Congress President: ଦଳୀୟ ମଙ୍ଗୁଆଳ ପଦକୁ ନେଇ ବଡ଼ ଘୋଷଣା କଲେ ସୋନିଆ ଗାନ୍ଧୀ
Advertisement

Congress President: ଦଳୀୟ ମଙ୍ଗୁଆଳ ପଦକୁ ନେଇ ବଡ଼ ଘୋଷଣା କଲେ ସୋନିଆ ଗାନ୍ଧୀ

Next Congress President: ଆସନ୍ତା ଅକ୍ଟୋବର ମାସରେ ହେବାକୁ ଯାଉଛି ​​କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ମାତ୍ର ଏହା ପୂର୍ବରୁ ଦଳର ଲୋକସଭା ସାଂସଦ ଶଶୀ ଥରୁର ସୋମବାର ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। 

Congress President: ଦଳୀୟ ମଙ୍ଗୁଆଳ ପଦକୁ ନେଇ ବଡ଼ ଘୋଷଣା କଲେ ସୋନିଆ ଗାନ୍ଧୀ

Gandhi Family on Congress President: ଦଳର ନୂତନ ଅଧ୍ୟକ୍ଷ କିଏ ହେବ ସେ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଆସିଛି ଏକ ବଡ଼ ଖବର। ଏହି ପ୍ରସଙ୍ଗରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରଖିଥିବା ବୟାନ ଏବେ ଦଳର ଅଧ୍ୟକ୍ଷ ପଦକୁ ନେଇ ହେଉଥିବା ଚର୍ଚ୍ଚାରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ଟାଣିବା ଭଳି ହୋଇଛି। ତାଙ୍କର ବୟାନ ଏବେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। 

ଗାନ୍ଧୀ ପରିବାରର (Gandhi Family) କୌଣସି ସଦସ୍ୟ ହେବେ ନାହିଁ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ (Next Congress President)। ଏହା କହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress Interim President Sonia Gandhi)। ସୋମବାର ଦିଲ୍ଲୀ ଠାରେ ଦଳର ଜଣାଶୁଣା ନେତା ଶଶୀ ଥରୁର (Congress MP Shashi Tharoor) ଏବଂ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ପରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ପୂର୍ବରୁ ରାହୁଲ ଗାନ୍ଧୀ (Rahul Gandhi) କଂଗ୍ରେସ ସଭାପତି (Congress President) ହେବାକୁ ମନା କରି ଦେଇଛନ୍ତି। ସୂତ୍ରରୁ ମିଳିଥିବା ଖବରରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି। ତାହା ହେଉଛି ଯଦି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୁଏ, ତାହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan CM Ashok Gehlot) ଏବଂ ଦଳର ଲୋକସଭା ସାଂସଦ ଶଶୀ ଥରୁର ମୁଖ୍ୟ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେବେ। 

ଆସନ୍ତା ଅକ୍ଟୋବର ମାସରେ ହେବାକୁ ଯାଉଛି ​​କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ମାତ୍ର ଏହା ପୂର୍ବରୁ ଦଳର ଲୋକସଭା ସାଂସଦ ଶଶୀ ଥରୁର ସୋମବାର ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଯାହାଙ୍କ ନାଁ କଂଗ୍ରେସ ଅଧ୍ୟକ୍ଷ ଦୌଡରେ ସାମିଲ ହୋଇଛି। ଦଳରେ ସଂସ୍କାର ଆଣିବା ଲାଗି ଦିଆଯାଇଥିବା ଆହ୍ୱାନକୁ ସର୍ବସାଧାରଣରେ ସମର୍ଥନ କରିଛନ୍ତି ସେ। ଅନ୍ୟପଟେ ବିଦେଶରେ ଚିକିତ୍ସା ସାରି ଦିଲ୍ଲୀ ଫେରିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। କଂଗ୍ରେସ ଅଧ୍ୟକ୍ଷ ସଭାପତି ପଦ ପାଇଁ ନାମାଙ୍କନ ଆରମ୍ଭ ହେବାର ୩ ଦିନ ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଆସିଥିବା କଂଗ୍ରେସ ନେତାଙ୍କ ମଧ୍ୟରୁ କେରଳ ତିରୁଅନନ୍ତପୁରମ୍ ଲୋକସଭା ସାଂସଦ ଶଶୀ ଥରୁର ହେଉଛନ୍ତି ଅନ୍ୟତମ।

Also Read: Congress President Election: ଦଳରେ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ

ସୋମବାର ଦଳର ଯୁବ ନେତା ସମୂହଙ୍କ ଦ୍ୱାରା ଦିଆ ଯାଇଥିବା ଆହ୍ୱାନକୁ ସମର୍ଥନ କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଯେଉଁଥିରେ ଦଳରେ ସଂସ୍କାର ଆଣିବା ଲାଗି ଆହ୍ୱାନ ଦିଆଯାଇଛି। ଏପରିକି ଦଳରେ ନିରପେକ୍ଷ ନିର୍ବାଚନ ଏବଂ ପ୍ରତି ପରିବାରର ଜଣେ ପ୍ରାର୍ଥୀ ଏବଂ ଜଣେ ବ୍ୟକ୍ତି ଗୋଟିଏ ପଦବୀ, କୌଣସି ଦଳୀୟ ପଦବୀର ଅବଧି ୫ ବର୍ଷ ପର୍ଯ୍ୟନ୍ତ ରଖିବାକୁ ଦାବି କରାଯାଇଛି। 

କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ ଦଳର ଗଠନମୂଳକ ସଂସ୍କାର ଦାବିରେ ଦଳର ଯୁବ ନେତା ସମୂହଙ୍କ ଦ୍ୱାରା ପ୍ରଚାର କରାଯାଉଥିବା ଏହି ଆବେଦନକୁ ମୁଁ ସ୍ୱାଗତ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆବଦେନକୁ ୬୫୦ ଜଣରୁ ଅଧିକ ଲୋକ ସମର୍ଥନ ମିଳିସାରିଛି। ଦଳୀୟ ନେତାଙ୍କ ଦ୍ୱାରା କରାଯାଉଥିବା ଆବେଦନକୁ ସମର୍ଥନ କରି ମୁଁ ଏହାକୁ ଆଗକୁ ବଢାଇ ନେବାରେ ଖୁସି ଅନୁଭବ କରୁଛି।

Also Read: New Congress President: କଂଗ୍ରେସ ଅଧ୍ୟକ୍ଷଙ୍କ ନାଁ ହେଲା ଘୋଷଣା!, ଅଶୋକ ଗେହୋଲତ ଦେଲେ ବଡ଼ ବୟାନ

କଂଗ୍ରେସ ଏହାର ଜନସମ୍ପର୍କ କାର୍ଯ୍ୟକ୍ରମ ଭାରତ ଯୋଡା ଯାତ୍ରା ମାଧ୍ୟମରେ ପୁଣି ଥରେ ତୃଣମୂଳ ସ୍ତରରେ ନିଜକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛି। ଦଳର ଅନେକ ବରିଷ୍ଠ ନେତା ଏହି ଯାତ୍ରାରେ ନିଜକୁ ସାମିଲ କରାଇଛନ୍ତି। ଅନ୍ୟପଟେ ଦଳର ବରିଷ୍ଠ ନେତାଙ୍କ ନଜର ଦଳୀୟ ନେତୃତ୍ୱ ଉପରେ ରହିଛି। ଆଗାମୀ କଂଗ୍ରେସ ଅଧ୍ୟକ୍ଷ କିଏ ହେବ ତାହା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଶନିବାର ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି। ସେ ଆରମ୍ଭରୁ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ସପକ୍ଷରେ ବାହାରିଛନ୍ତି।