Nirmala Sitharaman: 'ମୁଁ ହିନ୍ଦୀ କଥା କହିବାକୁ ଡରିଥାଏ! ହିନ୍ଦୀ କହିବା ବେଳେ ମୁଁ ଥରିଥାଏ, ମୁଁ ଦ୍ୱିଧାରେ କହୁଛି'
Advertisement
Article Detail0/zeeodisha/odisha1354439

Nirmala Sitharaman: 'ମୁଁ ହିନ୍ଦୀ କଥା କହିବାକୁ ଡରିଥାଏ! ହିନ୍ଦୀ କହିବା ବେଳେ ମୁଁ ଥରିଥାଏ, ମୁଁ ଦ୍ୱିଧାରେ କହୁଛି'

Union Minister Nirmala Sitharaman on Hindi: ମୁଁ ତାମିଲନାଡୁରେ ଜନ୍ମ ହୋଇଛି। ହିନ୍ଦୀ ବିରୋଧି ଆନ୍ଦୋଳନ ସମୟରେ ମୁଁ କଲେଜ ଶିକ୍ଷା ଗ୍ରହଣ କରିଛି। ହିନ୍ଦୀ ଭାଷା ବିରୋଧରେ ହୋଇଥିବା ହିଂସାତ୍ମକ ବିରୋଧ ପ୍ରଦର୍ଶନର ସାକ୍ଷୀ ରହିଛି ମୁଁ।

Nirmala Sitharaman: 'ମୁଁ ହିନ୍ଦୀ କଥା କହିବାକୁ ଡରିଥାଏ! ହିନ୍ଦୀ କହିବା ବେଳେ ମୁଁ ଥରିଥାଏ, ମୁଁ ଦ୍ୱିଧାରେ କହୁଛି'

Union Finance Minister on Hindi: ହିନ୍ଦୀ ଭାଷା ଉପରେ ଏକ ଚକିତ କରିବା ଭଳି ବୟାନ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ଗୁରୁବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସେ ହିନ୍ଦୀ କହିବା ବେଳେ କମ୍ପି ଉଠିଥାନ୍ତି। ଦ୍ୱିଧାରେ ସେ ହିନ୍ଦୀ ଭାଷାରେ କହିଥାନ୍ତି। ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ସୀତାରମଣ ଜଣେ ପୂର୍ବତନ ବକ୍ତାଙ୍କ ଘୋଷଣାକୁ ଉଲ୍ଲେଖ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ସମ୍ବୋଧନ ହିନ୍ଦୀରେ ହେବ। ଏହି ପରିସ୍ଥିତି ସୃଷ୍ଟି କରିଥିବା ସେହି ସ୍ଥିତିକୁ ସୂଚାଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀରେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ମୋତେ ଭୟ ଘାରିଥାଏ। 

ମୁଁ ତାମିଲନାଡୁରେ ଜନ୍ମ ହୋଇଛି। ହିନ୍ଦୀ ବିରୋଧି ଆନ୍ଦୋଳନ (Tamilnadu Anti Hindi Agitation) ସମୟରେ ମୁଁ କଲେଜ ଶିକ୍ଷା ଗ୍ରହଣ କରିଛି। ହିନ୍ଦୀ ଭାଷା ବିରୋଧରେ ହୋଇଥିବା ହିଂସାତ୍ମକ ବିରୋଧ ପ୍ରଦର୍ଶନର ସାକ୍ଷୀ ରହିଛି ମୁଁ। କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି ଯେ ହିନ୍ଦୀ କିମ୍ବା ସଂସ୍କୃତ ଭାଷାକୁ (Hindi or Sanskrit) ଦ୍ୱିତୀୟ ଭାଷା ଭାବରେ ଚୟନ କରିଥିବା ଛାତ୍ରଛାତ୍ରୀ, ଏପରିକି ମେରିଟ୍ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପସନ୍ଦ ଭାଷା ହେତୁ ରାଜ୍ୟ ସରକାରଙ୍କ ଦ୍ୱାରା ବୃତ୍ତି ପ୍ରଦାନ କରା ଯାଇନାହିଁ।

ବୟସ ବଢିଯିବା ପରେ ଜଣେ ବ୍ୟକ୍ତିଙ୍କ ପାଇଁ ଏକ ନୂତନ ଭାଷା ଶିଖିବା କଷ୍ଟକର। ହେଲେ ମୁଁ ମୋ ସ୍ୱାମୀଙ୍କ ମାତୃଭାଷା ତେଲୁଗୁ (Telegu) ଶିଖିପାରି ନାହିଁ। ଅତୀତରେ ଘଟିଥିବା ଘଟଣା ପାଇଁ ହିନ୍ଦୀ ଭାଷା ଶିକ୍ଷା କରିପାରି ନଥିଲେ। କେନ୍ଦ୍ରମନ୍ତ୍ରୀ ସ୍ୱୀକାର କରିଛନ୍ତି, ମୁଁ ବହୁତ ଦ୍ୱିଧାରେ ହିନ୍ଦୀ କହୁଛି। ସେ ସ୍ୱୀକାର କରିଛନ୍ତି ଯେ ସେ ଯେଉଁ ଭଳି ଭାବରେ ହିନ୍ଦୀ କହି ପାରିଥାନ୍ତେ ତାହା ଆହୁରି ପ୍ରଭାବଶାଳୀ ହୋଇ ପାରିଥାନ୍ତି।

Also Read: Karnataka Politics: ହିନ୍ଦୀ ଦିବସ ଉପରେ ବୟାନ ରଖି ବିବାଦରେ ଜେଡିଏସ ନେତା କୁମାରସ୍ୱାମୀ

ହେଲେ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ (Union Finance Minister Nirmala Sitharaman) ନିଜେ ହିନ୍ଦୀରେ ପ୍ରାୟ ୩୫ ମିନିଟ ଧରି ଭାଷଣ ଦେଇଛନ୍ତି। ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ (Indian Economy) ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ସ୍ଥାନ ପାଇ ପାରିଥାନ୍ତା, ହେଲେ ଆମଦାନୀ ହୋଇଥିବା ସମାଜବାଦୀ ଦର୍ଶନ (Socialist Ideology) ହେତୁ ଏହା ହୋଇପାରି ନଥିଲା ଯାହା କେନ୍ଦ୍ରୀଭୂତ ଯୋଜନା ଉପରେ ନିର୍ଭରଶୀଳ ଥିଲା।

ଗତ ୧୯୯୦ ଦଶକରେ କେନ୍ଦ୍ରରେ କ୍ଷମତାସୀନ ତତ୍କାଳୀନ କଂଗ୍ରେସ ସରକାର ଦ୍ୱାରା କରାଯାଇଥିବା ଅର୍ଥନୈତିକ ସଂସ୍କାରକୁ ସେ ଅର୍ଦ୍ଧ ସଂସ୍କାର ବୋଲି କହିଛନ୍ତି। ଯେଉଁଠାରେ ଅର୍ଥନୀତି ଠିକ ଭାବରେ ନୁହେଁ ବରଂ ଆନ୍ତର୍ଜତୀୟ ମୁଦ୍ରା ପାଣ୍ଠି ଦ୍ୱାରା ଲାଗୁ କରାଯାଇଥିବା କଠୋରତା ଅନୁଯାୟୀ ଖୋଲା ଯାଇଥିଲା। ଯେ ପର୍ଯ୍ୟନ୍ତ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠିତ ହୋଇ ନଥିଲା ସେତେବେଳେ ପ୍ରକୃତ ପକ୍ଷେ ଦେଶର କୌଣସି ଅଗ୍ରଗତି ହୋଇନଥିଲା।  ଭିତ୍ତିଭୂମି ନିର୍ମାଣ, ସଡ଼କ ଏବଂ ମୋବାଇଲ ଟେଲିଫୋନ୍ ଉପରେ ବାଜପେୟୀ ସରକାର ଦିଆଯାଇଥିବା ଧ୍ୟାନ ଆମକୁ ବହୁତ ସାହାଯ୍ୟ କରିଛି।