Uttar Pradesh Politics: ବୟାନବାଜିକୁ ନେଇ ଅବଦୁଲ୍ଲା-ଅରବିନ୍ଦ ମୁହାଁମୁହିଁ
Advertisement

Uttar Pradesh Politics: ବୟାନବାଜିକୁ ନେଇ ଅବଦୁଲ୍ଲା-ଅରବିନ୍ଦ ମୁହାଁମୁହିଁ

Uttar Pradesh Politics: ନିକଟରେ ଉତ୍ତର ପ୍ରଦେଶର ୨ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନର ସମାଜବାଦୀ ମେଣ୍ଟର ପରାଜୟକୁ ନେଇ ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଟାକ୍ଷ କରି ତାଙ୍କୁ ଏସି ରୁମ ଛାଡିବାକୁ ପରାମର୍ଶ ଦେଇଥିଲେ। 

Uttar Pradesh Politics: ବୟାନବାଜିକୁ ନେଇ ଅବଦୁଲ୍ଲା-ଅରବିନ୍ଦ ମୁହାଁମୁହିଁ

Uttar Pradesh Political Clash: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପରେ ଦଳର ବରିଷ୍ଠ ନେତା ଅଜମ ଖାନ କରିଥିବା ବୟାନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏହି ପ୍ରସଙ୍ଗରେ ଅଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ ଏବଂ ଓମପ୍ରକାଶ ରାଜଭରଙ୍କ ପୁଅ ଅରବିନ୍ଦ ରାଜଭାର ହୋଇଛନ୍ତି ମୁହାଁମୁହିଁ। ମିଛ ନ କହିବାକୁ ପୁଅ ଅବଦୁଲ୍ଲା ଆଜମ ଖାନ ଅରବିନ୍ଦ ରାଜଭାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଅରବିନ୍ଦ ରାଜଭାର ତାଙ୍କ ନିର୍ଦ୍ଦେଶ ଦେଇଥିବା ଅବଦୁଲ୍ଲା ଆଜମ ଖାନଙ୍କୁ ଜବାବ ଦେଇଛନ୍ତି। ଅବଦୁଲ୍ଲା ଆଜମ ଖାନା ସମାଜବାଦୀ ପାର୍ଟି ବିଧାୟକ ହୋଇଥିବା ବେଳେ ଅରବିନ୍ଦ ରାଜଭାର ହେଉଛନ୍ତି ସମାଜବାଦୀ ପାର୍ଟିର ମେଣ୍ଟ ସହଯୋଗୀ ସୁହଲଦେବ ଭାରତୀୟ ସମାଜ ପାର୍ଟି ନେତା। 

ନିକଟରେ ଉତ୍ତର ପ୍ରଦେଶର ୨ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ (Uttar Pradesh LokSabha By Election 2022) ସମାଜବାଦୀ ମେଣ୍ଟର (Samajwadi Alliance) ​​ପରାଜୟକୁ ନେଇ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର (Om Prakash Rajbhar) ସମାଜବାଦୀ ପାର୍ଟି (Samajwadi Party) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ (Akhilesh Yadav) କଟାକ୍ଷ କରି ତାଙ୍କୁ ଏସି ରୁମ ଛାଡିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରେ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନ (Azam Khan) ଇସାରା ଇସାରରେ ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଥିଲେ ଯେ ସେ ତାଙ୍କୁ କେବେ ଖରାରେ ଠିଆ ହୋଇଥିବାର ଦେଖି ନାହାଁନ୍ତି। ଯେଉଁ ଦିନ ସେ ତାଙ୍କୁ ଖରାରେ ଛିଡା଼ ହୋଇଥିବାର ଦେଖିବାକୁ ପାଇବେ ତାହେଲେ ସେ ତାଙ୍କୁ ନିଶ୍ଚିତ ଭାବେ ପରାମର୍ଶ ଦେବେ।

ଏହି ପ୍ରସଙ୍ଗରେ ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ (Abdullah Azam Khan) ଟ୍ୱିଟ କରି ଏକ ପ୍ରଶ୍ନ ପଚାରି କହିଥିଲେ ଯେ ଓମ ପ୍ରକାଶ ରାଜଭାର କହୁଛନ୍ତି ଯେ ଅଖିଳେଶ ଯାଦବ ଏସି ରୁମ ଛାଡନ୍ତି ନାହିଁ? ହେଲେ ଆମେ ଓମ ପ୍ରକାଶ ରାଜଭରଙ୍କୁ କେବେ ଖରାରେ ଠିଆ ହୋଇଥିବାର ଦେଖିନାହୁଁ। ମିଛ କୁହ ନାହିଁ। ଯଦି ଆପଣ ସତ କୁହନ୍ତି ତାହେଲେ ଭଲ ହେବ। 

ଅବଦୁଲ୍ଲା ଆଜମ ଖାନ ଟ୍ୱିଟ ଉପରେ ଜବାବ ରଖି ଅରବିନ୍ଦ ରାଜଭର (Arvind Rajbhar) ଟ୍ୱିଟ କରି କହିଛନ୍ତି ଯେ ମୁହଁରୁ ବାହାରିଥିବା ଶବ୍ଦକୁ ଫେରାଇ ନିଆଯାଇ ପାରିବ ନାହିଁ। ନିଜେ କହିଥିବା କଥା ଉପରେ ସଫେଇ ଦେଇ ଅଧିକ ସନ୍ଦେହ ଉତ୍ପନ କରିବାର କୌଣସି କାରଣ ନାହିଁ। ଏହି ଟ୍ୱିଟ୍ ସହିତ ଅରବିନ୍ଦ ରାଜଭାର ଅବଦୁଲ୍ଲା ଆଜାମ ଖାନଙ୍କ ଟ୍ୱିଟ ସ୍କ୍ରିନସଟ ସେୟାର କରିଛନ୍ତି।

Also Read: UP Politics: ଇସାରା ଇସାରରେ ଅଖିଲେଶ ଯାଦବଙ୍କୁ ଆଜମ ଖାନଙ୍କ କଟାକ୍ଷ