Odisha News: ବିମାନବନ୍ଦରରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ସମୀର, ନିମାପଡ଼ାରେ ପ୍ରଭାତୀଙ୍କ ଜିତିବା ପଛରେ ରହିଛି ବଡ଼ ଭୂମିକା !
Advertisement
Article Detail0/zeeodisha/odisha2280268

Odisha News: ବିମାନବନ୍ଦରରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ସମୀର, ନିମାପଡ଼ାରେ ପ୍ରଭାତୀଙ୍କ ଜିତିବା ପଛରେ ରହିଛି ବଡ଼ ଭୂମିକା !

Odisha News:(ଭୁବନେଶ୍ବର) ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭୁବନେଶ୍ବର ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହ ସାକ୍ଷାତ କରିଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ୍ ହେଉଛି।

Odisha News: ବିମାନବନ୍ଦରରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ସମୀର, ନିମାପଡ଼ାରେ ପ୍ରଭାତୀଙ୍କ ଜିତିବା ପଛରେ ରହିଛି ବଡ଼ ଭୂମିକା !

Odisha News:(ଭୁବନେଶ୍ବର) ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭୁବନେଶ୍ବର ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହ ସାକ୍ଷାତ କରିଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ୍ ହେଉଛି। ଶ୍ରୀ ଦାଶ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହ୍ୟାଣ୍ଡସେକ୍ କରି ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଛି। ତେବେ ନିମାପଡ଼ାରେ ବିଜେଡି ସମୀରଙ୍କୁ ଟିକେଟ ନ ଦେବାରୁ ସେ ବିଜେଡି ଦଳ ଛାଡ଼ି ବିଜେପି ଦଳରେ ମିଶିଥିଲେ। ନିମାପଡ଼ାରେ ତାଙ୍କର ଭଲ ସଂଗଠନ ଥିବା ବେଳେ ସମର୍ଥକମାନେ ମଧ୍ୟ ତାଙ୍କ ସାଙ୍ଗରେ ରହିଥିଲେ। ପରେ ନିର୍ବାଚନ ସମୟରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରଭାତୀ ପରିଡ଼ାଙ୍କୁ ଶ୍ରୀ ଦାଶ ସମର୍ଥନ କରିବେ ବୋଲି ଖୁଲୁମ୍ ଖୁଲା ଗଣମାଧ୍ୟମକୁ କହିଥିଲେ। ପ୍ରଭାତୀ ମଧ୍ୟ ତାଙ୍କୁ ପୁର୍ଣ୍ଣ ବିଶ୍ୱାସ କରିଥିଲେ। ପ୍ରଚାର ସମୟରେ ସେ ମଧ୍ୟ ତାଙ୍କ ସାଙ୍ଗରେ ରହିଥିଲେ। ଗତକାଲି ନିର୍ବାଚନ ଫଳ ପ୍ରକାଶ ପରେ ପ୍ରଭାତୀ ପରିଡ଼ା ୯୫, ୪୩୦ ଖଣ୍ଡ ଭୋଟ ପାଇଥିଲେ, ୪,୫୮୮ ଖଣ୍ଡ ଭୋଟରେ ଜିତିଥିଲେ। ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଦିଲ୍ଲୀପ କୁମାର ନାୟକଙ୍କୁ ହରାଇଥିଲେ। ତେବେ ପ୍ରଭାତୀଙ୍କ ଜିତିବା ପଛରେ ସମୀରଙ୍କ ଦୃଢ଼ ସମର୍ଥନ ଥିବା ଆଲୋଚନା ହେଉଛି। ଯାହାକି ଗତକାଲି ପ୍ରଭାତୀ ଜିତିବା ପରେ ପ୍ରଥମେ ସମୀରଙ୍କୁ ଭେଟି ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା ୪୫୮୮ ଭୋଟରେ ବିଜୟୀ ହୋଇଛନ୍ତି। ପ୍ରଭାତୀ ପରିଡା ୯୫, ୪୩୦ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଦିଲୀପ କୁମାର ନାୟକ ୯୦, ୮୪୨ ଭୋଟ ପାଇଛନ୍ତି। ସେହିପରି ସିଦ୍ଧାର୍ଥ ରାଉତରାୟ ୭୦୬୬ଭୋଟ ପାଇଛନ୍ତି। ଉଲ୍ଲେଖ ଥାଉ କି ବିଜେଡି ପ୍ରାର୍ଥୀଙ୍କ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ରୋଡ଼ ସୋ’ ରେ ପ୍ରଚାର କରିଥିଲେ। ହେଲେ ଭୋଟରଙ୍କୁ ଏହା ପ୍ରଭାବିତ କରିପାରିନାହିଁ। 

ପ୍ରଭାତି ୨୦୧୪ ମସିହାରୁ ସାଧାରଣ ନିର୍ବାଚନ ପରଠାରୁ ବିଜେପି ଟିକେଟରେ ନିମାପଡ଼ା ବିଧାନସଭା ଆସନରୁ ଲଢ଼ି ଆସୁଛନ୍ତି। ୨୦୧୪ରେ ସେ ବିଜେଡି ବିଧାୟକ ସମୀର ରଞ୍ଜନ ଦାଶଙ୍କ ପ୍ରତିଦ୍ବନ୍ଦୀ ରହି ପରାସ୍ତ ହୋଇ ଆସୁଥିଲେ। ଚଳିତ ନିର୍ବାଚନରେ ସମୀରଙ୍କ ଟିକେଟ କାଟି ଦିଲ୍ଲୀପଙ୍କୁ ଟିକେଟ ଦେଇଥିଲେ। ୨୦୨୪ ଦିଲ୍ଲୀପଙ୍କ ବିରୋଧରେ ଲଢ଼ି ପ୍ରଭାତୀ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଦିଲ୍ଲୀପ ବି ପ୍ରଭାତୀଙ୍କୁ ଆରମ୍ଭରୁ କଡ଼ା ଟକ୍କର ଦେଇଥିଲେ ବି ଦୂରତା ତିନି ଅଙ୍କ ଡେଇଁନଥିଲା। କିନ୍ତୁ ତୃତୀୟ ରାଉଣ୍ଡରେ ପ୍ରଭାତୀଙ୍କ ବିଜୟ ଦୂରତା ୪ଅଙ୍କ ଛୁଇଁବା ସହ ଆଗକୁ ଆଗକୁ ବଢ଼ି ଚାଲିଥିଲା। ପରେ ୨୦ ରାଉଣ୍ଡ ପର ଠାରୁ ଭୋଟ ବ୍ୟବଧାନ ବଢିବା ସହ ୪ହଜାର ଡେଇଁଥିଲା। ସେପଟେ କଂଗ୍ରେସରୁ ସିଦ୍ଧାର୍ଥ ରାଉତରାୟ ନିମାପଡ଼ାରେ ପ୍ରଥମ ଥର ନିର୍ବାଚନ ଲଢ଼ି ୭ହଜାର ୬୬ଖଣ୍ଡ ଭୋଟ ପାଇଥିଲେ। ତେବେ ଆଗକୁ ଏହି ଆସନରେ ବିଜେପି ଶାସନ କରିବ।

Written by Debabrata