ଦୀପାଳିଙ୍କୁ ହରାଇ ବାଜି ମାରିଲେ ଟଙ୍କଧର !
Advertisement
Article Detail0/zeeodisha/odisha2279092

ଦୀପାଳିଙ୍କୁ ହରାଇ ବାଜି ମାରିଲେ ଟଙ୍କଧର !

 ସ୍ୱର୍ଗତଃ ନବଦାସଙ୍କ ହତ୍ୟା ଘଟଣା ପରେ ହୋଇଥିବା ଉପନିର୍ବାଚନରେ ଦୀପାଳିଙ୍କୁ ଟିକଟ୍ ମିଳିଥିଲା । ସେ ନିର୍ବାଚନ ଲଢି ଜିତିବାରେ ସକ୍ଷମ ହୋଇଥିଲେ । 

ଦୀପାଳିଙ୍କୁ ହରାଇ ବାଜି ମାରିଲେ ଟଙ୍କଧର !

ଝାରସୁଗୁଡା: ବିଧାନସଭା ଆସନ ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସେ ଦୀପାଳି ଦାସଙ୍କୁ ୧୩୨୨ ଭୋଟରେ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି ।

ତେବେ ଦୀପାଳି ଦାସଙ୍କ ହାରିବା ସହ ବିଜେଡିକୁ ଏକ ଶକ୍ତ ଧକ୍କା ଲାଗିଛି । କାରଣ ତାଙ୍କ ପିତା ସ୍ୱର୍ଗତଃ ନବଦାସଙ୍କ ହତ୍ୟା ଘଟଣା ପରେ ହୋଇଥିବା ଉପନିର୍ବାଚନରେ ଦୀପାଳିଙ୍କୁ ଟିକଟ୍ ମିଳିଥିଲା । ସେ ନିର୍ବାଚନ ଲଢି ଜିତିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଉପନିର୍ବାଚନରେ ଜିତିଥିବା ଦୀପାଳି ଚଳିତଥର ନିର୍ବାଚନରେ ପରାସ୍ତ ହେବା ଏବଂ ବିଜେପି ପ୍ରାର୍ଥୀ ଟଙ୍କଧର ଜିତିବା ପରେ ବିଜେଡି କର୍ମୀଙ୍କୁ ଯେତିକି ଝଟକା ଲାଗିଛି ସେତିକି ଖୁସି ମନାଉଛନ୍ତି ବିଜେପି କର୍ମୀ ।

Also Read- ରଘୁନାଥପାଲିରେ ଦୁର୍ଗା ତନ୍ତୀ, ଦଶପଲ୍ଲାରେ ରମେଶ ବେହେରା ବିଜୟୀ