ବାଚସ୍ପତିଙ୍କ ମାଇକ୍ ଟାଣିଲେ ତାରା ବାହିନୀପତି, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ୪ଟା ଯାଏ ମୁଲତବୀ
Advertisement
Article Detail0/zeeodisha/odisha2352397

ବାଚସ୍ପତିଙ୍କ ମାଇକ୍ ଟାଣିଲେ ତାରା ବାହିନୀପତି, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ୪ଟା ଯାଏ ମୁଲତବୀ

Odisha Assembly: ଖାଲି ସେତିକି ନୁହେଁ ରିପୋର୍ଟର ଟେବୁଲ ଉପରେ ଚଢ଼ି ଯାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ପ୍ରତିବାଦ ସମୟରେ ବାଚସ୍ପତିଙ୍କ ମାଇକ ଟାଣି ଦେଇଥିଲେ ବିଧାୟକ ତାରା ବାହିନୀପତି।

ବାଚସ୍ପତିଙ୍କ ମାଇକ୍ ଟାଣିଲେ ତାରା ବାହିନୀପତି, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ୪ଟା ଯାଏ ମୁଲତବୀ

ଭୁବନେଶ୍ଵର: ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ଚତୁର୍ଥ ଦିନରେ ପୁଣି ଗୃହ ମୁଲତବୀ ଘୋଷଣା କରାଯାଇଛି। ବିରୋଧୀ କଂଗ୍ରେସର ହଟ୍ଟଗୋଳ ଯୋଗୁ ଅପରାହ୍ଣ ୪ଟା ଯାଏଁ ଗୃହ ସ୍ଥଗିତ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଶୂନ୍ୟକାଳରେ ଗୃହରେ ପୋଲାଭରମ ପ୍ରସଙ୍ଗ ଉଠିଥିଲା। ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଟଙ୍କା ଦେବା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ଦ୍ଵାରା ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ବୋଲି ସେ ଅଭିଯୋଗ କରିଥିଲେ। 

ଅନ୍ୟପଟେ ଆଜି ବିଧାନସଭାର ଚତୁର୍ଥ ଦିନ ହୋଇଥିବା ବେଳେ ପ୍ରଥମରୁ ପ୍ରଶ୍ନକାଳ ବେଶ ସୁରୁଖୁରୁରେ ଚାଲିଥିଲା। ହେଲେ ପୁଣି ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁରୁ ହଟ୍ଟଗୋଳ ଆରମ୍ଭ। ପ୍ରଥମେ ପଏଣ୍ଟ ଅଫ୍‌ ଅର୍ଡର ମାଗିଲା ବିରୋଧୀ ବିଜେଡି। ବିରୋଧୀଦଳ ନେତାଙ୍କୁ ଗିରଫ ଶଦ୍ଦ ପ୍ରୋସିଡିଂରୁ ହଟାଇବା ଦାବି କଲା। ଏହାପରେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ ମାନେ। ଖାଲି ସେତିକି ନୁହେଁ ରିପୋର୍ଟର ଟେବୁଲ ଉପରେ ଚଢ଼ି ଯାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ପ୍ରତିବାଦ ସମୟରେ ବାଚସ୍ପତିଙ୍କ ମାଇକ ଟାଣି ଦେଇଥିଲେ ବିଧାୟକ ତାରା ବାହିନୀପତି। ଯାହାପରେ ଗୃହକୁ ପ୍ରଥମେ ୧୫ ମିନିଟ୍ ଏବଂ ପରେ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି।