UP Lok Sabha Election 2022: ସମାଜବାଦୀ ପାର୍ଟି ହାତରୁ ଖସିଲା ରାମପୁର-ଆଜମଗଡ଼
Advertisement
Article Detail0/zeeodisha/odisha1233741

UP Lok Sabha Election 2022: ସମାଜବାଦୀ ପାର୍ଟି ହାତରୁ ଖସିଲା ରାମପୁର-ଆଜମଗଡ଼

UP Lok Sabha Election 2022: ଉତ୍ତର ପ୍ରଦେଶର  ୨ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜୟବାନା ଉଡ଼ାଇଛି ବିଜେପି। 

UP Lok Sabha Election 2022: ସମାଜବାଦୀ ପାର୍ଟି ହାତରୁ ଖସିଲା ରାମପୁର-ଆଜମଗଡ଼

UP Lok Sabha Election 2022: ଉତ୍ତର ପ୍ରଦେଶର ଆଜମଗଡ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟିକୁ ଲାଗିଛି ଝଟକା। ଏହି ନିର୍ବାଚନରେ ବିଜେପି ୨ ଆସନ ଦଖଲ କରିବାରେ ସଫଳ ହୋଇଛି। ରାଜ୍ୟର ରାମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଘନଶ୍ୟାମ ସିଂହ ଲୋଧି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅସିମ ରାଜାଙ୍କୁ ୪୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି।

ଅନ୍ୟପଟେ ଆଜମଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଅଭିନେତା ଦୀନେଶ ଲାଲ ଯାଦବ ନିରହୁଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବଙ୍କୁ ୧୨ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି। ଉଭୟ ରାମପୁର-ଆଜମଗଡ଼ ଲୋକସଭା ଆସନରେ ବିଜେପି ବିଜୟବାନା ଉଡ଼ାଇବାରେ ସଫଳ ହୋଇଛି। ଅନ୍ୟପଟେ ଏହି ଉପନିର୍ବାଚନରେ ସମାଜବାଦୀ ପାର୍ଟିକୁ ଲାଗିଛି ଜୋରଦାର ଝଟକା।  

ରାମପୁର ସମାଜବଦୀ ପାର୍ଟି ନେତା ଆଜମ ଖାନଙ୍କ ଗଡ଼ ହୋଇଥିବା ବେଳେ ଏହାକୁ ଦଖଲ କରିବାରେ ସଫଳ ହୋଇଛି ବିଜେପି। ଅନ୍ୟପଟେ ସମାଜବାଦୀ ପାର୍ଟି ଗଡ଼ ଭାବେ ଜଣାଶୁଣା ଆଜମଗଡ଼ ଲୋକସଭା ଆସନରେ ବିଜୟବାନା ଉଡ଼ାଇଛି ବିଜେପି। ଏହି ଦୁଇ ଆସନରେ ମୁକାବିଲା ସିଧାସଳଖ ବିଜେପି-ସମାଜବାଦୀ ପାର୍ଟି ମଧ୍ୟରେ ହୋଇଥିଲା। ମାତ୍ର ବିଜେପି ବାଜିମାତ କରିବାରେ ସଫଳ ହୋଇଛି। 

ରାମପୁର ଆସନରୁ ଜିତିବା ପରେ ପ୍ରତିକ୍ରିୟା ରଖି ବିଜେପି ପ୍ରାର୍ଥୀ ଘନଶ୍ୟାମ ସିଂହ ଲୋଧି କହିଛନ୍ତି ଏହି ବିଜୟକୁ ମୁଁ ଦଳର କର୍ମକର୍ତ୍ତାଙ୍କ ଲାଗି ସମର୍ପିତ କରୁଛି। ଯେଉଁମାନେ ନିର୍ବାଚନ ସମୟରେ ଦଳ ଲାଗି ଦିନ-ରାତି ପରିଶ୍ରମ କରିଥିଲେ। ବିଜେପି ସବୁ ବେଳେ ଲୋକଙ୍କ ବିକାଶ ଲାଗି କାମ କରିଛି। 
 
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବ (Akhilesh Yadav) ମୈନପୁରୀ ଜିଲ୍ଲାର (Mainipuri Dist) କରହଲ ବିଧାନସଭା ଆସନରୁ (Karhal Assembly Constituency) ବିଧାୟକ ଭାବରେ ନିର୍ବାଚିତ ହେବା ପରେ ଆଜମଗଡ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ବରିଷ୍ଠ ସମାଜବାଦୀ ପାର୍ଟି ନେତା (Samajwadi Party Leader) ଆଜମ ଖାନ (Azam Khan) ରାମପୁର ବିଧାନସଭା ଆସନରୁ (Rampur Assembly Constituency) ନିର୍ବାଚିତ ହେବା ରାମପୁର ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପରେ ଖାଲି ପଡିଥିବା ଏହି ୨ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଲାଗି ଜୁନ୍ ୨୩ ତାରିଖରେ ହୋଇଥିଲା ମତଦାନ। 

Also Read: 'ଭାଇ ଧର୍ମେନ୍ଦ୍ର ଯାଦବଙ୍କ ସହ ଚାଚା ଶିବପାଲ ଯାଦବଙ୍କ ଭଳି ଖେଳ କରିଛନ୍ତି ଅଖିଲେଶ ଯାଦବ'