Uttar Pradesh Politics: କଂଗ୍ରେସ ହୋଇଗଲା ପୁରା ସଫା, ୬ ବର୍ଷରେ ବିଧାନ ପରିଷଦରେ ଇତିହାସ ରଚିଲା ବିଜେପି
Advertisement

Uttar Pradesh Politics: କଂଗ୍ରେସ ହୋଇଗଲା ପୁରା ସଫା, ୬ ବର୍ଷରେ ବିଧାନ ପରିଷଦରେ ଇତିହାସ ରଚିଲା ବିଜେପି

BJP Record in UP MLC Election 2023: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରି ବିଜେପି ଉତ୍ତର ପ୍ରଦେଶ ରାଜନୀତିରେ ଏକ ଇତିହାସ ସୃଷ୍ଟି କରିଛି। ଅନ୍ୟପଟେ ଏହି ସମାଜବାଦୀ ଏବଂ କଂଗ୍ରେସ ଭଳି ବିରୋଧୀ ଦଳକୁ ଲାଗିଛି ଜବରଦସ୍ତ ଝଟକା।

Uttar Pradesh Politics: କଂଗ୍ରେସ ହୋଇଗଲା ପୁରା ସଫା, ୬ ବର୍ଷରେ ବିଧାନ ପରିଷଦରେ ଇତିହାସ ରଚିଲା ବିଜେପି

UP MLC Election Results 2023: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନ ପରିଷଦର ନିର୍ବାଚନରେ ଜବରଦସ୍ତ ସଫଳତା ହାସଲ କରିଛି ଶାସକ ବିଜେପି। ଅନ୍ୟପଟେ ଏହି ନିର୍ବାଚନରେ ବିରୋଧି ସମାଜବାଦୀ ପାର୍ଟି ଜବରଦସ୍ତ ଝଟକା ଖାଇଥିବା ବେଳେ କଂଗ୍ରେସ ସମ୍ପୂର୍ଣ୍ଣ ମୂଳପୋଛ ହୋଇଯାଇଛି। ବିଧାନ ପରିଷଦର ୫ ଆସନ ମଧ୍ୟରୁ ବିଜେପି ୪ ସିଟ୍ ହାତେଇ ବିରୋଧୀ ସମାଜବାଦୀ ପାର୍ଟି ଆଶାକୁ ଧୂଳିସାତ କରିଦେଇଛି। 

ରାଜ୍ୟର ବରେଲି-ମୁରାଦାବାଦ ଖଣ୍ଡ ସ୍ନାତକ ନିର୍ବାଚକମଣ୍ଡଳରେ ବିଜେପି ପ୍ରାର୍ଥୀ ଜୟପାଲ ସିଂହ କ୍ରମାଗତ ଭାବେ ବୃହତ୍ତ ବ୍ୟବଧାନରେ ତୃତୀୟ ଥର ଲାଗି ବିଜୟୀ ହୋଇଛନ୍ତି। ଏହା ସହିତ କାନପୁର ଖଣ୍ଡ ସ୍ନାତକ ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଅରୁଣ ପାଠକ ବାଜିମାତ କରିଛନ୍ତି। ଗୋରଖପୁର ଖଣ୍ଡ ସ୍ନାତକ ନିର୍ବାଚନରେ ​​ଚତୁର୍ଥ ଥର ପାଇଁ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ପ୍ରତାପ ବାଜିମାତ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ରାଜ ବାହାଦୂର ସିଂହ ଚନ୍ଦେଲ କାନପୁର ଖଣ୍ଡ ଶିକ୍ଷକ ଆସନରେ ବିଜୟୀ ହୋଇଛନ୍ତି। ସ୍ୱାଧିନ ପ୍ରାର୍ଥୀ ଜଣଙ୍କ ଷଷ୍ଠ ଥର ପାଇଁ ବିଧାନ ପରିଷଦର ନିର୍ବାଚନରେ ଜିତିଛନ୍ତି। ଅନ୍ୟପକ୍ଷରେ ଆହ୍ଲାବାଦ-ଝାନ୍ସି ଖଣ୍ଡ ଶିକ୍ଷକ ଆସନରେ ବିଜେପି ପ୍ରାର୍ଥୀ ବାବୁଲାଲ ତିୱାରୀ ବିଜୟୀ ହୋଇଛନ୍ତି।

ଏହି ନିର୍ବାଚନରେ ବିପୁଳ ବିଜୟ ହାସଲ କରି ବିଜେପି ଉତ୍ତର ପ୍ରଦେଶ ରାଜନୀତିରେ ଏକ ଇତିହାସ ସୃଷ୍ଟି କରିଛି। ପ୍ରାୟ ୬ ବର୍ଷ ପୂର୍ବେ ବିଧାନ ପରିଷଦରେ କେବଳ ୯ ଜଣ ସଦସ୍ୟଙ୍କ ସହ ବସିଥିବା ବିଜେପି କେବଳ ନିଜର ଶକ୍ତି ବୃଦ୍ଧି କରିନାହିଁ। ବରଂ ବିଧାନ ପରିଷଦ ନିର୍ବାଚନରେ ବିରୋଧୀ ସମାଜବାଦୀ ପାର୍ଟି ସହ ବହୁଜନ ସମାଜ ପାର୍ଟି ଏବଂ ​​ସ୍ନାତକ ବିଭାଗରେ ଅଣ ରାଜନୈତିକ ଶିକ୍ଷକ ଦଳ ସହ ଚନ୍ଦେଲ ଗୋଷ୍ଠୀର ସ୍ୱାଧୀନ ସମୂହକୁ ପଛରେ ପକାଇ ଦେଇଛି।

ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସଙ୍ଗଠନ ଏବଂ ସରକାରଙ୍କ ମିଳିତ ଉଦ୍ୟମ ଫଳପ୍ରଦ ହୋଇଛି। ବିଧାନ ପରିଷଦ ନିର୍ବାଚନ ଘୋଷଣା ପୂର୍ବରୁ ମଧ୍ୟ ବିଜେପି ନିଜର ଭୋଟର ତିଆରି କରିଥିବା ବେଳେ ବିରୋଧୀ ଦଳ ପଛରେ ପଡିୟାଇଥିଲେ। ଏହି ନିର୍ବାଚନକୁ ବିଜେପି ସଙ୍ଗଠନ ସାଧାରଣ ସମ୍ପାଦକ ଧର୍ମପାଲ ନିଜେ ପରିଚାଳନା କରିଥିଲେ। ଶିକ୍ଷା କ୍ଷେତ୍ର ସହିତ ତାଙ୍କର ଏକ ପୁରୁଣା ସମ୍ପର୍କ ରହିଛି। ସେଥିପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ଅଞ୍ଚଳରେ ସେ ନିଜେ ଦଳୀୟ ସଙ୍ଗଠନ ପଦାଧିକାରୀ ଏବଂ ମନ୍ତ୍ରୀଙ୍କୁ ଡ୍ୟୁଟି ଲଗାଇ ଦେଇଥିଲେ। 

ବିଧାନ ପରିଷଦ ନିର୍ବାଚନ ଲାଗି ବିଜେପି ପଦାଧିକାରୀ ମତଦାତାଙ୍କ ସହ ଆଲୋଚନା କରି ଦଳ ସପକ୍ଷରେ ସକରାତ୍ମକ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ବିଜେପି ସଙ୍ଗଠନ ସାଧାରଣ ସମ୍ପାଦକ ନିଜେ ଏହି ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ। ମତଦାତାଙ୍କୁ ଆକୃଷ୍ଟ କରିବା ଏବଂ ସେମାନଙ୍କ ସମର୍ଥନ ହାତେଇବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଦଳୀୟ ସଂଯୋଜକ ପ୍ରସ୍ତୁତ କରିଥିଲେ। ନିର୍ବାଚନ ପାଇଁ ବୁଥ୍ ସ୍ତର ପର୍ଯ୍ୟନ୍ତ ପରିଚାଳନା କରାଯାଇଥିଲା। ଅନ୍ୟପଟେ ସମାଜବାଦୀ ପାର୍ଟି ମଣ୍ଡଳ-କମଣ୍ଡଳ ରାଜନୀତିରେ ଜଡିତ ରହିଥିଲେ। ଅନ୍ୟପଟେ ପରିଷଦ ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଜବୁତ ରଣନୀତିରେ ଫସି ଯାଇଥିଲା ବିଜେପି। ନିଜର ପରୀକ୍ଷଣ ପାଇଁ ଜଣାଶୁଣା ବିଜେପି ନେତା ଧର୍ମପାଲ ପରିଷଦ ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଉପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନଜର ରଖିଥିଲେ।

ରାଜ୍ୟ ବିଧାନ ପରିଷଦ ନିର୍ବାଚନରେ ଦଳକୁ ମିଳିଥିବା ସଫଳତା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ବିଜେପି ସଭାପତି ଭୂପେନ୍ଦ୍ର ସିଂହ ଚୌଧୁରୀ। ଏନେଇ ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ ବିଧାନ ପରିଷଦ ନିର୍ବାଚନ ଫଳାଫଳ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି। ତାହା ହେଉଛି ରାଜ୍ୟବାସୀ ଦଙ୍ଗାକାରୀ, ଦୁର୍ନୀତିଗ୍ରସ୍ତ ଲୋକ ଏବଂ ଧାର୍ମିକ ଗ୍ରନ୍ଥକୁ ଅପମାନ କରୁଥିବା ଲୋକଙ୍କ ସହ ନାହାଁନ୍ତି। ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦକ୍ଷ ନେତୃତ୍ୱ ସହ ଅଛନ୍ତି। 

ନିର୍ବାଚନ ଶେଷ ହେବା ପରେ ମୋଟ ୧୦୦ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ୬ ସିଟ୍ ଖାଲି ରହିଛି। ମୋଟ ୭୯ ସିଟ୍ ସହିତ ଦୁଇ ତୃତୀୟାଂଶରୁ ଅଧିକ ଆସନ ହାସଲ କରିଛି ବିଜେପି। ମନୋନୀତ କୋଟା ଅଧିନରେ ଖାଲି ପଡ଼ିଥିବା ୬ ଆସନରେ ନୂତନ ସଦସ୍ୟଙ୍କୁ ମନୋନୀତ କରାଯିବା ପରେ ବିଜେପି ସଦସ୍ୟଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଅନ୍ୟପଟେ ରାଜ୍ୟ ବିଧାନ ମଣ୍ଡଳର ଉଚ୍ଚ ସଦନରେ  ମୁଖ୍ୟ ବିରୋଧୀ ସମାଜବାଦୀ ପାର୍ଟି ପାଖରେ ୯ ଏବଂ ବିରୋଧୀ ବହୁଜନ ସମାଜ ପାର୍ଟି ପାଖରେ କେବଳ ଜଣେ ସଦସ୍ୟ ଅଛନ୍ତି। ଅନ୍ୟପଟେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପକ୍ଷରୁ କୌଣସି ଉତ୍ତର ପ୍ରଦେଶ ପରିଷଦକୁ ପ୍ରତିନିଧିତ୍ୱ କରୁନାହାଁନ୍ତି। 

ଆବଶ୍ୟକୀୟ ସଦସ୍ୟ ନଥିବାରୁ ବିଧାନ ପରିଷଦରେ ସମାଜବାଦୀ ପାର୍ଟି ପଞ୍ଜୀକୃତ ବିରୋଧୀ ଦଳ ମାନ୍ୟତ ପାଇନାହିଁ। କାରଣ ମୋଟ ୧୦୦ ବିଶିଷ୍ଟ  ଉତ୍ତର ପ୍ରଦେଶ ବିଧାନ ପରିଷଦରେ ପଞ୍ଜୀକୃତ ବିରୋଧୀ ଦଳ ମାନ୍ୟତ ପାଇବା ପାଇଁ କୌଣସି ଦଳ ପାଖରେ ୧୦ ଜଣ ସଦସ୍ୟ ରହିଥିବା ଆବଶ୍ୟକ। ଅନ୍ୟପଟେ ମୋଟ ୪୦୩ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ସମାଜବାଦୀ ପାର୍ଟି ପାଖରେ ୧୧୧ ବିଧାୟକ ଅଛନ୍ତି। ଦଳ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି। କାରଣ ମୋଟ ୪୦୩ ସିଟ୍ ବିଶିଷ୍ଟ ବିଧାନସଭାରେ ପଞ୍ଜୀକୃତ ବିରୋଧୀ ଦଳ ମାନ୍ୟତ ପାଇବା ପାଇଁ କୌଣସି ଦଳ ପାଖରେ ୪୦.୩ ଜଣ ସଦସ୍ୟ ରହିବା ଆବଶ୍ୟକ।