SP MLA RK Verma: ପ୍ରତାପଗଡ଼ ଜିଲ୍ଲାରେ ନିର୍ମିତ ହେଉଥିବା ଏକ କଲେଜ ଘର କେତେ ମଜବୁତ ହୋଇଛି ତାହା ବିଧାୟକଙ୍କ ଦ୍ୱାରା କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି।
Trending Photos
SP MLA RK Verma: ସରକାରୀ ପ୍ରକଳ୍ପ ଯଥା ଘର, ପୋଲ, ରାସ୍ତା ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଖବର ଆପଣ ପଢିଥିବେ। ସଦ୍ୟ ଉତ୍ତର ପ୍ରଦେଶ ପ୍ରତାପଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଯେଉଁଠି ଜଣେ ସରକାରୀ କାର୍ଯ୍ୟର ଗୁଣବତ୍ତା ପରୀକ୍ଷା ଭଳି ଏକ ଚମକାଇବା ଭଳି ଘଟଣା ଘଟିଛି। ଯାହାର ଭିଡ଼ିଓ ସୋସିଆଲ ମିଡି଼ଆ ଯୋଗେ ଭାଇରାଲ ହେବାରେ ଲାଗିଛି।
ପ୍ରତାପଗଡ଼ ଜିଲ୍ଲାରେ ନିର୍ମିତ ହେଉଥିବା ଏକ କଲେଜ ଘର କେତେ ମଜବୁତ ହୋଇଛି ତାହା ବିଧାୟକଙ୍କ ଦ୍ୱାରା କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି। ଏହି ଭିଡିଓ ସେୟାର କରି ଉତ୍ତର ପ୍ରଦେଶ ବିରୋଧି ଦଳ ନେତା ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି।
Also Read: ଗୋଇଠା ମାରି ପାଚେରୀ ଭାଙ୍ଗିଦେଲେ ବିଧାୟକ
ପ୍ରତାପଗଡ଼ ଜିଲ୍ଲାର ରାନିଗଞ୍ଜ ଆସନର ସାମାଜବାଦୀ ପାର୍ଟି ବିଧାୟକ ଡ.ରାକେଶ କୁମାର ବର୍ମା ନିଜ ନିର୍ବାଚନମଣ୍ଡଳୀରେ ନିର୍ମିତ ହେଉଥିବା ଏକ ଇଞ୍ଜିନିୟରିଂ କଲେଜ ନିର୍ମାଣସ୍ଥଳ ଠାରେ ପହଞ୍ଚିଥିଲେ। ସେଠାରେ ସେ ଏହି କଲେଜ ଲାଗି ନିର୍ମାଣ ହେଉଥିବା ଘରର ଗୁଣବତ୍ତା ପରୀକ୍ଷା କରିଥିଲେ। ଏହି ସମୟରେ ବିଧାୟକ ଏକ ଘରର କାନ୍ଥକୁ ଜୋର୍ ରେ ଧକ୍କା ଦେଇଥିଲେ। ମାତ୍ର ବିଧାୟକଙ୍କ ୨-୩ ଧକ୍କା ମାଡରେ ଘର କାନ୍ଥ ଭୁଷୁଡ଼ି ଯାଇଥିଲା।
ऐसे घटिया निर्माण कार्य से सरकार युवाओं का भविष्य नहीं तैयार रही,यह उनके मौत का इंतजाम है, रानीगंज विधानसभा में बन रहे इंजीनियरिंग कॉलेज में भ्रष्ट सरकारी तंत्र का दर्शन। pic.twitter.com/Rr6ibkN4l4
— Dr. R. K. Verma mla (@DrRKVermamla2) June 23, 2022
ଇଞ୍ଜିନିୟରିଂ କଲେଜ ଘରର କାନ୍ଥ ଭୁଷୁଡ଼ି ଯିବା ଘଟଣାରେ ପ୍ରତିକ୍ରିୟା ରଖି ବିଧାୟକ ଡ.ରାକେଶ କୁମାର ବର୍ମା କହିଛନ୍ତି ଏଭଳି ଦୁର୍ବଳ ଭିତ୍ତିଭୂମି ଉପରେ ଚାରି ମହଲା ଘର ନିର୍ମାଣ କରାଯାଉଛି। ଗତ ବୁଧବାର ସେ ନିଜେ ନିଜ ନିର୍ବାଚନମଣ୍ଡଳୀରେ ନିର୍ମିତ ହେଉଥିବା ଏକ ଇଞ୍ଜିନିୟରିଂ କଲେଜ ପରିଦର୍ଶନ କରିବାକୁ ଆସି ଏହାର ନିର୍ମାଣ କାର୍ଯ୍ୟ ଯାଞ୍ଚ କରିଥିଲେ। ଏନେଇ ଟ୍ୱିଟ କରି ବିଧାୟକ କହିଥିଲେ ଏପରି ନିମ୍ନ ମାନର ନିର୍ମାଣ କାର୍ଯ୍ୟରେ ଯୁବୁପିଢିଙ୍କ ଭବିଷ୍ୟତ ନିର୍ମାଣ ହୋଇପାରିବ ନାହିଁ। ଏହା ସେମାନଙ୍କ ମୃତ୍ୟୁ ପାଇଁ ବ୍ୟବସ୍ଥା କରିବା ଭଳି।
अनियमितता की शिकायत पर रानीगंज विधानसभा क्षेत्र में हो रहे निर्माण कार्यों का निरीक्षण कर अधिकारियों को गुणवत्तापूर्ण कार्य हेतु निर्देशित किया। pic.twitter.com/2D6K4938jl
— Dr. R. K. Verma mla (@DrRKVermamla2) June 23, 2022
ଏହି ଘଟଣାର ଭିଡିଓ ସେୟାର କରି ଉତ୍ତର ପ୍ରଦେଶ ବିରୋଧି ଦଳ ନେତା ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରି କହିଛନ୍ତି ବିଜେପି ଶାସନ କାଳରେ ଦୁର୍ନୀତିର ଚମତ୍କାରିତା ଅନନ୍ୟ। ଇଞ୍ଜିନିୟରିଂ କଲେଜର ଇଟାକୁ ବିନା ସିମେଣ୍ଟ ଦ୍ୱାରା ଏକାଠି କରାଯାଇଥିଲା।"
भाजपा के राज में, घोर भ्रष्टाचार का कमाल है निराला
बिन सीमेंट, इंजीनियर कॉलेज की ईंटों को जोड़ डाला pic.twitter.com/q2iqFyCELX— Akhilesh Yadav (@yadavakhilesh) June 24, 2022
मज़बूती की बुलंदियों को छूता डबल इंजन सरकार का विकास।
प्रतापगढ़ में बेईमानी की सीमेंट और भ्रष्टाचार की ईंट से बन रही इंजीनियरिंग कॉलेज की निर्माणाधीन दीवार निरक्षण करने पहुंचे सपा विधायक आरके वर्मा के हाथ लगाते ही धराशाई हो गई।
अब क्या कार्रवाई करेगी कमीशन बाज भाजपा सरकार। pic.twitter.com/ZCIQACQDWF
— Samajwadi Party (@samajwadiparty) June 24, 2022