ଏକନାଥ ସିନ୍ଦେ ସମେତ ୧୬ ବିଦ୍ରୋହୀ ବିଧାୟକଙ୍କ ବଢ଼ିବ ଅସୁବିଧା? ପୁଣି ସୁପ୍ରିମକୋର୍ଟ ପହଞ୍ଚିଲା ଶିବସେନା
Advertisement
Article Detail0/zeeodisha/odisha1239570

ଏକନାଥ ସିନ୍ଦେ ସମେତ ୧୬ ବିଦ୍ରୋହୀ ବିଧାୟକଙ୍କ ବଢ଼ିବ ଅସୁବିଧା? ପୁଣି ସୁପ୍ରିମକୋର୍ଟ ପହଞ୍ଚିଲା ଶିବସେନା

Shiv Sena in Supreme Court: ଏଠାରେ କହି ରଖୁଛୁ ଯେ, ଏକନାଥ ସିନ୍ଦେ ଗୁରୁବାର ସନ୍ଧ୍ୟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଏକନାଥ ସିନ୍ଦେ ସମେତ ୧୬ ବିଦ୍ରୋହୀ ବିଧାୟକଙ୍କ ବଢ଼ିବ ଅସୁବିଧା? ପୁଣି ସୁପ୍ରିମକୋର୍ଟ ପହଞ୍ଚିଲା ଶିବସେନା

ନୂଆଦିଲ୍ଲୀ :Shiv Sena in Supreme Court: ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ପରେ ମଧ୍ୟ ରାଜନୈତିକ ମତଭେଦ ବନ୍ଦ ହୋଇନାହିଁ ଓ ବିବାଦ ପୁଣି ଥରେ ସୁପ୍ରିମକୋର୍ଟ ଯାଏ ପହଞ୍ଚିଛି । ଏକନାଥ ସିନ୍ଦେ (Eknath Shinde) ଓ ତାଙ୍କ ସମର୍ଥକଙ୍କ ୧୫ ଜଣ ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଶିବସେନା (Shiv Sena) ମୁଖ୍ୟ ହ୍ୱିପ୍ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଦଳ କହିଛି ଯେ, ଯେପର୍ଯ୍ୟନ୍ତ ଏହି ବିଧାୟକଙ୍କୁ ମିଳିଥିବା ଅଯୋଗ୍ୟତା ନୋଟିସ ଉପରେ ନିଷ୍ପତ୍ତି ନ ନିଆଯାଉଛି, ସେପର୍ଯ୍ୟନ୍ତ ସେମାନଙ୍କୁ ଏଣ୍ଟ୍ରି ଦିଆଯାଇପାରିବ ନାହିଁ । କେବଳ ଏତିକି ନୁହେଁ ବିଧାନସଭାରେ ଆସ୍ଥା ଭୋଟ ବନ୍ଦ କରିବାକୁ ତାଙ୍କ ତରଫରୁ ଦାବି ମଧ୍ୟ କରାଯାଇଛି ।

ଶିବସେନାର ପିଟିସନରେ କୁହାଯାଇଛି ଯେ, ଏକନାଥ ସିନ୍ଦେଙ୍କ ସମେତ ୧୬ ଜଣ ବିଧାୟକଙ୍କୁ ଉପବାଚସ୍ପତି ଅଯୋଗ୍ୟ ଘୋଷଣା କରିଥିଲେ । ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏପରି ପରିସ୍ଥିତିରେ କୌଣସି ନିଷ୍ପତ୍ତି ନିଆଯିବା ପୂର୍ବରୁ ଏହି ଲୋକମାନେ ବିଧାନସଭାରେ ପ୍ରବେଶ କରିବା ଉଚିତ୍ ନୁହେଁ । ଏହା ବ୍ୟତୀତ ଏହି ଲୋକମାନଙ୍କର ବିଧାୟକ ଭାବରେ ଆସ୍ଥା ଭୋଟରେ ଅଂଶ ଗ୍ରହଣ କରିବାର ଅଧିକାର ନାହିଁ । ଏହି ତର୍କ ସହିତ ସୁନୀଲ ପ୍ରଭୁ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଉପରେ ରୋକ ଲାଗିବା ଉଚିତ୍ । 

ଏଠାରେ କହି ରଖୁଛୁ ଯେ, ଏକନାଥ ସିନ୍ଦେ ଗୁରୁବାର ସନ୍ଧ୍ୟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଏହା ବି ପଢ଼ନ୍ତୁ:-ସେନାରେ ସମତଳ ପାଦ ଥିବା ଲୋକଙ୍କୁ କାହିଁକି ନିଆଯାଉ ନାହିଁ? ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ MVA ସରକାରର ପତନ, ଜାଣନ୍ତୁ ସେହି ୫ଟି ବଡ଼ ନିଷ୍ପତ୍ତି ଯେଉଁଥି ପାଇଁ ଉଦ୍ଧବ ସରକାରଙ୍କୁ ମନେ ରଖିବେ ଲୋକ

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ସଞ୍ଜୟ ରାଉତଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ଅଧିବେଶନକୁ ଜୁଲାଇ ୨ ଓ ୩ରେ ଡକାଯାଇଛି । ଏହି ସମୟ ମଧ୍ୟରେ ପ୍ରଥମେ ଗୃହର ବାଚସ୍ପତି ନିର୍ବାଚିତ ହେବେ ଓ ତା’ପରେ ସିନ୍ଦେ ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ । ଆଜି ସନ୍ଧ୍ୟାରେ ବିଜେପି ବିଧାନସଭା ଦଳର ଏକ ବୈଠକ ହେବାକୁ ଯାଉଛି । ଏଥିରୁ ଜଣାପଡ଼ିବ ସରକାର ଗଠନର ପ୍ରସ୍ତୁତିର ସ୍ତର କେମିତି ରହିବ । ଏହି ବୈଠକକୁ କେବଳ ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ଡକାଯାଇଛି ଓ ଏଥିରେ ବାଚସ୍ପତିଙ୍କ ପ୍ରାର୍ଥୀ ଉପରେ ନିଷ୍ପତ୍ତି ନିଆଯାଇପାରେ । ବାଚସ୍ପତି ନିର୍ବାଚନ ପରେ ତାଙ୍କ ତତ୍ତ୍ୱାବଧାନରେ ଗୃହରେ ସଂଖ୍ୟାଗରିଷ୍ଠତା ପରୀକ୍ଷା ହେବ । କିନ୍ତୁ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଏଥିରେ ରୋକ୍ ଲଗାଇବାକୁ ଦାବି କରୁଛନ୍ତି । ଏହା ଉପରେ ସୁପ୍ରିମକୋର୍ଟ ବର୍ତ୍ତମାନ କେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଦେଖିବାକୁ ପଡ଼ିବ ।