Uttar Pradesh Politics: ରାମପୁର ଉପନିର୍ବାଚନ ପୂର୍ବରୁ ଆଜାମ ଖାନଙ୍କୁ ଲାଗିଲା ଆଉ ଏକ ବଡ଼ ଝଟକା
Advertisement

Uttar Pradesh Politics: ରାମପୁର ଉପନିର୍ବାଚନ ପୂର୍ବରୁ ଆଜାମ ଖାନଙ୍କୁ ଲାଗିଲା ଆଉ ଏକ ବଡ଼ ଝଟକା

Samajwadi Party Leader:ଘୃଣ୍ୟ ଭାଷଣ ଦେବା ମାମଲାରେ ଆଜାମ ଖାନଙ୍କ ବିଧାୟକ ପଦ ଚାଲିଯିବା ସହ ତାଙ୍କୁ ୩ ବର୍ଷ ପାଇଁ ଦଣ୍ଡିତ କରାଯାଇଛି। ଘୃଣ୍ୟ ଭାଷଣ ଦେବା ମାମଲାରେ ବିଧାୟକ ପଦ ହରାଇଛନ୍ତି ସମାଜବାଦୀ ପାର୍ଟି ନେତା ।

 Uttar Pradesh Politics: ରାମପୁର ଉପନିର୍ବାଚନ ପୂର୍ବରୁ ଆଜାମ ଖାନଙ୍କୁ ଲାଗିଲା ଆଉ ଏକ ବଡ଼ ଝଟକା

Azam Khan: ବିଧାୟକ ପଦ ଚାଲିଯିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ମିଳିଛି ଆଉ ଏକ ବଡ଼ ଝଟକା। ରାମପୁର ଆସନର ଭୋଟର ତାଲିକାରୁ ଆଜାମ ଖାନଙ୍କ ନାମ ହଟାଇବାକୁ ନିର୍ଦ୍ଦେଶ ଜାରି ହୋଇଛି। ଯାହା ପରେ ସେ ରାମପୁର ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ​​ଭୋଟ୍ ଦେଇ ପାରିବେ ନାହିଁ। ସମାଜବାଦୀ ପାର୍ଟି ଆଜାମ ଖାନଙ୍କ ବିରୋଧରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଘୃଣ୍ୟ ଭାଷଣ ଦେବା ମାମଲାରେ ଆଜାମ ଖାନଙ୍କ ବିଧାୟକ ପଦ ଚାଲିଯିବା ସହ ତାଙ୍କୁ ୩ ବର୍ଷ ପାଇଁ ଦଣ୍ଡିତ କରାଯାଇଛି। ଘୃଣ୍ୟ ଭାଷଣ ଦେବା ମାମଲାରେ ବିଧାୟକ ପଦ ହରାଇଛନ୍ତି ସମାଜବାଦୀ ପାର୍ଟି ନେତା ।

ରାମପୁର ଉପନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଆକାଶ ସାକ୍ସେନା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ଏକ ଚିଠି ଲେଖିଥିଲେ। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲୋକସଭାର ଆଇନ ଧାରା ୧୬ ଅନୁଯାୟୀ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ଆରପି ଆକ୍ଟ ଦର୍ଶାଇ ଆଜାମ ଖାନଙ୍କୁ ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ କରିବାକୁ ଦାବି କରାଯାଇଥିଲା। ଏଥିପାଇଁ ଘୃଣ୍ୟ ଭାଷଣ ଦେବା ମାମଲାରେ ଆଜାମ ଖାନଙ୍କୁ ଦିଆଯାଇଥିବା ଦଣ୍ଡକୁ ଦର୍ଶାଯାଇଛି।

Also Read: Uttar Pradesh Politics: ଚାଲିଗଲା ଆଜମ ଖାନଙ୍କ ବିଧାୟକ ପଦ, ସମାଜବାଦୀ ପାର୍ଟି ଲାଗି ବଢିଲା ସମସ୍ୟା

ଲୋକ ପ୍ରତିନିଧି ଆଇନର ବିଭିନ୍ନ ବ୍ୟବସ୍ଥା ଦର୍ଶାଇ ଆଜାମ ଖାନଙ୍କ ଭୋଟ୍ ଦେବା ଅଧିକାର ପ୍ରତ୍ୟାହାର କରିବା ପାଇଁ ବିଜେପି ଆକାଶ ସାକ୍ସେନା ନିର୍ବାଚନ ଆୟୋଗ ପାଖକୁ ଏକ ଚିଠି ଲେଖିଥିଲେ। ରାମପୁର ବିଧାନସଭା ଆସନର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ ଅଭିଯୋଗକାରୀ ଆକାଶ ସାକ୍ସେନାଙ୍କ ଆବେଦନ ସହିତ କୋର୍ଟ ଆଦେଶର କପି ଏବଂ ଲୋକ ଅଧିନିୟମ ୧୯୫୦ ଏବଂ ୧୯୫୧ ଅନୁଯାୟୀ ଆଜାମ ଖାନଙ୍କ ନାମ ଭୋଟର ତାଲିକାରୁ ହଟାଯାଇଛି। 

Also Read: Uttar Pradesh: ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନଙ୍କୁ ବଡ଼ ଝଟକା, ଚାଲିଗଲା ବିଧାନସଭା ସଦସ୍ୟତା ପଦ

ଉତ୍ତେଜନାମୂଳକ ଭାଷଣ ଦେବା ମାମଲାରେ ରାମପୁର ସାଂସଦ-ବିଧାୟକ କୋର୍ଟ ଅଜାମ ଖାନଙ୍କୁ ଅକ୍ଟୋବର ୨୭ ତାରିଖରେ ୩ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହା ପରେ ତାଙ୍କର ବିଧାନସଭା ସଦସ୍ୟତା ରଦ୍ଦ ହୋଇଯାଇଥିଲା। ଘୃଣ୍ୟ ଭାଷଣ ଦେବା ମାମଲାରେ ୩ ବର୍ଷ ଦଣ୍ଡାଦେଶ ହେତୁ ଆଜାମ ଖାନଙ୍କ ସଦସ୍ୟତା ବାତିଲ ହେବା ପରେ ରାମପୁର ବିଧାନସଭା ଆସନ ଖାଲି ପଡିଛି। ଏହି ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ମତଦାନ ଅନୁଷ୍ଠିତ ହେବ। ରାମପୁର ବିଧାନସଭା ଉପନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଅସୀମ ରାଜାଙ୍କୁ ଟିକେଟ୍ ଦେଇଛନ୍ତି। ସେ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ରାମପୁରର ପୂ୍ର୍ବତନ ବିଧାୟକ ଆଜାମ ଖାନ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

Also Read: Uttar Pradesh: ବିଧାନସଭା ସଦସ୍ୟତା ପଦ ହରାଇଲେ ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନ

 

ଆଜାମ ଖାନଙ୍କ ଘନିଷ୍ଠ ସହଯୋଗୀ ଭାବରେ ପରିଗଣିତ ହେଉଥିବା ଅସୀମ ରାଜା ଚଳିତ ବର୍ଷ ଜୁନ୍ ମାସରେ ଅନୁଷ୍ଠିତ ହୋଇଥିବା ରାମପୁର ଲୋକସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ସେ ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧିଙ୍କ ଠାରୁ ପରାସ୍ତ ହୋଇଥିଲେ। ରାମପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା କାରଣରୁ ଆଜମ ଖାନ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।