UP LokSabha By Election 2022: ସମାଜବାଦୀ ପାର୍ଟି ପ୍ରଚାରକ ତାଲିକାରୁ ଶିବପାଲ ଯାଦବ ଗାଏବ
Advertisement
Article Detail0/zeeodisha/odisha1212760

UP LokSabha By Election 2022: ସମାଜବାଦୀ ପାର୍ଟି ପ୍ରଚାରକ ତାଲିକାରୁ ଶିବପାଲ ଯାଦବ ଗାଏବ

ଆଜମଗଡ଼ ଏବଂ ରାମପୁର ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ଦଳୀୟ ପ୍ରଚାରକ ତାଲିକାରେ ସାମିଲ ହୋଇଥିବା ୪୦ ଜଣ ନେତାଙ୍କ ନାଁ ଭାରତୀୟ ନିର୍ବାଚନ ଆୟୋଗ ପାଖକୁ ପଠାଇଛି ସମାଜବାଦୀ ପାର୍ଟି।

UP LokSabha By Election 2022: ସମାଜବାଦୀ ପାର୍ଟି ପ୍ରଚାରକ ତାଲିକାରୁ ଶିବପାଲ ଯାଦବ ଗାଏବ

Samajwadi Party Star Campaigner: ଉତ୍ତର ପ୍ରଦେଶର ଆଜମଗଡ଼ ଏବଂ ରାମପୁର ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ସମାଜବାଦୀ ପାର୍ଟି ପକ୍ଷରୁ ପ୍ରକାଶ ପାଇଛି ଦଳୀୟ  ପ୍ରଚାରକ ତାଲିକା। ମାତ୍ର ଏହି ତାଲିକାରୁ ଶିବପାଲ ଯାଦବଙ୍କ ନାଁ ଗାଏବ ହୋଇଯାଇଛି। ଏହି ତାଲିକାରେ ୪୦ ଜଣ ସମାଜବାଦୀ ପାର୍ଟି ନେତାଙ୍କ ନାଁ ରହିଛି ହେଲେ ଶିବପାଲ ଯାଦବଙ୍କ ନାଁ ହଜିଯାଇଛି। ଉପନିର୍ବାଚନ ଲାଗି ଦଳୀୟ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସଭାପତି ଶିବପାଲ ଯାଦବଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି। 

ଆଜମଗଡ଼ ଏବଂ ରାମପୁର ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ଦଳୀୟ ପ୍ରଚାରକ ତାଲିକାରେ ସାମିଲ ହୋଇଥିବା ୪୦ ଜଣ ନେତାଙ୍କ ନାଁ ଭାରତୀୟ ନିର୍ବାଚନ ଆୟୋଗ ପାଖକୁ ପଠାଇଛି ସମାଜବାଦୀ ପାର୍ଟି। ଦଳୀୟ ତାରକା ପ୍ରଚାରକ ତାଲିକାରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ, ଦଳର ପ୍ରମୁଖ ସଚିବ ରାମଗୋପାଳ ଯାଦବ, ରାଷ୍ଟ୍ରୀୟ ମହାସଚିବ ମହମ୍ମଦ ଆଜମ ଖାନ ପ୍ରମୁଖ ଅଛନ୍ତି। ମାତ୍ର ପ୍ରଚାରକ ତାଲିକାରେ ଶିବପାଲ ସିଂହ ଯାଦବଙ୍କ ନାଁ ଗାଏବ ହୋଇଯାଇଛି।

ଶିବପାଲ ଯାଦବ ଏବଂ ଅଖିଳେଶ ଯାଦବଙ୍କ ମଧ୍ୟରେ ମତଭେଦ ସେତେବେଳେ ଠାରୁ ବଢିଯାଇଥିଲା ଯେତେବେଳେ ଗତ ମାର୍ଚ୍ଚ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ସମାଜବାଦୀ ପାର୍ଟି ବିଧାୟକ ଦଳ ବୈଠକରେ ଯୋଗ ଦେବା ଲାଗି ଚାଚା ଶିବପାଲଙ୍କୁ ନିମନ୍ତ୍ରଣ କରିନଥିଲେ ପୁତୁରା। ସେବେଠାରୁ ବିଜେପି ସହ ଚାଚା ଶିବପାଲଙ୍କ ବନ୍ଧୁତା ବଢିବାର ଖବର ସାମ୍ନାକୁ ଆସିଥିଲା। ଶିବପାଲ ଯାଦବ କିଛି ମାସ ପୂର୍ବରୁ ବିଜେପି ସହିତ ବଢୁଥିବା ବନ୍ଧୁତାକୁ ଦର୍ଶାଇଥିଲେ ଯେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମାଙ୍କୁ ଟ୍ୱିଟର ରେ ଫଲୋ କରିବା ଆରମ୍ଭ କରିଥିଲେ।

ଉତ୍ତର ପ୍ରଦେଶର ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇସାରିଛି। ଆଜମଗଡ଼ ଆସନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଏବଂ ରାମପୁର ଆସନରେ ଦଳର ରାଷ୍ଟ୍ରୀୟ ମହାସଚିବ ମହମ୍ମଦ ଆଜମ ଖାନଙ୍କ ପ୍ରତିଷ୍ଠା ବାଜିରେ ଲାଗିଛି। ଆସନ୍ତା ଜୁନ ୨୩ ତାରିଖରେ ଏହି ୨ ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ଲାଗି ମତଦାନ ଅନୁଷ୍ଠିଚ ହେବ ଏବଂ ଜୁନ ୨୬ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ।

Also Read: ରାମପୁର-ଆଜମଗଡ଼ ଆସନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା

Also Read: UP Assembly: ସମାଜବାଦୀ ପାର୍ଟି ବିଧାୟକଙ୍କ ପାଖରେ ବସିବେ ନାହିଁ ଶିବପାଲ ଯାଦବ