେ ମଧ୍ୟ ମଧୁରତା ରହିଛି। ତାଙ୍କ ସହିତ ପରିଚୟ ଏବେକାର ନୁହେଁ। ମୁଁ ପୂର୍ବରୁ ତାଙ୍କ ସହିତ ପରିଚିତି ଥିଲି। ବାଚସ୍ପତିଙ୍କ ମଧ୍ୟାନ୍ନ ଭୋଜନ ତାଙ୍କୁ ପସନ୍ଦ ଆସିଲା ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ।
 
ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ କହିଛନ୍ତି ଯେ ବାଚସ୍ପତିଙ୍କ ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ରାଜ୍ୟର ସମସ୍ତ ବିଧାୟକ ତାଙ୍କ ବାସଭବନରେ ପହଞ୍ଚିଥିଲେ। ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ ଏକ ପାରିବାରିକ ପରିବେଶ ସୃଷ୍ଟି କରିଥିଲେ। ସୁସ୍ୱାଦୁ ଖାଦ୍ୟ ସହିତ ବାର୍ତ୍ତାଳାପ ଚାଲିଥିଲା। ଆମ ସମସ୍ତଙ୍କର ଲକ୍ଷ୍ୟ ଉତ୍ତର ପ୍ରଦେଶକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା। 
 
ସମାଜବାଦୀ ପାର୍ଟି ବିଧାୟକ ରାକେଶ ପ୍ରତାପ ସିଂହ କହିଛନ୍ତି ରାଜନୀତିରେ ବହୁତ ଭଲ ପରମ୍ପରା ରହିଛି। ଆମେ ମଧ୍ୟ ରାଜନୀତିରେ ପରସ୍ପରକୁ ସମାଲୋଚନା ଏବଂ ପରାମର୍ଶ ଦେଇଥାଉ। ହେଲେ ଯେତେବେଳେ ଆମେ ଭୋଜନ କରିବାକୁ ଏକାଠି ହୋଇଥାଉ କିମ୍ବା ବିବାହ ସମାରୋହରେ ଯୋଗ ଦେଇଥାଉ ସେତେବେଳେ ଆମେ ପରସ୍ପରକୁ ସାକ୍ଷାତ କରିଥାଉ। ଯେତେବେଳେ ଆମେ ଏକାଠି ହେଉ ସେତେବେଳେ ଆମେ ସମାଜକୁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଥାଉ ଯେ ରାଜନୀତି ଏବଂ ସାମାଜିକ ବ୍ୟବସ୍ଥା ନିଜ ନିଜ ଜାଗାରେ ରହିଥାନ୍ତି। 
 
ବିଧାନସଭା ବାଚସ୍ପତି ସତୀଶ ମହାନା କହିଛନ୍ତି ଯେ, ମୁଁ ଗୃହକୁ ମୋର ପ୍ରଥମ ସମ୍ବୋଧନରେ ଅବଗତ କରିଥିଲି ଯେ ମୋର ସମସ୍ତ ବିଧାୟକ ଏଠାରେ ଅଛନ୍ତି। ମୁଁ ସବୁବେଳେ କହୁଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ୨୫୫ ଏବଂ ବିରୋଧୀ ଦଳ ନେତା ଅଖିଳେଶ ଯାଦବଙ୍କର ୧୧୧ ବିଧାୟକ ଅଛନ୍ତି। ବାକି ଅନ୍ୟ ସମସ୍ତ ବିଧାୟକ ଅନ୍ୟ ସମସ୍ତ ରାଜନୈତିକ ଦଳର ଅଛନ୍ତି। ହେଲେ ମୋର ୪୦୩ ଜଣ ବିଧାୟକ ଅଛନ୍ତି। ଯେବେଠାରୁ ମୁଁ ବିଧାନସଭା ବାଚସ୍ପତି ପଦଭାର ଗ୍ରହଣ କଲି, ସେବେଠାରୁ ମୋର ଇଚ୍ଛା ଥିଲା ଯେ ରାଜ୍ୟର ସମସ୍ତ ବିଧାୟକଙ୍କୁ ମୋ ଘରକୁ ନିମନ୍ତ୍ରଣ କରିବା।