Dara Singh Chauhan: ନିର୍ବାଚନ ପ୍ରଚାର ସମୟରେ ବିଜେପି ବିଧାୟକଙ୍କ ଉପରେ କାଳିମାଡ଼
Advertisement

Dara Singh Chauhan: ନିର୍ବାଚନ ପ୍ରଚାର ସମୟରେ ବିଜେପି ବିଧାୟକଙ୍କ ଉପରେ କାଳିମାଡ଼

Dara Singh Chauhan Ink  Attack: ନିର୍ବାଚନ ସମୟରେ ବିଜେପି ବିଧାୟକଙ୍କ ଦାରା ସିଂହ ଚୌହାନଙ୍କ ଉପରେ ହୋଇଛି କାଳିମାଡ଼। ଏହି ଘଟଣାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି।

Dara Singh Chauhan: ନିର୍ବାଚନ ପ୍ରଚାର ସମୟରେ ବିଜେପି ବିଧାୟକଙ୍କ ଉପରେ କାଳିମାଡ଼

Ink at on Dara Singh Chauhan: ରାଜ୍ୟର ଘୋଷି ବିଧାନସଭା ଆସନରେ ହେଉଥିବା ଉପ-ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ​ରାଜନୀତି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ବିଧାୟକ ପ୍ରାର୍ଥୀ ଦାରା ସିଂହ ଚୌହାନ ପ୍ରଚାର କରିବା ସମୟରେ କାଳିମାଡ଼ର ଶୀକାର ହୋଇଛନ୍ତି। ରବିବାର ନିର୍ବାଚନ ପ୍ରଚାର କରିବା ସମୟରେ ଏହି ଘଟଣା ଘଟିଥିବାର ଜଣାପଡ଼ିଛି। ରବିବାର ନିର୍ବାଚନ ପ୍ରଚାର କରିବା ଅବସରରେ  ଅଦରୀ ଠାରେ ପହଞ୍ଚିଥିଲେ ବିଜେପି ବିଧାୟକ ପ୍ରାର୍ଥୀ। ହେଲେ ଏହି ଅବସରରେ ଜଣେ ବ୍ୟକ୍ତି ଦାରା ସିଂହ ଚୌହାନଙ୍କ ଉପରେ କାଳି ଫିଙ୍ଗି ଦେଇଥିଲେ। 

ଗତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ଦାରା ସିଂହ ଚୌହାନ (Dara Singh Chauhan) ସମାଜବାଦୀ ପାର୍ଟି (Samajwadi Party MLA Candidate) ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଘୋଷି ଆସନରୁ (Ghosi Assembly Constituency) ନିର୍ବାଚିତ ହୋଇଥିଲେ। ହେଲେ ନିକଟ ଅତୀତରେ ଦାରା ସିଂହ ଚୌହାନ ତାଙ୍କ ଆସନରୁ ଇସ୍ତଫା ଦେଇ ବିଜେପି ହାତ ଧରିଥିଲେ। ଏବେ ଘୋଷି ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ (Ghosi By Election 2023) ଦାରା ସିଂହ ଚୌହାନ ବିଜେପି ବିଧାୟକ ପ୍ରାର୍ଥୀ (BJP MLA Candidate) ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସମାଜବାଦୀ ପାର୍ଟି ବିଜେପି ହାତ ଧରିବା ପରେ ଘୋଷି ବିଧାୟକ ଦାରା ସିଂହ ଚୌହାନଙ୍କ ବିରୋଧରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଲୋକେ ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କାଳିମାଡ଼ ଘଟଣା ପରେ ଦାରା ସିଂହ ଚୌହାନ (Ink at on Dara Singh Chauhan) ନିର୍ବାଚନ ପ୍ରଚାର ଛାଡି ନିଜ କାର୍ଯ୍ୟାଳୟକୁ ଫେରିଥିଲେ। କାଳିମାଡ଼ କରିବା ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ କାଳିମାଡ଼ କରିଥିବା ଅଭିଯୁକ୍ତଙ୍କୁ ଖୋଜୁଛି।

ଯେତେବେଳେ ଦାରା ସିଂହ ଚୌହାନଙ୍କ ଉପରେ କାଳିମାଡ଼ କରାଯାଇଥିଲା, ସେତେବେଳେ ତାଙ୍କ ସୁରକ୍ଷାକର୍ମୀ ମଧ୍ୟ ଉପସ୍ଥିତ ଥିଲେ। ହେଲେ ସୁରକ୍ଷାକର୍ମୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ, କାଳିମାଡ଼ କରିଥିବା ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କେହି ଜଣେ ଏହି ଘଟଣାର ଭିଡିଓ ରେକର୍ଡ଼ିଂ କରି ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରି ଦେଇଥିଲେ। ଯାହା ପରେ ଭାଇରାଲ ହୋଇଯାଇଥିଲା। 

ଯେତେବେଳେ ଏହି ଘଟଣା ବିଷୟରେ ବିଜେପି ଜିଲ୍ଲା ସଭାପତି ପ୍ରବୀଣ ଗୁପ୍ତାଙ୍କୁ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ସେ ସେତେବେଳେ ସେ ଏକ ସଭାରେ ଥିଲେ। ଏହି ଘଟଣା ବିଷୟରେ ସେ ଅବଗତ ନଥିଲେ। ମାତ୍ର ପରେ ସେ ଅଭିଯୋଗ କରିଛନ୍ତି ଯେ ସମାଜବାଦୀ ପାର୍ଟି ଦ୍ୱାରା ସମର୍ଥିତ ଗୁଣ୍ଡା ଏଭଳି କାଣ୍ଡ ଭିଆଇଛନ୍ତି। ଏହି ଘଟଣାର ତଦନ୍ତରେ ଜିଲ୍ଲା ପ୍ରଶାସନ ନିୟୋଜିତ ରହିଛି। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଜେପି ଏବଂ ଏନଡିଏ ସହଯୋଗୀ ପ୍ରାର୍ଥୀ ଦାରା ସିଂହ ଚୌହାନଙ୍କ ନାମାଙ୍କନ ପରେ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ। ରବିବାର ସେ ମଉ ଜିଲ୍ଲାର (Mau District) କୋପାଗଞ୍ଜ ବ୍ଲକ ଅଦରୀ (Adari Village  Kopaganj Block) ସ୍ଥିତ ଏକ କଲେଜ ଠାରେ ଜନଚୌପାଲ ନାମରେ ଏକ କାର୍ଯ୍ୟକ୍ରମ କରିଥିଲେ। ଏହା ପରେ ସେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଦେବାକୁ ଯାଇଥିଲେ। ସେ ଆଦରୀ ଚଟ୍ଟି ଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ବିଜେପି କର୍ମୀ ସ୍ୱାଗତ କରିଥିଲେ। ଏହି ସମୟରେ ଦୁଇଜଣ ଯୁବକ ଆସି ଦାରା ସିଂ ଚୌହାନଙ୍କ ଉପରେ କାଳି ମାଡ଼ କରି ଫେରାର ହୋଇଯାଇଥିଲେ।