ନିର୍ବାଚନ ପରାଜୟକୁ ବରଣ କରି ପାରିଲେ ନାହିଁ ଦଳୀୟ କର୍ମକର୍ତ୍ତା; ନେଲେ ଏପରି ଭୟାନକ ପଦକ୍ଷେପ
Advertisement

ନିର୍ବାଚନ ପରାଜୟକୁ ବରଣ କରି ପାରିଲେ ନାହିଁ ଦଳୀୟ କର୍ମକର୍ତ୍ତା; ନେଲେ ଏପରି ଭୟାନକ ପଦକ୍ଷେପ

ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ସହଜେ ଗ୍ରହଣ କରି ପାରିନାହାଁନ୍ତି ଜଣେ ସମାଜବାଦୀ ପାର୍ଟି କର୍ମକର୍ତ୍ତା।

ନିର୍ବାଚନ ପରାଜୟକୁ ବରଣ କରି ପାରିଲେ ନାହିଁ ଦଳୀୟ କର୍ମକର୍ତ୍ତା; ନେଲେ ଏପରି ଭୟାନକ ପଦକ୍ଷେପ

ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ସହଜେ ଗ୍ରହଣ କରି ପାରିନାହାଁନ୍ତି ଜଣେ ସମାଜବାଦୀ ପାର୍ଟି କର୍ମକର୍ତ୍ତା। ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟକୁ ନେଇ ବ୍ୟଥିତ ହୋଇ ପଡ଼ିଥିବା ଦଳୀୟ କର୍ମକର୍ତ୍ତା ଜଣଙ୍କ ଶେଷରେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଇନାହାଁନ୍ତି। ରାଜ୍ୟର ହରଦୋଇ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

ନିଜର ବୁଥ୍ ରେ ଦଳୀୟ ପରାଜୟ ପରେ ଦେବେନ୍ଦ୍ର ଯାଦବ ଉର୍ଫ ବବଲୁ ନାମକ ଜଣେ ସମାଜବାଦୀ ପାର୍ଟି କର୍ମକର୍ତ୍ତା ମଙ୍ଗଳବାର ନିଜେ ନିଜକୁ ଗୁଳି ମାରି ଦେଇଛନ୍ତି। ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା। ଗୁଳି ମାଡ଼ ପରେ ବବଲୁଙ୍କ ପରିବାର ଲୋକେ ତାଙ୍କୁ ତତକ୍ଷଣାତ ନିକଟସ୍ଥ ମାଧୋଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ଦଳୀୟ ପରାଜୟକୁ ନେଇ ବବଲୁ ଅତ୍ୟନ୍ତ ବିବ୍ରତ ଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପରିହାସ କରୁଥିଲେ। ନିଜ ଗ୍ରାମରେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବା ଦାୟିତ୍ୱ ନେଇଥିଲେ ସେ। ହେଲେ ତାଙ୍କ ଦଳର ପ୍ରାର୍ଥୀଙ୍କ ପାଇଁ ଆବଶ୍ୟକ ସମର୍ଥନ ହାସଲ କରିବାରେ ବିଫଳ ହୋଇଥିଲେ। 

ଏ ଘଟଣାରେ ପ୍ରତିକ୍ରିୟା ରଖି ମାଧୋଗଞ୍ଜ ଇନ୍ସପେକ୍ଟର ସୁବ୍ରତ ତ୍ରିପାଠୀ କହିଛନ୍ତି ଯେ ମୃତକ ଦେବେନ୍ଦ୍ର ଯାଦବ ତାଙ୍କ ଘରର ଦ୍ୱିତୀୟ ମହଲାରେ ଥିବା ଏକ କୋଠରୀରେ ଏକାକୀ ଥିବା ଅବସ୍ଥାରେ ଏକ ଦେଶୀ ବନ୍ଧୁକରେ ନିଜେ ନିଜକୁ ଗୁଳି ମାରି ଦେଇଥିଲେ।

Also Read: ନିର୍ବାଚନ ହାରିବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ପୁରସ୍କୃତ କଲେ ସମାଜବାଦୀ ପାର୍ଟି ମୁଖ୍ୟ

ମୃତକ ସମାଜବାଦୀ ପାର୍ଟି କର୍ମକର୍ତ୍ତା ଦେବେନ୍ଦ୍ର ଯାଦବଙ୍କ ପତ୍ନୀ ଏବଂ ୩ ପିଲା ରହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ମୃତଦେହକୁ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ଚଳିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଗତ ୨୦୧୭ ନିର୍ବାଚନ ତୁଳନାରେ ଅଧିକ ପାଇଥିଲେ ମଧ୍ୟ ସମାଜବାଦୀ ପାର୍ଟି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଫଳ ହୋଇଛି।  

ଅନ୍ୟପଟେ ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟକୁ ନେଇ ହତୋତ୍ସାହିତ ହୋଇନାହିଁ ସମାଜବାଦୀ ପାର୍ଟି। ନିର୍ବାଚନରେ ପରାସ୍ତ ହେବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ପୁରସ୍କୃତ କରିଥିଲେ ଦଳୀୟ ସୁପ୍ରିମୋ ଅଖିଲେଶ ଯାଦବ। ପୁରସ୍କାର ପାଇଥିବା ସମାଜବାଦୀ ପାର୍ଟି ସମର୍ଥକ ନିର୍ବାଚନ ସମୟରେ ନିଜେ କରିଥିବା କାମକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ। 

ଦଳୀୟ ସମର୍ଥକଙ୍କ କାର୍ଯ୍ୟରେ ଖୁସି ହୋଇ ଉଠିଥିବା ସମାଜବାଦୀ ପାର୍ଟି ସୁପ୍ରିମୋ ଦଳୀୟ ସମର୍ଥକଙ୍କୁ ଉପହାର ସ୍ୱରୂପ ୧ ଲକ୍ଷ ଟଙ୍କାର ଚେକ୍ ପଠାଇଛନ୍ତି। ନିର୍ବାଚନ ସମୟରେ କରିଥିବା କାମ ଲାଗି ଦଳର ଅଧ୍ୟକ୍ଷଙ୍କ ହୃଦୟ ଜିତିଛନ୍ତି  ସମାଜବାଦୀ ପାର୍ଟି ସମର୍ଥକ।

ରାଜ୍ୟର ବାନ୍ଦା ଜିଲ୍ଲାରେ ଅୱଧେଶ କୁଶୱାହା ନାମକ ଜଣେ ସମାଜବାଦୀ ପାର୍ଟି ସମର୍ଥକ ତାଙ୍କ ବନ୍ଧୁଙ୍କ ସହ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ସର୍ତ୍ତ ଲଗାଇଥିଲେ। ଉଭୟ ପକ୍ଷ ମଧ୍ୟରେ ଲଗାଯାଇଥିବା ସର୍ତ୍ତ ଅନୁସାରେ ଯଦି ରାଜ୍ୟରେ ବିଜେପି ସରକାର ଗଠନ କରେ ତାହେଲେ ତାଙ୍କ ବାଇକ୍ ତାଙ୍କୁ ବନ୍ଧୁଙ୍କୁ ଦେବେ। ଅନ୍ୟପଟେ ଯଦି ସମାଜବାଦୀ ପାର୍ଟି ଜିତେ ତାହେଲେ ତାଙ୍କ ବନ୍ଧୁ ତାଙ୍କୁ ତାଙ୍କ ଅଟୋରିକ୍ସା ଟେମ୍ପୋ ଦେବାକୁ ହେବ।  

Also Read: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଚର୍ଚ୍ଚାରେ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ କାରନାମା

ଯେତେବେଳେ ବିଜେପି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କଲା ସେତେବେଳେ ସର୍ତ୍ତ ଅନୁଯାୟୀ ଅୱଧେଶ ତାଙ୍କ ବାଇକକୁ ତାଙ୍କ ବନ୍ଧୁଙ୍କୁ ଦେଇଥିଲେ। ଏହି ସର୍ତ୍ତ ବାବଦରେ ଯେତେବେଳେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ତାଙ୍କର ସେହି ଦଳୀୟ ସମର୍ଥକଙ୍କୁ ଲକ୍ଷ୍ନୌ ଡାକିଥିଲେ। 

ଦଳୀୟ ସମର୍ଥକଙ୍କ ଏପରି ବଡ ହୃଦୟ ଦେଖି ଅଖିଳେଶ ଯାଦବ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାଙ୍କୁ ବାଇକ୍ କ୍ଷୟକ୍ଷତିର ଭରଣା ବାବଦରେ ତାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଜୀବନରେ କୌଣସି ସର୍ତ୍ତ ନକରିବାକୁ ସେ ତାଙ୍କ ସମର୍ଥକଙ୍କୁ ପରାମର୍ଶ ଦେଇଛନ୍ତି।