Lok Sabha Election 2024: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା; ଜାଣନ୍ତୁ କାହାକୁ ମିଳିଲା ଟିକେଟ
Advertisement
Article Detail0/zeeodisha/odisha2086527

Lok Sabha Election 2024: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା; ଜାଣନ୍ତୁ କାହାକୁ ମିଳିଲା ଟିକେଟ


Samajwadi Party Candidate List for 2024 Election: ଜାନୁଆରୀ ୩୦ ତାରିଖ ମଙ୍ଗଳବାର ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ସମାଜବାଦୀ ପାର୍ଟି। 

Lok Sabha Election 2024: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା; ଜାଣନ୍ତୁ କାହାକୁ ମିଳିଲା ଟିକେଟ

Samajwadi Party Candidate for 2024 Election: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ସମାଜବାଦୀ ପାର୍ଟି। ଜାନୁଆରୀ ୩୦ ତାରିଖ ମଙ୍ଗଳବାର ଦଳ ପକ୍ଷରୁ ଲୋକସଭା ନିର୍ବାଚନ ଲାଗି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ମଙ୍ଗଳବାର ଜାରି ହୋଇଥିବା ତାଲିକାରେ ୧୬ ଜଣ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି , ରାଷ୍ଟ୍ରୀୟ ଲୋକ ଦଳ ଏବଂ କଂଗ୍ରେସ ସହ ମେଣ୍ଟ କରିଛି। ଏହି ନିର୍ବାଚନରେ ସମାଜବାଦୀ ପାର୍ଟି ୧୧ କଂଗ୍ରେସ ଏବଂ ୭ ସିଟ୍ ରାଷ୍ଟ୍ରୀୟ ଲୋକ ଦଳ ପାଇଁ ଛାଡି଼ ଦେଇଛି। 

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ଦଳ ପାରମ୍ପରିକ ଗଡ଼ ମୈନପୁରୀ ଆସନରୁ ଟିକେଟ ମିଳିଛି। ଏହା ବ୍ୟତୀତ ରାଜଧାନୀ ଲକ୍ଷ୍ନୌ ଆସନରୁ ରବିଦାସ ମେହେରୋତ୍ରାଙ୍କୁ ପ୍ରାର୍ଥୀ କରାଯାଇଛି। ଫିରୋଜାବାଦ ଆସନରୁ ଅକ୍ଷୟ ଯାଦବ, ମୈନପୁରୀ ଆସନରୁ ଡିମ୍ପଲ ଯାଦବ, ଏଟା ଆସନରୁ ଦେବେଶ ଶାକ୍ୟ, ବଦାୟୁଁ ଆସନରୁ ଧର୍ମେନ୍ଦ୍ର ଯାଦବ, ଖେରୀ ଆସନରୁ ଉତ୍କଶ ବର୍ମା, ଧୌରରାହ ଆସନରୁ ଆନନ୍ଦ ଭଦୋରିଆ, ଉନ୍ନାଓ ଆସନରୁ ଅନୁ ଟଣ୍ଡନ, ଫର୍ରୁଖାବାଦ ଆସନରୁ ଡକ୍ଟର ନବଲ କିଶୋର ଶାକ୍ୟ, ଆକବରପୁର ଆସନରୁ ରାଜାରାମ ପାଲ, ବାନ୍ଦା ଆସନରୁ ଶିବଶଙ୍କର ସିଂହ ପଟେଲ, ଫୈଜାବାଦ (ଅଯୋଧ୍ୟା) ଆସନରୁ ଅୱଧେଶ ପ୍ରସାଦ, ଆମ୍ବେଦକର ନଗର ଆସନରୁ ଲାଲଜୀ ବର୍ମା, ବସ୍ତି ଆସନରୁ ରାମପ୍ରସାଦ ଚୌଧୁରୀ, ଗୋରଖପୁର ଆସନରୁ କାଜଲ ନିଷାଦଙ୍କୁ ପ୍ରାର୍ଥୀ କରିଛି ସମାଜବାଦୀ ପାର୍ଟି।

କେଉଁ ଆସନରୁ କାହାକୁ ପ୍ରାର୍ଥୀ କରିଛି ସମାଜବାଦୀ ପାର୍ଟି?

  • ମୈନପୁରୀ: ଡିମ୍ପଲ ଯାଦବ
  • ଫୈଜାବାଦ (ଅଯୋଧ୍ୟ): ଅୱଧେଶ ପ୍ରସାଦ
  • ଗୋରଖପୁର: କାଜଲ ନିଷାଦ
  • ବଦାୟୁଁ: ଧର୍ମେନ୍ଦ୍ର ଯାଦବ
  • ଫିରୋଜାବାଦ: ଅକ୍ଷୟ ଯାଦବ
  • ଉନ୍ନାଓ: ଅନୁ ଟଣ୍ଡନ୍
  • ଲକ୍ଷ୍ନୌ: ରବିଦାସ ମେହେରୋତ୍ରା
  • ବସ୍ତି: ରାମପ୍ରସାଦ ଚୌଧୁରୀ
  • ବାନ୍ଦା: ଶିବଶଙ୍କର ସିଂହ ପଟେଲ
  • ଆକବରପୁର: ରାଜାରାମ ପାଲ
  • ସମ୍ଭଲ: ଶଫିକୁର ରହମାନ ବର୍କ 
  • ଏଟା: ଦେବେଶ ଶାକ୍ୟ

୨୦୨୪ ଲୋକସଭା ନିର୍ବାଚନରେ ୨ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ
ଏଥର ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ୨ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ରାଜ୍ୟର ଆଜମଗଡ଼ କିମ୍ବା କନ୍ନୌଜ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ହୋଇପାରନ୍ତି ଅଖିଳେଶ ଯାଦବ। ଏହି ୨ ଆସନ ସମାଜାବାଦୀ ପାର୍ଟି ଗଡ଼ ଭାବେ ଉତ୍ତର ପ୍ରଦେଶ ରାଜନୀତିରେ ପରିଚିତ। ପୂର୍ବରୁ ସମାଜବାଦୀ ପାର୍ଟି ପକ୍ଷରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ ସମ୍ଭାବିତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ କାହାକୁ କେଉଁ ଆସନରୁ ଦଳୀୟ ପ୍ରାର୍ଥୀ କରାଯିବ ତାହା ଦର୍ଶାଯାଇଥିଲା। 

୨୦୨୪ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା

  • ଆଜମଗଡ଼/କନ୍ନୌଜ: ଅଖିଳେଶ ଯାଦବ
  • ମୈନ୍ପୁରୀ: ଡିମ୍ପଲ୍ ଯାଦବ 
  • ବଦାୟୁଁ: ଧର୍ମେନ୍ଦ୍ର ଯାଦବ 
  • ଫିରୋଜାବାଦ: ଅକ୍ଷୟ ଯାଦବ
  • ଲକ୍ଷ୍ନୌ: ରବିଦାସ ମେହେରୋତ୍ରା 
  • ଫୈଜାବାଦ(ଅଯୋଧ୍ୟା): ଅୱଧେଶ ପ୍ରସାଦ
  • ଆମ୍ବେଦକରନଗର: ଲାଲଜୀ ବର୍ମା 
  • ଗୋରଖପୁର: କାଜଲ ନିଷାଦ
  • ମୁରାଦାବାଦ: ଏସଟି ହାସନ
  • ଉନ୍ନାଓ: ଅନୁ ଟଣ୍ଡନ୍ 
  • ଫତେହପୁର: ନରେଶ ଉତ୍ତମ ପଟେଲ
  • ବରେଲି: ପ୍ରବୀନ୍ ଆରୋନ୍
  • ମୁଜାଫରନଗର: ହରେନ୍ଦ୍ର ମଲିକ୍ 
  • ବଲିଆ: ସନାତନ ପାଣ୍ଡେ/ଅମ୍ବିକା ଚୌଧୁରୀ
  • ଘୋଷି: ରାଜୀବ ରାୟ 
  • କୌଶାମ୍ବି: ଇନ୍ଦ୍ରଜିତ୍ ସରୋଜ
  • ବସ୍ତି: ରାମ ପ୍ରସାଦ ଚୌଧୁରୀ