Uttar Pradesh: ମଦ୍ରାସା ପରେ ଆଉ ଏକ ବଡ଼ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
Advertisement
Article Detail0/zeeodisha/odisha1339441

Uttar Pradesh: ମଦ୍ରାସା ପରେ ଆଉ ଏକ ବଡ଼ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Yogi Adityanaths Govt:  ରାଜ୍ୟରେ ରହିଥିବା ଅଣ ମାନ୍ୟତା ପ୍ରାପ୍ତ ମଦ୍ରାସା ଉପରେ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Uttar Pradesh: ମଦ୍ରାସା ପରେ ଆଉ ଏକ ବଡ଼ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

UP CM Yogi Adityanath: ଗୋରଖପୁର ନଗର ନିଗମର ସୀମା ପୁନନିର୍ଦ୍ଧାରଣ ଡ୍ରାଫ୍ଟ  ଉତ୍ତର ପ୍ରଦେଶ ସରକାରଙ୍କ ଅନୁମୋଦନ ଲାଭ କରିଛି। ସୀମା ପୁନନିର୍ଦ୍ଧାରଣ ଅନୁସାରେ ଗୋରଖପୁର ଜିଲ୍ଲାର ୩୨ ଗ୍ରାମକୁ ଗୋରଖପୁର ନଗର ନିଗମରେ ଅନ୍ତର୍ଭୂକ୍ତ କରାଯାଇଛି।  ଏହା ପରେ ନଗର ନିଗମର ୱାର୍ଡ ସଂଖ୍ୟା ୮୦ ହୋଇଛି। ପୂର୍ବରୁ ମୋଟ ୭୦ ୱାର୍ଡ କୁ ନେଇ ଗଠିତ ହୋଇଥିଲା ଗୋରଖପୁର ନଗର ନିଗମ। ବର୍ତ୍ତମାନ ନୂତନ ଭାବରେ ସୃଷ୍ଟି ହୋଇଥିବା ୧୦ ୱାର୍ଡ ସହିତ ୪୦ ପୁରୁଣା ୱାର୍ଡ ନାମକୁ ଦେଶର ମହାନ ବ୍ୟକ୍ତି ଏବଂ ଶହୀଦଙ୍କ ନାମରେ ନାମିତ କରାଯାଇଛି। ଏହା ମଧ୍ୟରୁ ଅନେକ ୱାର୍ଡ ନାଁ ଭଗତ ସିଂ, ରାମ ପ୍ରସାଦ ବିସ୍ମିଲ, ଆଶଫାକ ଉଲା ଖାନ, ଫିରାକ ଗୋରଖପୁରୀ,  ମହନ୍ତ ଦିଗବିଜୟ ନାଥ ଏବଂ ମତ୍ସ୍ୟେନ୍ଦ୍ର ନାଥଙ୍କ ନାମରେ ନାମିତ ହେବ।

ଗୋରଖପୁର ନଗର ନିଗମ (Gorakhpur Municipal Corporation) ଅଧିନସ୍ଥ ବିଭିନ୍ନ ୱାର୍ଡ ନାମ ପରିବର୍ତ୍ତନ କରିବାକୁ ନେଇ ଯଦି କାହାର କୌଣସି ଅଭିଯୋଗ ଥାଏ ତାହାଲେ ଅଭିଯୋଗ ଦାଖଲ କରାଯାଇ ପାରିବ। ଦାଖଲ ହୋଇଥିବା ଅଭିଯୋଗ ଉପରେ  ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବା ପରେ ନାମ ବଦଳାଇବା ଉପରେ ଚୂଡ଼ାନ୍ତ ଅନୁମୋଦନ ପ୍ରଦାନ କରାଯିବ। 

Also Read: UP Madarsa Survey: ରାଜ୍ୟର ମଦ୍ରାସା ଉପରେ ସର୍ଭେ କରିବାକୁ କାହିଁକି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Uttar Pradesh Chief Minister Yogi Adityanath) ଯେତେବେଳେ ସର୍ବ ପ୍ରଥମେ ୧୯୯୮ ଲୋକସଭା ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେତେବେଳେ ଗୋରଖପୁର ଲୋକସଭା ଆସନ (Gorakhpur Lok Sabha Seat ) ଅଧିନସ୍ଥ ତିନୋଟି ବଜାରର ନାମ ପରିବର୍ତ୍ତନ କରାଯାଇଥିଲା। ଅଲି ନଗର (Ali Nagar), ମିଆଁ ବଜାର (Miya Bazar) ଏବଂ ଉର୍ଦ୍ଦୁ ବଜାର (Urdu Bazar) ଆଦି ତିନୋଟି ବଜାରର ନାମ ପରିବର୍ତ୍ତନ କରି ଏହାକୁ ଯଥାକ୍ରମେ ଆର୍ଯ୍ୟ ବଜାର (Arya Bazar), ମାୟା ବଜାର (Maya Bazar) ଏବଂ ହିନ୍ଦୀ ବଜାର (Hindi Bazar) ନାମିତ କରାଯାଇଥିଲା। ବର୍ତ୍ତମାନ ଗୋରଖପୁର ନଗର ନିଗମ ପକ୍ଷରୁ ଅଲୀନଗର, ତୁର୍କମାନପୁର, ମିୟା ବଜାର ପ୍ରଭୃତି ୱାର୍ଡ ନାମକୁ ପରିବର୍ତ୍ତନ କରାଯାଇଛି।

ବର୍ତ୍ତମାନ ଗୋରପୁର ନଗର ନିଗମରେ ଅନ୍ତର୍ଭୂକ୍ତ ହୋଇଥିବା ୧୦ ନୂତନ ୱାର୍ଡର ନାମ ବାବା ରାଘବ ଦାସ, ବାବା ଗମ୍ଭୀରନ୍ନାଥ ନାଗର, ରଣଦୀହା, ମଦନ ମୋହନ ମାଲବୀୟ, ବଡୋଗୋ, ସଞ୍ଝାଇ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ନାଗର, ମତ୍ସ୍ୟେନ୍ଦ୍ର ନାଥ, ମୋହନପୁର ନାମରେ ରଖାଯାଇଛି। ଏହା ସହିତ, ବହୁ ପୁରୁଣା ୱାର୍ଡର ନାମ ପରିବର୍ତ୍ତନ କରାଯାଇଛି। ପୁର୍ଦିଲପୁରର ନାମ ବିଜୟ ଚୌକ୍, ଜନପ୍ରିୟ ବିହାର ନାମ ମହନ୍ତ ଦିଗବିଜୟ ନାଥଙ୍କ ନାମରେ ନାମିତ କରାଯାଇଛି।

Also Read: Uttar Pradesh: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ଓୱେସିଙ୍କ ହାଲ୍ଲାବୋଲ; ମଦ୍ରାସା ସର୍ଭେକୁ ନେଇ ଦେଲେ ବଡ଼ ବୟାନ

 

ସେହିପରି ମୁଫତିପୁର ୱାର୍ଡ ବର୍ତ୍ତମାନ ଘଣ୍ଟାଘର ନାମରେ ପରିଚିତ ହେବ। ଘୋଷିପୁରୱା ନାମ ରାମ ପ୍ରସାଦ ବିସ୍ମିଲ ଏବଂ ବିଛିଆ ଜଙ୍ଗଲ ତୁଳସୀ ରାମ ପୁର୍ବୀ ନାଁ ଶହୀଦ ଶିବ ସିଂହ କ୍ଷେତ୍ରି ନାମରେ ଜଣାଯି। ସେହିଭଳି ଶେଖପୁର ୱାର୍ଡ ଗୀତା ପ୍ରେସ ନାମରେ ଜଣାଯିବ। ରେଲୱେ କଲୋନୀ ୱାର୍ଡ ଅସ୍ଥିତ୍ୱକୁ ରଦ୍ଦ କରିବା ପରେ ଏହାକୁ ମୈତ୍ରୀପୁରମ୍ ନାମରେ ନାମିତ କରାଯାଇଛି। ନୌସାଦ ଅଞ୍ଚଳରେ ରହିଥିବା ଗ୍ରାମକୁ ମତ୍ସେନ୍ଦ୍ର ନଗର ନାମରେ ନାମିତ କରାଯାଇଛି। ଏହା ସହିତ ମୋହଦୀପୁରର ନାମ  ଶହୀଦ ଭଗତ ସିଂହଙ୍କ ନାମରେ ପରିବର୍ତ୍ତନ କରାଯାଇଛି।