Lok Sabha Elections 2024: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଧକ୍ଷଙ୍କୁ ନେଇ ଆସିଲା ବଡ଼ ଖବର
Advertisement
Article Detail0/zeeodisha/odisha2178016

Lok Sabha Elections 2024: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଧକ୍ଷଙ୍କୁ ନେଇ ଆସିଲା ବଡ଼ ଖବର

 

Uttar Pradesh Politics: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ।

 

 Lok Sabha Elections 2024: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଧକ୍ଷଙ୍କୁ ନେଇ ଆସିଲା ବଡ଼ ଖବର

SP Chief Akhilesh Yadav: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମ୍ପର୍କରେ ଆସିଛି ଏକ ବଡ଼ ଖବର। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ। ଯଦିଓ ସେ ଏ ସମ୍ପର୍କରେ ଔପଚାରିକ ଭାବେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି।

 

ଅପ୍ରେଲ ୧୯ ତାରିଖରେ ହେବାକୁ ଯାଉଛି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ମାର୍ଚ୍ଚ ୨୭ ତାରିଖ ବୁଧବାର ଥିଲା ନାମାଙ୍କନ ଦାଖଲ କରିବାର ଶେଷ ଦିନ। ହେଲେ ଗତକାଲି ରାଜଧାନୀ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ବିଧାନସଭାର ବିରୋଧି ଦଳ ନେତା ଅଖିଲେଶ ଯାଦବ କହିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଲୋକସଭା ସାଂସଦ ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। 

୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏସପି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ନିବେଦନ କରିଥିଲେ ସମାଜବାଦୀ ପାର୍ଟି କର୍ମକର୍ତ୍ତା। ଦଳର ଅଧ୍ୟକ୍ଷ ରାମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ବୋଲି ନିବେଦନ କରିଥିଲେ। ରାମପୁର ଲୋକସଭା ଆସନ ସମାଜବାଦୀ ପାର୍ଟି ଗଡ଼ ଭାବେ ଜଣାଶୁଣା। ଚର୍ଚ୍ଚା ହେଉଥିଲା ଯେ ଅଖିଲେଶ ଯାଦବ କନ୍ନୌଜ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଯେଉଁ ଆସନରୁ ସେ ଲୋକସଭାକୁ ନିର୍ବାଚିତ ହୋଇସାରିଛନ୍ତି। କନ୍ନୌଜ ଆସନରୁ ତାଙ୍କ ପିତା ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏବଂ ପତ୍ନୀ ଡିମ୍ପଲ୍ ଯାଦବ କନ୍ନୌଜ ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇ ସାରିଛନ୍ତି।

ଗତ ୨୦୧୯ ଲୋକସଭା ନିର୍ବାଚନରେ ଅଖିଲେଶ ଯାଦବ ଆଜମଗଡ ଆସନରୁ ନିର୍ବାଚିତ ହୋଇଥିଲେ। ସେହିପରି ଗତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ରାଜ୍ୟର କରହଲ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି। ଅଖିଲେଶ ଯାଦବ ଥରେ ବିଧାୟକ, ଥରେ ବିଧାନ ପରିଷଦ ସଦସ୍ୟ ଏବଂ ୪ ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

ଅଖିଲେଶ ଯାଦବଙ୍କ ରାଜନୈତିକ କ୍ୟାରିୟର

  • ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର କରହଲ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହେବା ବିରୋଧି ଦଳ ନେତା ହୋଇଥିଲେ।
  • ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶ ଆଜମଗଡ଼ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ।  
  • ୨୦୧୨ ଉତ୍ତର ପ୍ରଦେଶ ନିର୍ବାଚନ ସମାଜବାଦୀ ପାର୍ଟି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ସେହିବର୍ଷ ସେ ବିଧାନ ପରିଷଦ ସଦସ୍ୟ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। 
  • ୨୦୦୯ ଲୋକସଭା ନିର୍ବାଚନରେ କନ୍ନୌଜ ଆସନରୁ ତୃତୀୟ ଥର ଲାଗି ସାଂସଦ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କନ୍ନୌଜ ସହ ଫିରୋଜାବାଦ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।
  • ୨୦୦୪ ଲୋକସଭା ନିର୍ବାଚନରେ କନ୍ନୌଜ ଆସନରୁ ଦ୍ୱିତୀୟ ଥର ଲାଗି ସାଂସଦ ନିର୍ବାଚିତ ହୋଇଥିଲେ।
  • ୨୦୦୦ ମସିହାରେ କନ୍ନୌଜ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ପ୍ରଥମ ଥର ଲାଗି ସାଂସଦ ନିର୍ବାଚିତ ହୋଇଥିଲେ।