Chandrababu Naidu: ଆବେଦନ ଖାରଜ କଲେ ହାଇକୋର୍ଟ; ସୁପ୍ରିମକୋର୍ଟ ଠାରେ ପହଞ୍ଚିଲେ ଚନ୍ଦ୍ରବାବୁ ନାଇଡୁ
Advertisement
Article Detail0/zeeodisha/odisha1884666

Chandrababu Naidu: ଆବେଦନ ଖାରଜ କଲେ ହାଇକୋର୍ଟ; ସୁପ୍ରିମକୋର୍ଟ ଠାରେ ପହଞ୍ଚିଲେ ଚନ୍ଦ୍ରବାବୁ ନାଇଡୁ

TDP Chief Chandrababu Naidu: ରାଜ୍ୟରେ ହୋଇଥିବା ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ବାତିଲ୍ କରିବାକୁ କରାଯାଇଥିବା ଦାବି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏନେଇ କୋର୍ଟ କହିଛନ୍ତି ଏହି ମାମଲାରେ କୌଣସି ହସ୍ତକ୍ଷେପ କରାଯାଇ ପାରିବ ନାହିଁ।

Chandrababu Naidu: ଆବେଦନ ଖାରଜ କଲେ ହାଇକୋର୍ଟ; ସୁପ୍ରିମକୋର୍ଟ ଠାରେ ପହଞ୍ଚିଲେ ଚନ୍ଦ୍ରବାବୁ ନାଇଡୁ

Chandrababu Naidu Arrested: ଏଫ୍ଆଇଆର୍ ବାତିଲ୍ କରିବାକୁ ହୋଇଥିବା ଆବେଦନ ମାମଲାରେ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟ ଠାରେ ପହଞ୍ଚିଛନ୍ତି ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏକ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ବାତିଲ୍ କରିବାକୁ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତାଙ୍କ ପକ୍ଷରୁ ହୋଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ। ରାଜ୍ୟରେ ହୋଇଥିବା ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ୯ ତାରିଖରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା ଆନ୍ଧ୍ର ପ୍ରଦେଶ ପୋଲିସ। ଚଳିତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟ ଅପରାଧ ଶାଖା ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା।

ଜାମିନ ଆବେଦନ ମାମଲାରେ କ'ଣ କହିଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ?
ସେପ୍ଟେମ୍ବର ୨୩ ତାରିଖ ଶନିବାର ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ (TDP Chief Chandrababu Naidu) ଓକିଲ ସୁପ୍ରିମକୋର୍ଟ ଠାରେ ଏହି ଆବେଦନର ଏକ ନକଲ ଦାଖଲ କରିଛନ୍ତି। ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ (High Court of Andhra Pradesh) ତାଙ୍କର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ତଦନ୍ତ ଶେଷ ପର୍ଯ୍ୟାୟରେ ଥିବାବେଳେ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ।

Also Read: Chandrababu Naidu Arrest: ଗିରଫଦାରୀ ପରେ ନ୍ୟାୟିକ ହେପାଜତକୁ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ହାଇକୋର୍ଟ କହିଛନ୍ତି ଯେ ଆଇପିସି ଧାରା ୪୮୨ (ନକଲି ସମ୍ପତ୍ତି ବ୍ୟବହାର ପାଇଁ ଦଣ୍ଡ) ଅନୁଯାୟୀ ଦାଖଲ ହୋଇଥିବା ମାମଲାରେ କୌଣସି ମିନି ଟ୍ରାଏଲ ହୋଇପାରିବ ନାହିଁ। ହାଇକୋର୍ଟ ଆହୁରି କହିଛନ୍ତି ଗତ ୨୦୨୧ ବର୍ଷରେ ତଦନ୍ତକାରୀ ସଂସ୍ଥା ୧୪୦ ଜଣରୁ ଅଧିକ ସାକ୍ଷୀଙ୍କୁ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ (Skill Development Scam AP) ଜେରା କରି ସାରିଛନ୍ତି ଏବଂ ୪ ହଜାରରୁ ଅଧିକ ଦସ୍ତାବିଜ ଜମା କରିଛନ୍ତି। ଅବହେଳା ଏକ ଗୁରୁତର ବିଷୟ। ଏପରି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାର ଆବଶ୍ୟକତା ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲା ଟିଡିପି 
ଶୁକ୍ରବାର ଟିଡିପି ଆନ୍ଧ୍ର ପ୍ରଦେଶ ଶାଖା ସଭାପତି ଅଚେନ୍ ନାଇଡୁ କହିଛନ୍ତି ଯେ ଏଫ୍ଆଇଆର୍ ବାତିଲ କରିବାକୁ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କ ଦଳ ବର୍ତ୍ତମାନ ସୁପ୍ରିମକୋର୍ଟ ପାଖକୁ ଯିବ। ଆଚେନ୍ ନାଇଡୁ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଜଗନମୋହନ ରେଡ୍ଡୀ ରାଜ୍ୟର ମୁଖ୍ୟ ବିରୋଧି ଦଳ ନେତାଙ୍କ (Andhra Pradesh Opposition Leader) ବିରୋଧରେ ପ୍ରତିଶୋଧ ପରାୟଣ ମନୋଭାବ ରଖୁଛନ୍ତି।

Also Read: Chandrababu Naidu Arrested: ଶୋଇଥିବା ଅବସ୍ଥାରେ ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଏହି ସମୟରେ ସିଆଇଡି ପକ୍ଷରୁ ଅଧିକାରୀଙ୍କ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ହୋଇଥିବା ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେରା କରିବା ପାଇଁ ଏହି ଅଧିକାରୀ ରାଜମହେନ୍ଦ୍ରୀ କେନ୍ଦ୍ରୀୟ କାରଗାରକୁ ଯିବେ। ଏହି ମମଲାରେ ହେବାକୁ ରହିଥିବା ଜେରାରେ ୩ ଜଣ ଡିଏସପି, ୬ ଜଣ ପୋଲିସ ଅଧିକାରୀ, ଜଣେ ପେସାଦାର ଭିଡିଓଗ୍ରାଫର ଏବଂ ଆନ୍ଧ୍ର ପ୍ରଦେଶ ଅପରାଧିକ ତଦନ୍ତ ବିଭାଗର ଅର୍ଥନୈତିକ ଅପରାଧ ଶାଖାର ୨ ଜଣ ଅଧିକାରୀ ଅଂଶଗ୍ରହଣ କରିବେ।