Telangana Election 2023: କିଏ ଏହି ବିଜେପି ପ୍ରାର୍ଥୀ ଭେଙ୍କଟ ରେଡ୍ଡୀ? ଯିଏ କେସିଆର ଏବଂ କଂଗ୍ରେସର ଭାବି ମୁଖ୍ୟମନ୍ତ୍ରୀଙ୍କୁ କଲେ ପରାସ୍ତ
Advertisement
Article Detail0/zeeodisha/odisha1992839

Telangana Election 2023: କିଏ ଏହି ବିଜେପି ପ୍ରାର୍ଥୀ ଭେଙ୍କଟ ରେଡ୍ଡୀ? ଯିଏ କେସିଆର ଏବଂ କଂଗ୍ରେସର ଭାବି ମୁଖ୍ୟମନ୍ତ୍ରୀଙ୍କୁ କଲେ ପରାସ୍ତ

Telangana BJP MLA KVR Reddy: ୨୦୨୩ ତେଲେଙ୍ଗାନା ବିଧାନସଭା ବିଧାନସଭା ନିର୍ବାଚନରେ  କମାରେଡ୍ଡୀ ଆସନରେ  ବିଦାୟୀ ମୁଖ୍ୟମନ୍ତ୍ରୀ କେସିଆର ଏବଂ ଭାବି ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତା ରେଭାନ୍ତ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ।

Telangana Election 2023: କିଏ ଏହି ବିଜେପି ପ୍ରାର୍ଥୀ ଭେଙ୍କଟ ରେଡ୍ଡୀ? ଯିଏ କେସିଆର ଏବଂ କଂଗ୍ରେସର ଭାବି ମୁଖ୍ୟମନ୍ତ୍ରୀଙ୍କୁ କଲେ ପରାସ୍ତ

Telangana BJP MLA Katipally Venkata Ramana Reddy: ୨୦୨୩ ତେଲେଙ୍ଗାନା ବିଧାନସଭା ବିଧାନସଭା ନିର୍ବାଚନ ପାଇଁ ଶେଷ ହେବାକୁ ଯାଉଛି ଭୋଟ ଗଣତି। ଖବର ଲେଖାସରିବା ପର୍ଯ୍ୟନ୍ତ କଂଗ୍ରେସ ୬୨ ସିଟ୍ ଜିତିବା ସହ ୨ ଆସନରେ ଆଗୁଆ ରହିଛି। ସେହିପରି ବିଆରଏସ ୩୭ ସିଟ୍ ଜିତିବା ସହ ୨ ଆସନରେ ଆଗୁଆ ରହିଛି। ଅନ୍ୟପଟେ ବିଜେପି ୮ ଏବଂ କଂଗ୍ରେସ ମେଣ୍ଟ ସହଯୋଗୀ ସିପିଆଇ ଗୋଟିଏ ଆସନ ହାତେଇଛି। ଏଆଇଏମଆଇଏମ ୬ ସିଟ୍ ଜିତିବା ସହ ଗୋଟିଏ ଆସନରେ ଆଗୁଆ ରହିଛି। 
 
ଏଥର ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ନେଇ ସ୍ଥିତି ସ୍ପଷ୍ଟ ହୋଇଯାଇଛି। ଅନ୍ୟପଟେ ରାଜ୍ୟ ଗଠନ ହେବା ପର ଠାରୁ ଲଗାତାର ୯ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଆରଏସ ଏଥର ବିରୋଧି ଦଳ ଆସନରେ ବସିବାକୁ ଯାଉଛି।  ଅନ୍ୟପଟେ ବିଜେପି ଗତ ଥର ଅପେକ୍ଷା ଏଥର ନିଜର ପ୍ରଦର୍ଶନ ସୁଧାରି ୮ ଆସନରେ ବିଜୟ ବାନା ଉଡ଼ାଇଛି। ବିଧାନସଭା ନିର୍ବାଚନ ୨୦୨୩ ଫଳାଫଳା ପାଇଁ ଏଥର ରାଜ୍ୟର ସମ୍ମାନଜନକ କମାରେଡ୍ଡୀ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାରେ ରହିଛି। ଯେଉଁଠୁ ବିଜେପି ବିଧାୟକ ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ବାଜିମାତ କରିଛନ୍ତି। କମାରେଡ୍ଡୀ ଆସନରେ ବିଜେପି ପ୍ରାର୍ଥୀ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଏ ରେଭାନ୍ତ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି। 

ବିଜେପି ବିଧାୟକ ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ବିଧାନସଭା ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ଘୋଷିତ ସମ୍ପତ୍ତି ହେଉଛି ୪୯.୭ କୋଟି ଟଙ୍କା। ଯେଉଁଥିରେ ୨.୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ଏବଂ ୪୭.୫ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କର ମୋଟ ଘୋଷିତ ଆୟ ହେଉଛି ୯.୮ ଲକ୍ଷ। ସେଥିମଧ୍ୟରୁ ୪.୯ ଲକ୍ଷ ଟଙ୍କା ହେଉଛି ତାଙ୍କର ଆୟ। ତାଙ୍କ ବିରୋଧରେ ୧୧ ଅପରାଧିକ ମାମଲା ପଞ୍ଜୀକୃତ ହୋଇଛି। 

କମାରେଡ୍ଡୀ ଆସନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଲଢିବାକୁ ନେଇ ଚର୍ଚ୍ଚାରେ ରହିଥିଲା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ତେଲେଙ୍ଗାନା କଂଗ୍ରେସ କମିଟି ସଭାପତି ରେଭାନ୍ତ ରେଡ୍ଡୀ କମ୍ମାରେଡ୍ଡୀ ଆସନରେ ମୁହାଁମୁହିଁ ହୋଇଥିଲେ। ଏଠାରେ ଏକ ରୋଚକ ପ୍ରତିଯୋଗିତା ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରେ ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଏବଂ କଂଗ୍ରେସ ନେତା ରେଭାନ୍ତ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ। ଏହି ହଟ ସିଟ୍ ଉପରେ ସମଗ୍ର ଦେଶର ନଜର ରହିଥିଲା।

ସ୍ଥାନୀୟ ଲୋକ କରିଥିଲେ ସମର୍ଥନ କରିଥିଲେ, ବିଜୟର କାରଣ କହିଲେ ବିଜେପି ବିଧାୟକ 
କମାରେଡ୍ଡୀ ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ୬୭୧୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନିଜର ବିଜୟ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ମୁଁ ଉଭୟ ବିଆରଏସ-କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ସାମାନ୍ୟ ପ୍ରାର୍ଥୀ ଭାବେ ନେଇଥିଲି। ଏଠାକାର ଲୋକ ମୋତେ ବହୁତ ସମର୍ଥନ କରିଛନ୍ତି ଏବଂ ସେଥିପାଇଁ ମୁଁ କମ୍ମାରେଡି ଆସନରୁ ଜିତିବା ସହ ବିଧାୟକ ହୋଇପାରିଛି। ମୁଁ କହିବାକୁ ଚାହେଁ ଯେ ମୁଁ କେବଳ ୬୫ ହଜାର ମତାଦାତ ନୁହେଁ, ବରଂ ୪ ଲକ୍ଷ ଲୋକଙ୍କ ବିଧାୟକ। 

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡ଼ାଇଲା କଂଗ୍ରେସ 
୨୦୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ସହ ସରକାର ଗଠନ କରିବାକୁ ଯାଉଛି। ଏହି ନିର୍ବାଚନରେ ଦଳକୁ ମିଳିଥିବା ସଫଳତାର ଶ୍ରେୟ ତେଲେଙ୍ଗାନା କଂଗ୍ରେସ ସଭାପତି ରେଭାନ୍ତ ରେଡ୍ଡୀଙ୍କୁ ଦିଆଯାଉଛି। ରେଭାନ୍ତ ରେଡ୍ଡୀ କୋଡଙ୍ଗାଲ ଆସନରୁ ଜିତିଛନ୍ତି। ଯିଏ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସର୍ବାଗ୍ରେ ଅଛନ୍ତି। ସେହିପରି ବିଦାୟୀ ମୁଖ୍ୟମନ୍ତ୍ରୀ କେସିଆର ଗଜୱେଲ ଆସନରୁ ​​ବିଜୟୀ ହୋଇଛନ୍ତି। ବିଆରଏସ ମୁଖ୍ୟ କେସିଆର କମାରେଡ୍ଡୀ ଆସନରୁ ନିର୍ବାଚିତ ହୋଇ ସାରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  କମାରେଡ୍ଡୀ ଆସନରୁ ଏଥର ୨ ଜଣ ମୁଖ୍ୟମନ୍ତ୍ରୀଙ୍କ ପରାସ୍ତ ହେବାକୁ ପଡ଼ିଛି।