Akhilesh Yadav: ବିଜେପି କରୁ ଓମ ପ୍ରକାଶ ରାଜଭରଙ୍କ ଚିନ୍ତା, ମୁଁ କହିପାରିବି ନାହିଁ ତାଙ୍କ ଭାଷା
Advertisement
Article Detail0/zeeodisha/odisha1275114

Akhilesh Yadav: ବିଜେପି କରୁ ଓମ ପ୍ରକାଶ ରାଜଭରଙ୍କ ଚିନ୍ତା, ମୁଁ କହିପାରିବି ନାହିଁ ତାଙ୍କ ଭାଷା

Akhilesh Yadav on OP Rajbhar: କେତେବେଳେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଆଉ କେତେବେଳେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭର ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି।

Akhilesh Yadav: ବିଜେପି କରୁ ଓମ ପ୍ରକାଶ ରାଜଭରଙ୍କ ଚିନ୍ତା, ମୁଁ କହିପାରିବି ନାହିଁ ତାଙ୍କ ଭାଷା

Uttar Prasesh Politics: ସମାଜବାଦୀ ମେଣ୍ଟରୁ ବାହାରିଯିବା ପରେ ସମାଜବାଦୀ ପାର୍ଟି ଏବଂ ଏହାର ପୂର୍ବତନ ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି ନେତାଙ୍କ ମଧ୍ୟରେ ଜାରି ରହିଛି ବାକ୍ୟ ଯୁଦ୍ଧ। କେତେବେଳେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଆଉ କେତେବେଳେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭର ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି।

ମଙ୍ଗଳବାର ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଲେଶ ଯାଦବ (Akhilesh Yadav) କହିଛନ୍ତି ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଅଧ୍ୟକ୍ଷ ଓମପ୍ରକାଶ ରାଜଭର (Om Prakash Rajbhar) ଏବଂ ତାଙ୍କ ଦଳର ନେତାଙ୍କ ଦ୍ୱାରା ବ୍ୟବହୃତ ଶବ୍ଦକୁ ନେଇ ବିଜେପି (BJP) ଚିନ୍ତା କରିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ଖରାପ କଥା କହୁଥିବା ଲୋକଙ୍କୁ ମୁଁ ସାମ୍ନା କରିପାରିବି ନାହିଁ। ଓମ ପ୍ରକାଶ ରାଜଭାର ବ୍ୟବହାର କରୁଥିବା ଭାଷା ମୁଁ କହିପାରିବି ନାହିଁ। ଅଖିଳେଶ ଯାଦବ କହିଛନ୍ତି ବର୍ତ୍ତମାନ ସମାଜବାଦୀ ପାର୍ଟି କେବଳ ସେହି ଦଳ ସହ ମେଣ୍ଟ କରି ନିର୍ବାଚନ ଲଢିବ ଯିଏ ଆଗାମୀ ଦିନରେ ଆମ ସହ ରହିବ। 

କନ୍ନୌଜ ଗସ୍ତରେ ଆସିବା ଅବସରରେ ଅଖିଳେଶ ଯାଦବ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ୫ ବର୍ଷ ବିତିଗଲାଣି ହେଲେ ବିଜେପି ସରକାର କିପରି ଚାଲିବ କାହା ସେମାନଙ୍କ ଦ୍ୱାରା କରାଯାଉଥିବା କାମ ଦର୍ଶାଉଛି। ଲୋକେ ଅଭିଯୋଗ କରୁଛନ୍ତି ଯେ ବିଜେପି ସରକାର ଆମଳରେ ଦୁର୍ନୀତି ବୃଦ୍ଧି ପାଇଛି। ଗୋଟିଏ ପଟେ ଶିଳ୍ପପତି ଫାଇଦା ଉଠାଉଥିବା ବେଳେ ଅନ୍ୟପକ୍ଷରେ ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ବଢିବାରେ ଲାଗିଛି।

ଯଦି କୌଣସି ଭକ୍ତ  ଭଗବାନ ଶିବଙ୍କୁ କ୍ଷୀର ଅର୍ପଣ କରିବାକୁ ଚାହାଁନ୍ତି ତାହେଲେ ତାଙ୍କୁ ମଧ୍ୟ ସେହି ପ୍ରସାଦ ଉପରେ ଜିଏସଟି ଦେବାକୁ ହେବ। ଏପରି ପରିସ୍ଥିତିରେ ଭଗବାନଙ୍କୁ କ୍ଷୀର ଯତ୍ନର ସହ କରିବା ଆବଶ୍ୟକ।ନଚେତ୍ ଟିକସ କାରଣରୁ ଜେଲ ହୋଇପାରେ। ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ସମଗ୍ର ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।  ହେଲେ ସେମାନଙ୍କ ଚିକିତ୍ସା ପାଇଁ  ବିଜେପି ସରକାରଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ। ଏହି ସରକାର ଲୋକଙ୍କ ହିତ ନୁହେଁ ବରଂ ନିଜର ସ୍ୱାର୍ଥ ପାଇଁ କାମ କରୁଛି।

ରାଜ୍ୟରେ ସମାଜବାଦୀ ସରକାର ଶାସନ କରିବା ବେଳେ ରାଜ୍ୟର କନ୍ନୌଜ ଠାରେ ଏକ ଅତ୍ୟାଧୁନିକ କର୍କଟ ଡାକ୍ତରଖାନା ପ୍ରସ୍ତୁତ ହୋଇଇଥିଲା। ହେଲେ ବର୍ତ୍ତମାନର ବିଜେପି ସରକାର ଏହାକୁ ଆରମ୍ଭ କରିପାରିନାହାଁନ୍ତି। କର୍କଟ ରୋଗର ଚିକିତ୍ସା ପାଇଁ ୟୁପି ସରକାରଙ୍କ ପାଖରେ କୌଣସି ବ୍ୟବସ୍ଥା ରହି ନ ଥିବାରୁ ଲୋକେ ପ୍ରାଣ ହରାଉଛନ୍ତି। 

ଅଖିଳେଶ ଯାଦବ କହିଛନ୍ତି ଯେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଭଳି ରାସ୍ତାରେ ବଡ ବଡ ଖାଲ ଦେଖାଯାଉଛି। ଏହି ପ୍ରକଳ୍ପର ନିର୍ମାଣ ନାମରେ ଲୁଟପାଟ କରାଯାଇଛି। କେହି ଜଣେ କଳ୍ପନା କରିପାରିବ ଯେ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି ପ୍ରକଳ୍ପ ପ୍ରଥମ ବର୍ଷା ମଧ୍ୟ ସହି ପାରିଲା ନାହିଁ। ଏହି ରାସ୍ତାରେ ଯାତ୍ରୀଙ୍କ ସୁବିଧା ପାଇଁ କିଛି କରାଯାଇ ନାହିଁ।

Also Read: Uttar Pradesh Politics: ଓମପ୍ରକାଶ ରାଜଭରଙ୍କୁ ଜୋରଦାର ଝଟକା ଦେଲା ବିଏସପି

Also Read: UP Politics: ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିବା ପରେ ପ୍ରତିକ୍ରିୟା ରଖିଲେ ଓମ ପ୍ରକାଶ ରାଜଭର 

Also Read: Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ଓମ ପ୍ରକାଶ ରାଜଭରଙ୍କୁ ମିଳିଲା ଝଟକା