UP Politics: ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇବା ବେଳେ କାହାକୁ କଂସ ବୋଲି କଟାକ୍ଷ କଲେ ଶିବପାଲ ଯାଦବ?
Advertisement
Article Detail0/zeeodisha/odisha1312920

UP Politics: ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇବା ବେଳେ କାହାକୁ କଂସ ବୋଲି କଟାକ୍ଷ କଲେ ଶିବପାଲ ଯାଦବ?

Kansa in UP Politics: ସମାଜରେ ଯେତେବେଳେ ଜଣେ କଂସ ନିଜ ପିତାଙ୍କୁ ଅପମାନିତ କରି ପଦବୀରୁ ହଟାଇ ଦିଏ, ସେତେବେଳେ ଧର୍ମକୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଗ୍ରହଣ କରିଥାନ୍ତି ଏବଂ ନିଜ ମାୟା ବଳରେ ଅତ୍ୟାଚାରୀଙ୍କୁ ଦଣ୍ଡିତ କରି ଧର୍ମର ପ୍ରତିଷ୍ଠା କରିଥାନ୍ତି। 

UP Politics: ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇବା ବେଳେ କାହାକୁ କଂସ ବୋଲି କଟାକ୍ଷ କଲେ ଶିବପାଲ ଯାଦବ?

Shivpal Yadav targets Akhilesh Yadav: କଂଗ୍ରେସ ହାତ ଧରୁଥିବା ନେଇ ଉତ୍ତର ପ୍ରଦେଶ ରାଜନୀତିରେ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ସଭାପତି ଶିବପାଲ ଯାଦବ। ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୁତୁରା ଅଖିଳେଶ ଯାଦବଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଚାଚା ଶିବପାଲ କହିଛନ୍ତି ଯେ ଯଦି ସେମାନେ ଆମକୁ ତାଙ୍କର ସହଯୋଗୀ ବୋଲି ଭାବୁ ନାହାଁନ୍ତି। ଏହା ସହିତ ସେ ଜନ୍ମାଷ୍ଟମୀ ଅବସରରେ ଏକ ଟ୍ୱିଟ୍ ଜରିଆରେ ପୁତୁରା ଅଖିଳେଶଙ୍କୁ ଟାର୍ଗେଟ କରିଛନ୍ତି ଚାଚା। ଟ୍ୱିଟର ଯୋଗେ ରେ ସେୟାର କରିଥିବା ଚିଠିରେ ଶିବପାଲ ଯାଦବ ନିଜ ପିତାଙ୍କୁ ଅପମାନିତ କରିଥିବା କଂସ ବାବଦରେ ଉଲ୍ଲେଖ କରିଛନ୍ତି। ନିଜ ଚିଠି ଚାଚା ଶିବପାଲ ସମସ୍ତ ଯଦୁବଂଶୀଙ୍କୁ ଆହ୍ୱାନ ଦେଇଛନ୍ତି।

ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party ) ପିଏସପି ସଭାପତି (PSP President) ଶିବପାଲ ଯାଦବ (Shivpal Yadav) ଜନ୍ମାଷ୍ଟମୀ (Janmashtami) ଅବସରରେ ଅଭିନନ୍ଦନ ଜଣାଇ ଏକ ଚିଠି ସେୟାର କରିଛନ୍ତି। ଏହି ଚିଠି ମାଧ୍ୟମରେ ସେ ବିରୋଧୀ ତଥା ଅତ୍ୟାଚାରୀଙ୍କୁ ବିନାଶ କରିବା କଥା କହିଛନ୍ତି। ସେ ଏହି ଚିଠିରେ ଲେଖିଛନ୍ତି ଯେ ସମାଜରେ ଯେତେବେଳେ ଜଣେ କଂସ (Kansa) ନିଜ ପିତାଙ୍କୁ ଅପମାନିତ କରି ପଦବୀରୁ ହଟାଇ ଦିଏ, ସେତେବେଳେ ଧର୍ମକୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ (Lord Krishna) ଅବତାର ଗ୍ରହଣ କରିଥାନ୍ତି ଏବଂ ନିଜ ମାୟା ବଳରେ ଅତ୍ୟାଚାରୀଙ୍କୁ ଦଣ୍ଡିତ କରି ଧର୍ମର ପ୍ରତିଷ୍ଠା କରିଥାନ୍ତି। 

Also Read: UP Politics: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ ରାମ ଗୋପାଳଙ୍କୁ ଶିବପାଲଙ୍କ କଟାକ୍ଷ

ନିଜେ ଲେଖିଥିବା ଚିଠିରେ ନିଜ ସମର୍ଥକଙ୍କଙ୍କୁ ଯଦୁବଂଶୀ (Yaduvanshi) ବୋଲି ସମ୍ବୋଧିତ କରି ଚାଚା ଶିବପାଲ କହିଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ହେଉଛି ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିଧିର ଫଳାଫଳ। ଏପରି ପରିସ୍ଥିତିରେ ଆପଣ ସମସ୍ତେ ଭଗବାନ କୃଷ୍ଣଙ୍କ ଛାୟା ଅଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ ଧର୍ମର ସୁରକ୍ଷା କରିବାର ଦାୟିତ୍ୱ ଆପଣଙ୍କର ରହିଛି। ସମସ୍ତେ ଲୋକ କଲ୍ୟାଣ ପାଇଁ କାର୍ଯ୍ୟ କରନ୍ତୁ। ତାଙ୍କର ଏହି କୌତୂହଳ ପୂର୍ଣ୍ଣ ଚିଠିରୁ ଅନେକ ପ୍ରଶ୍ନ ଉଠିଛି। ସେ କାହାକୁ କଂସ ଏବଂ କାହା ଠାରୁ ଧର୍ମର ସୁରକ୍ଷା ପାଇଁ ଆହ୍ୱାନ କରୁଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି। 

ଜନ୍ମାଷ୍ଟମୀ ଅବସରରେ ଅଭିନନ୍ଦନ ଜଣାଇବା ବେଳେ ଶିବପାଲ ଯାଦବ ପୁତୁରା ଅଖିଲେଶ ଯାଦବଙ୍କୁ (Akhilesh Yadav) କଂସ ବୋଲି କଟାକ୍ଷ କରିଛନ୍ତି। ଶିବପାଲ ଯାଦବ ହେଉଛନ୍ତି ସମାଜବାଦୀ ପାର୍ଟି ପ୍ରତିଷ୍ଠାତା (Samajwadi Party Founder) ମୁଲାୟମ ସିଂହ ଯାଦବଙ୍କ (Mulayam Singh Yadav) ସାନଭାଇ। ରାଜ୍ୟରେ ସମାଜବାଦୀ ସରକାର କ୍ଷମତାସୀନ ରହିଥିବା ସମୟରେ ଚାଚା ଶିବପାଲ ଏବଂ ପୁତୁରା ଅଖିଲେଶଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ମତଭେଦ। ଗତ ୨୦୧୮ ବର୍ଷରେ  ଶିବପାଲ ଯାଦବ ପିଏସପି ଗଠନ କରିଥିଲେ। ହେଲେ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଉଭୟ ଚାଚା-ପୁତୁରା ଏକାଠି ନିର୍ବାଚନ ଲଢିଥିଲେ। ମାତ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଉଭୟଙ୍କ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇ ଯାଇଥିଲା ମତଭେଦ। ଯେତେବେଳେ ରାଷ୍ଟ୍ରପତି ନିର୍ବାଚନରେ ​​ଶିବପାଲ ଯାଦବ, ଅଖିଳେଶ ଯାଦବଙ୍କ ପସନ୍ଦ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବିରୋଧ କରିଥିଲେ। ସେତେବେଳେ ସମାଜବାଦୀ ପାର୍ଟି ତାଙ୍କୁ ଏକ ଭିନ୍ନ ରାସ୍ତା ଖୋଜିବାକୁ ପରାମର୍ଶ ଦେଇଥିଲେ।

Also Read: UP Politics: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ନେତା, ଆରମ୍ଭ ହୋଇଗଲା

ରାଷ୍ଟ୍ରପତି ନିର୍ବାଚନ ସମୟରେ ମଧ୍ୟ ଚାଚା ଶିବପାଲ ପୁତୁରା ଅଖିଳେଶଙ୍କ ବିରୋଧରେ ତାଙ୍କ ପିତା ତଥା ନିଜର ବଡ଼ ଭାଇଙ୍କୁ ମୁଲାମୟ ସିଂହ ଯାଦବଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ। ଏହା ସହିତ ସେ ଏକ ଚିଠି ଲେଖିଥିଲେ ଯେ ଅଖିଳେଶ କାହିଁକି ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି ଯିଏକି ତାଙ୍କ ପିତା ମୁଲାୟମ ସିଂହ ଯାଦବଙ୍କୁ ଆଇଏସଆଇ ଏଜେଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି।