'କ୍ରାନ୍ତିକାରୀ ସାବରକରଙ୍କ କଥା କଂଗ୍ରେସ ମାନିଥିଲେ ହୋଇନଥାନ୍ତା ଦେଶର ବିଭାଜନ'
Advertisement
Article Detail0/zeeodisha/odisha1201148

'କ୍ରାନ୍ତିକାରୀ ସାବରକରଙ୍କ କଥା କଂଗ୍ରେସ ମାନିଥିଲେ ହୋଇନଥାନ୍ତା ଦେଶର ବିଭାଜନ'

 ଯଦି କଂଗ୍ରେସ ସାବରକରଙ୍କ କଥା ଶୁଣିଥାନ୍ତା ତାହେଲେ ଦେଶ ବିଭାଜିତ ହୋଇନଥାନ୍ତା। 

'କ୍ରାନ୍ତିକାରୀ ସାବରକରଙ୍କ କଥା କଂଗ୍ରେସ ମାନିଥିଲେ ହୋଇନଥାନ୍ତା ଦେଶର ବିଭାଜନ'

CM Yogi on Savarkar: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ବିପ୍ଳବୀ, ଲେଖକ, ଦାର୍ଶନିକ, କବି ବିନାୟକ ଦାମୋଦର ସାବରକରଙ୍କୁ ଅପମାନିତ କରିଛି କଂଗ୍ରେସ। ସ୍ୱାଧିନତା ପୂର୍ବରୁ ଇଂରେଜ ସରକାର ଏବଂ ଦେଶ ସ୍ୱାଧିନ ହେବା ପରେ କଂଗ୍ରେସ ରାଷ୍ଟ୍ରନାୟକ ସାବରକରଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିଲା। ସେତେବେଳେ ତାଙ୍କୁ ଠାରୁ କେହି ବଡ଼ ନଥିଲେ। ସ୍ୱାଧୀନତା ପରେ ଦାର୍ଶନିକ ସାବରକରଙ୍କୁ ଯେଉଁ ସମ୍ମାନ ମିଳିବା କଥା ତାହା ମିଳିନାହିଁ। ହିନ୍ଦୁତ୍ୱ ଶବ୍ଦ ବୀର ସାବରକରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ମେ ୨୮ ତାରିଖ ଶନିବାର ଦାର୍ଶନିକ ବିନାୟକ ଦାମୋଦର ସାବରକରଙ୍କ ଜୟନ୍ତୀ ଅବସରରେ ଉଦୟ ମହରୁକର ଏବଂ ଚିରାୟୁ ପଣ୍ଡିତଙ୍କ ଦ୍ୱାରା ପ୍ରକାଶିତ "ବୀର ସାବରକର-ଯିଏ ଭାରତର ବିଭାଜନକୁ  ରୋକି ପାରିଥାନ୍ତେ ତଥା ତାଙ୍କ ଜାତୀୟ ସୁରକ୍ଷା ଦୃଷ୍ଟିକୋଣ" ନାମକ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯଦି କଂଗ୍ରେସ ସାବରକରଙ୍କ କଥା ଶୁଣିଥାନ୍ତା ତାହେଲେ ଦେଶ ବିଭାଜିତ ହୋଇନଥାନ୍ତା।  ପାକିସ୍ତାନ ଆସିବ ଯିବ ହେଲେ ଭାରତ ସର୍ବଦା ରହିବ।

ପ୍ରତ୍ୟେକ ନାଗରିକଙ୍କୁ ସଂଖ୍ୟାଲଘୁ କିମ୍ବା ସଂଖ୍ୟାବହୁଳ ନଜରରେ ଦେଖିବା ବଦଳରେ ନାଗରିକ ଭାବେ ଦେଖିବା ଆବଶ୍ୟକ। ଏହାକୁ ଆମେ ରାଜ୍ୟରେ ଲାଗୁ କରିଛି। ଉତ୍ତର ପ୍ରଦେଶ ସଡ଼କରେ ନାଁ ପୂଜାପାଠ ନା ନମାଜ ହେବ। ଆଣ୍ଡାମା ନିକୋବର ରାଜଧାନୀ ପୋର୍ଟବ୍ଲେୟାରସ୍ଥିତ ସେଲ୍ୟୁଲାର ଜେଲ ପରିସରରେ ଅଟଲ ବିହାରୀ ବାଜପେୟୀଙ୍କ ସରକାର ବୀର ସାବରକରଙ୍କ ପ୍ରତିମା ଲଗାଇଥିଲା। ହେଲେ ଏହାକୁ ପରେ କଂଗ୍ରେସ ହଟାଇ ଦେଇଥିଲା।    

Also Read: ଟ୍ୱିଟ ଲାଗି ତେଜିଲା ବିବାଦ; ଜବାବ ରଖିଲେ ଅଧିର ରଞ୍ଜନ ଚୌଧୁରୀ