Chhattisgarh Congress Govt: ନିଜ ସରକାରର ଲାଗି ସମସ୍ୟା ବଢାଇଲେ ମନ୍ତ୍ରୀ ଟିଏସ ସିଂହଦେଓ
Advertisement
Article Detail0/zeeodisha/odisha1325618

Chhattisgarh Congress Govt: ନିଜ ସରକାରର ଲାଗି ସମସ୍ୟା ବଢାଇଲେ ମନ୍ତ୍ରୀ ଟିଏସ ସିଂହଦେଓ

Chhattisgarh Congress Govt: ଏହି ପ୍ରସଙ୍ଗରେ ବିରୋଧି ବିଜେପି ଶାସକ କଂଗ୍ରେସକୁ ଟାର୍ଗେଟ କରିଛି। ରାଜ୍ୟର ମୁଖ୍ୟ ବିରୋଧି ବିଜେପି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ଅଭିଯୋଗ ଆଣି କହିଛି ଯେ କଂଗ୍ରେସ ସରକାର ସଠିକ ଉପାୟରେ ଆର୍ଥିକ ପରିଚାଳା କରି ପାରୁନାହିଁ।

Chhattisgarh Congress Govt: ନିଜ  ସରକାରର ଲାଗି ସମସ୍ୟା ବଢାଇଲେ ମନ୍ତ୍ରୀ ଟିଏସ ସିଂହଦେଓ

Chhattisgarh Minister TS Singh Deo: ଗୋଟିଏ ଶବ୍ଦରେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର ଲାଗି ସମସ୍ୟା ବଢାଇ ଦେଇଛନ୍ତି ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେଓ। ଏହି ପ୍ରସଙ୍ଗରେ ବିରୋଧି ବିଜେପି ଶାସକ କଂଗ୍ରେସକୁ ଟାର୍ଗେଟ କରିଛି। ରାଜ୍ୟର ମୁଖ୍ୟ ବିରୋଧି ବିଜେପି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ଅଭିଯୋଗ ଆଣି କହିଛି ଯେ କଂଗ୍ରେସ ସରକାର ସଠିକ ଉପାୟରେ ଆର୍ଥିକ ପରିଚାଳା କରି ପାରୁନାହିଁ। ନିକଟରେ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେଓଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଶୁଣିବାକୁ ମିଳୁଛି ଯେ ବିରୋଧ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରିବାକୁ ଛତିଶଗଡ଼ ସରକାରଙ୍କ ପାଖରେ କୌଣସି ସାମର୍ଥ୍ୟ ନାହିଁ।

ଏହି ପ୍ରସଙ୍ଗରେ ସମାଲୋଚନାର ସମ୍ମୁଖୀନ ହୋଇଥିବା  ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେଓ (Chhattisgarh Health Minister TS Singh Deo) ଭୁଲ ଶବ୍ଦ ଚୟନ ପାଇଁ କ୍ଷମା ମାଗିଛନ୍ତି। ଏନେଇ ସେ କହିଛନ୍ତି ଯେ କେନ୍ଦ୍ର ସରକାର ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ଉଚିତ ଏବଂ ବକେୟା ଅର୍ଥ ଛାଡି ରାଜ୍ୟ ସରକାରଙ୍କ ସହ ସହଯୋଗ କରିବା ଉଚିତ। ମନ୍ତ୍ରୀ ଟିଏସ ସିଂହଦେଓଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଇଛି। ଛତିଶଗଡ଼ ସରକାରଙ୍କ ପ୍ରାୟ ୪ ଲକ୍ଷ କର୍ମଚାରୀ ଏବଂ ଅଧିକାରୀ (Chhattisgarh Govt Employee and Staff) ମହଙ୍ଗା ଭତ୍ତା (Dearness Allowance) ବଢାଇବା ଦାବିରେ ଅଗଷ୍ଟ ୨୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି।

Also Read: Chhattisgarh Politics: ଟି.ଏସ ସିଂହଦେଓଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ଗତ ଅଗଷ୍ଟ ୧୬ ତାରିଖରେ ଛତିଶଗଡ଼ ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୬ ପ୍ରତିଶତ ବୃଦ୍ଧି କରିଥିଲେ। ପରେ ଏହାକୁ ୨୮ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେଓଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ବିରୋଧ ପ୍ରଦର୍ଶନ କରୁଥିବା ସରକାରୀ କର୍ମଚାରୀଙ୍କ ଏକ ପ୍ରତିନିଧି ଦଳ ସୁରଗୁଜା ଜିଲ୍ଲାର ଅମ୍ବିକାପୁର ଠାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କୁ ଭେଟି ତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା।

Also Read: Rift in Chhattisgarh Congress Govt: ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ-ମନ୍ତ୍ରୀ ବିବାଦ

ଏନେଇ ଭାଇରାଲ୍ ହୋଇଥିବା ଭିଡିଓରେ କିଛି ଲୋକ ଟି.ଏସ୍ ସିଂଦେବଙ୍କ ଚାରିପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି ଏବଂ ସେ ସେମାନଙ୍କୁ କହୁଛନ୍ତି ମୁଁ ସରକାରଙ୍କ ତରଫରୁ ନୁହେଁ ଆପଣଙ୍କ ପକ୍ଷରୁ କହୁଛି। ଯଦି ଟଙ୍କା ଅଛି ତାହେଲେ ପ୍ରଦାନ କରାଯିବ। ବର୍ତ୍ତମାନ ସମୟରେ ସରକାରଙ୍କ ପାଖରେ ୫-୬ ହଜାର କୋଟି ଟଙ୍କା ଦେବାର କ୍ଷମତା ନାହିଁ। ତାହେଲେ ସରକାର କେଉଁ ଠାରୁ ଟଙ୍କା ଆଣିଦେବେ? ମୁଁ ଆପଣଙ୍କୁ ୪୦ ହଜାର କୋଟି ଟଙ୍କା ଦେଉଛି। ଯଦି ଆପଣ କହୁଛନ୍ତି ଯେ ଅଧିକ ୫-୬ ହଜାର କୋଟି ଟଙ୍କା ଆବଶ୍ୟକ। ହେଲେ ବର୍ତ୍ତମାନ ସମୟରେ ସେପରି ସ୍ଥିତି ନାହିଁ।

Also Read: ଗାଦି ହରାଇବେକି Chhattisgarh CM? ଦଳୀୟ ସଙ୍ଗଠନରେ କରାଗଲା ପରିବର୍ତ୍ତନ

ଏହି ଭିଡିଓ ଟ୍ୱିଟ୍ କରିବା ବିଜେପି ନେତା ରମଣ ସିଂହ (BJP Leader Raman Singh) ଛତିଶଗଡ଼ର କଂଗ୍ରେସ ସରକାରଙ୍କ (Chhattisgarh Congress Govt:) ଉପରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ନିଜେ କହୁଛନ୍ତି ସରକାରଙ୍କ ପାଖରେ ଟଙ୍କା ଦେବାର କ୍ଷମତା ନାହିଁ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ (Chhattisgarh CM Bhupesh Baghel) ଭୁଲ ପରିଚାଳନା ରାଜ୍ୟକୁ ଋଣ ଭାରରେ ବୁଡ଼ାଇ ଦେବ। ଦରମା ଦେବାକୁ ନା ଦଳୀୟ ନିର୍ବାଚନୀ ଇସ୍ତାହାର ପୂରଣ କରିବାକୁ ଟଙ୍କା ନାହିଁ। ମୁଖ୍ୟମନ୍ତ୍ରୀ ଭୂପେଶ ବଗେଇ ହେଉଛନ୍ତି ଛତିଶଗଡର ବଣ୍ଟାଧାର ଅର୍ଥାତ ବିଭାଜନକାରୀ।