Maharashtra Politics: ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଜବାବ ଦେଲେ ଆଦିତ୍ୟ ଠାକରେ
Advertisement
Article Detail0/zeeodisha/odisha1314603

Maharashtra Politics: ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଜବାବ ଦେଲେ ଆଦିତ୍ୟ ଠାକରେ

Maharashtra Chief Minister: ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ ତାହା ସମସ୍ତେ ଜାଣଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭୀସଙ୍କ ଆଡକୁ ଇସାରା କରିଛନ୍ତି।

Maharashtra Politics: ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଜବାବ ଦେଲେ ଆଦିତ୍ୟ ଠାକରେ

Aditya Thackeray on Maharashtra CM: ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାରକୁ କଟାକ୍ଷ କରି ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ ତାହା ସମସ୍ତେ ଜାଣଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭୀସଙ୍କ ଆଡକୁ ଇସାରା କରିଛନ୍ତି।

ମହରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣକୁ କଟାକ୍ଷ କରି ଶିବସେନା ନେତା ଆଦିତ୍ୟ ଠାକରେ (Shiv Sena Leader Aditya Thackeray) କହିଛନ୍ତି ରାଜ୍ୟ ମନ୍ତ୍ରୀମଣ୍ଡଳ ବିସ୍ତାରରେ ନାଁ ମହିଳା ନା ରାଜ୍ୟ ରାଜଧାନୀ ମୁମ୍ବାଇକୁ ପ୍ରତିନିଧିତ୍ୱ ମିଳିନାହିଁ। ଏପରିକି ସ୍ୱାଧିନ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାନାହିଁ। 

ଅଗଷ୍ଟ ୯ ତାରିଖ ମଙ୍ଗଳବାର ନିଜର ୨ ସଦସ୍ୟ ବିଶିଷ୍ଟ କ୍ୟାବିନେଟ ବିସ୍ତାର କରିଥିଲେ (Maharashtra Cabinet Expansion) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra Chief Minister Eknath Shinde)। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୪୧ ଦିନ ପରେ ସେ ୧୮ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାଇଥିଲେ। ନୂତନ ମନ୍ତ୍ରୀଙ୍କ ମଧ୍ୟରେ ୯ ଜଣ ବିଦ୍ରୋହୀ ଶିବସେନା ବିଧାୟକ ଏବଂ ଅନ୍ୟ ୯ ଜଣ ବିଜେପି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମହରାଷ୍ଟ୍ର ବିଧାନସଭାରେ ସ୍ୱାଧିନ ତଥା ଛୋଟ ଦଳର ପ୍ରାୟ ୨୦ ଜଣ ବିଧାୟକ ଅଛନ୍ତି। ମାତ୍ର କ୍ୟାବିନେଟ ବିସ୍ତାର କୌଣସି ସ୍ୱାଧିନ ତଥା ଛୋଟ ଦଳର ବିଦାୟକଙ୍କୁ ସ୍ଥାନ ମିଳିନାହିଁ। ଏପରିକି ଦଳରେ ବିଦ୍ରୋହ ହେବା ସମୟରେ ଯେଉଁ ୧୪-୧୫ ଜଣ ଦଳୀୟ ବିଧାୟକ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ସମର୍ଥନ ଦେଇଥିଲେ ସେମାନଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିନାହିଁ। 

Also Read: Maharashtra Politics: ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଆଦିତ୍ୟ ଠାକେରଙ୍କ କଟାକ୍ଷ

ମହରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ଉପରେ ପ୍ରତିକ୍ରିୟା ରଖି ଆଦିତ୍ୟ ଠାକରେ କହିଥିଲେ 'ବିଶ୍ୱସ୍ତତା ପାଇଁ କୌଣସି ସ୍ଥାନ ନାହିଁ'। ମହାରାଷ୍ଟ୍ର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ ତାହା ସମସ୍ତେ ଜାଣଛନ୍ତି। ତାଙ୍କର ଏହି ପ୍ରତିକ୍ରିୟା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ (Maharashtra Deputy Chief Minister Devendra Fadnavis) ଆଡ଼କୁ ରହିଥିଲା। ରାଜ୍ୟ ମନ୍ତ୍ରୀମଣ୍ଜଳ ବିସ୍ତାର ପରେ ଉପମୁଖ୍ୟମନ୍ତ୍ରୀଙ୍କୁ ଗୃହ ଏବଂ ଅର୍ଥ ବିଭାଗ ମିଳିଛି। କ୍ୟାବିନେଟ୍ ସମ୍ପ୍ରସାରଣ ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଶିବସେନା ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସରକାରଙ୍କୁ ସମାଲୋଚନା କରି କହିଛି ଯେ ବିଜେପି ଗୁରୁତ୍ୱପୂର୍ଣ୍ଣ ବିଭାଗ ହାତେଇ ନେବାରେ ସଫଳ ହୋଇଛି।

Also Read: Maharashtra Politics: ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଆଦିତ୍ୟ ଠାକେରଙ୍କ କଟାକ୍ଷ, କହିଲେ...

ସ୍ୱାଧୀନ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇନାହିଁ। ଏପରିକି ମହିଳା କିମ୍ବା ରାଜଧାନୀ ମୁମ୍ବାଇକୁ କୌଣସି ସ୍ଥାନ ମିଳିନାହିଁ। ମୁମ୍ବାଇର ଏକମାତ୍ର କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ମଙ୍ଗଲ ପ୍ରଭାତ ଲୋଡା ଯିଏ ଦକ୍ଷିଣ ମୁମ୍ବାଇର ମାଲାବାର ହିଲ ଆସନର ବିଜେପି ବିଧାୟକ। ଯେତେବେଳେ ଏକତନାଥ ସିନ୍ଦେ ଶିବସେନା ନେତୃତ୍ୱ ବିରୋଧରେ ବିଦ୍ରୋହ କରିଥଲେ ସେତେବେଳେ ପ୍ରାୟ ୧୦ ଜଣ ସ୍ୱାଧୀନ ବିଧାୟକ ତାଙ୍କୁ ସମର୍ଥନ କରିଥିଲେ। 

Also Read: Maharashtra Politics: ଦଳର ବିଦ୍ରୋହୀ ବିଧାୟକଙ୍କୁ ନେଇ U-Turn ମାରିଲା ଶିବେସେନା

ଆଦିତ୍ୟ ଠାକରେ କହିଛନ୍ତି ଯେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ବିଧାୟକଙ୍କ ସ୍ଥିତି ହ୍ରାସ ପାଇଛି। ସେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଉଦ୍ଦେଶ୍ୟରେ ଏକଥା କହିଛନ୍ତି ଯାହାଙ୍କୁ ଗୁରୁତ୍ୱ ବହନ କରୁଥିବା ବିଭାଗ ପ୍ରଦାନ କରାଯାଇଛି। ଦଳର ପ୍ରାୟ ୪୦ ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଉଦ୍ଦେଶ୍ୟରେ ବର୍ଷି ଆଦିତ୍ୟ ଠାକରେ କହିଛନ୍ତି ଯେ  ସେମାନେ ଜଣେ ଦୟାଳୁ ବ୍ୟକ୍ତିଙ୍କ ପିଠିରେ ପଛରୁ ଛୁରୀ ମାରି ଦେଇଛନ୍ତି। ଯେଉଁ ବିଦ୍ରୋହୀ ବିଧାୟକ ଦଳକୁ ଫେରି ଆସିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଦ୍ୱାର ଖୋଲା ରହିଛି। ମାତ୍ର ଯେଉଁମାନେ ସେଠାରେ ରହିବାକୁ ଚାହୁଁଛନ୍ତି ସେମାନେ ବିଧାୟକ ପଦରୁ ଇସ୍ତଫା ଦେବା ଆବଶ୍ୟକ। ବିଦ୍ରୋହୀ ଶିବେସନା ବିଧାୟକଙ୍କୁ ସେ ଗଦ୍ଦାର ବୋଲି କହିବାକୁ ପଛେଇ ନାହାଁନ୍ତି।