Shiv Sena: ଦଳର ନାଁ ଏବଂ ନିର୍ବାଚନ ସଙ୍କେତ ବାଛିଲେ ସିନ୍ଦେ-ଠାକରେ ଗୋଷ୍ଠୀ, ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ
Advertisement

Shiv Sena: ଦଳର ନାଁ ଏବଂ ନିର୍ବାଚନ ସଙ୍କେତ ବାଛିଲେ ସିନ୍ଦେ-ଠାକରେ ଗୋଷ୍ଠୀ, ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ

Election Commission on Shiv Sena: ସୋମବାର ଉଭୟ ସିନ୍ଦେ-ଠାକରେ ଗୋଷ୍ଠୀ ସେମାନଙ୍କ ଦଳର ନୂତନ ନାମ ଏବଂ ତିନୋଟି ବିକଳ୍ପ ନିର୍ବାଚନ ଚିହ୍ନ ନିର୍ବାଚନ ଆୟୋଗ ପାଖରେ ଦାଖଲ କରିଛନ୍ତି।

Shiv Sena: ଦଳର ନାଁ ଏବଂ ନିର୍ବାଚନ ସଙ୍କେତ ବାଛିଲେ ସିନ୍ଦେ-ଠାକରେ ଗୋଷ୍ଠୀ, ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ

Maharashtra Politics: ଶିବସେନା ନାଁ ଏବଂ ଦଳର ନିର୍ବାଚନ ସଂଙ୍କେତ ମାମଲାରେ ଆସିଛି ଗୁରୁତ୍ୱପୂର୍ଣ୍ଣ। ନିଜ ଦଳର ନୂତନ ନାମ ଏବଂ ତିନୋଟି ବିକଳ୍ପ ନିର୍ବାଚନ ଚିହ୍ନ ନିର୍ବାଚନ ଆୟୋଗ ପାଖରେ ଦାଖଲ କରିଛନ୍ତି ଠାକରେ-ସିନ୍ଦେ ଗୋଷ୍ଠୀ। ଶନିବାର ଆୟୋଗ  ଶିବସେନା ନିର୍ବାଚନ ପ୍ରତୀକ 'ଧନୁ-ତୀର' ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ଏହା ପରେ ଦଳ ଉଭୟ ଗୋଷ୍ଠୀକୁ ବିକଳ୍ପ ସଙ୍କେତ ଏବଂ ଦଳର ନାମ ପରାମର୍ଶ ଦେବାକୁ କହିଥିଲେ। ସୋମବାର ଉଭୟ ଗୋଷ୍ଠୀ ସେମାନଙ୍କ ଦଳର ନୂତନ ନାମ ଏବଂ ତିନୋଟି ବିକଳ୍ପ ନିର୍ବାଚନ ଚିହ୍ନ ନିର୍ବାଚନ ଆୟୋଗ ପାଖରେ ଦାଖଲ କରିଛନ୍ତି।

ବର୍ତ୍ତମାନ ନିର୍ବାଚନ ଆୟୋଗ (Election Commission) ଏହି ଯାଞ୍ଚ କରିବ ଯେ ସେମାନଙ୍କୁ ଦିଆଯିବାକୁ ଚିହ୍ନ ଅନ୍ୟ କେଉଁ ଦଳ ବ୍ୟବହାର କରୁଛନ୍ତି ନା ନାହିଁ। ଏହି  ଚିହ୍ନର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ନା ନାହିଁ ତାହା ମଧ୍ୟ ଆୟୋଗ ଅନୁସନ୍ଧାନ କରିବ। କୌଣସି ଦଳକୁ ନିର୍ବାଚନ ପ୍ରତୀକ ବଣ୍ଟନ (Election Symbol of Political Party) କରିବାର ଅଧିକାର ନିର୍ବାଚନ କମିଶନ ପାଖରେ ରହିଛି। ଏଭଳି ପରିସ୍ଥିତିରେ ଆୟୋଗ ଏପରି ଏକ ପ୍ରତୀକ ବଣ୍ଟନ କରିପାରନ୍ତି ଯାହା ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (State Chief Electoral Office Maharashtra) ପାଖରେ ସ୍ୱତନ୍ତ୍ର ପ୍ରତୀକ ତାଲିକାରେ ଉପଲବ୍ଧ ନାହିଁ।  

 ଶନିବାର ମହାରାଷ୍ଟ୍ର ପୂର୍ବ ଅନ୍ଧେରୀ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ଏହି ନିଷ୍ପତ୍ତି ଅନୁସାରେ ଦଳର କୌଣସି ଗୋଷ୍ଠୀ ଉପନିର୍ବାଚନରେ ଶିବସେନା ନିର୍ବାଚନ ସଂଙ୍କେତ (Shiv Sena Election Symbol) କିମ୍ବା ବ୍ୟବହାର କରିପାରିବେ ନାହିଁ। ଦଳକୁ ନିୟନ୍ତ୍ରଣ କରିବାକୁ ନେଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀର ଦାବି ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛି ନିର୍ବାଚନ ଆୟୋଗ। ଏହା ପରେ ସୋମବାର ନିଜ ଦଳର ତିନୋଟି ନାମ ଏବଂ ସେମାନଙ୍କ ପସନ୍ଦର ନିର୍ବାଚନ ପ୍ରତୀକ ନାମ ଦେବାକୁ କହିଛନ୍ତି ଆୟୋଗ।

Also Read: ShivSena: ଧନୁ-ତୀର ଦାବି ଉଠାଇଲା ସିନ୍ଦେ ଗୋଷ୍ଠୀ, ଠାକରେ ଗୋଷ୍ଠୀକୁ ଜବାବ ମାଗିଲେ EC

ଉପନିର୍ବାଚନ ପୂର୍ବରୁ ନିଜ ଗୋଷ୍ଠୀକୁ ଚିହ୍ନ ଆବଣ୍ଟିତ କରିବା ବାବଦରେ ଆୟୋଗ ପାଖରେ ଏକ ଆବେଦନ କରିଥିଲା ଠାକରେ ଗୋଷ୍ଠୀ। ଯେଉଁଥିରେ ତ୍ରୀଶୂଳ, ମଶାଲ, ଉଦିତ ସୂର୍ଯ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଠାକରେ ଗୋଷ୍ଠୀ ପୂର୍ବ ଅନ୍ଧେରୀ ଉପ ନିର୍ବାଚନ ଲଢୁଛି। ଅନ୍ୟ ପଟେ ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛି ବିଜେପି।  

ବର୍ତ୍ତମାନ କେଉଁ ଗୋଷ୍ଠୀକୁ କେଉଁ ଚିହ୍ନ ମିଳିବ ଏବଂ କାହାର ନାମ କ'ଣ ହେବ ତାହା ଉପରେ ଶେଷ ନିଷ୍ପତ୍ତି ନେବେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ। ଗତ ଜୁନ ମାସରେ ହୋଇଥିବା ବିଦ୍ରୋହ (Revolt in Shiv Sena) ପରେ ଏବେ ୨ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି ଶିବସେନା। ଏହି ୨ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି ଦର୍ଶାଉଛନ୍ତି। ଦଳର ଗୋଟିଏ ଗୋଷ୍ଠୀର (Shiv Sena Shinde Faction) ନେତୃତ୍ୱ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ହାତରେ ରହିଛି। ଅନ୍ୟପଟେ ଅନ୍ୟ ଏକ ଗୋଷ୍ଠୀର (Shiv Sena Thackeray Faction) ନେତୃତ୍ୱ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ (Shiv Sena President Uddhav Thackeray) ନିୟନ୍ତ୍ରଣରେ ରହିଛି। ଶିବସେନାରେ ହୋଇଥିବା ବିଦ୍ରୋହ ପର ଠାରୁ ଉଭୟ ଗୋଷ୍ଠୀର ଦଳର ନାଁ ଏବଂ ନିର୍ବାଚନ ସଙ୍କେତ ହାତେଇବା ପାଇଁ ଦାବି ଜଣାଇଛନ୍ତି।