UP Election 2022: ସମାଜବାଦୀ ପାର୍ଟି ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଅଖିଲେଶ ଯାଦବ
Advertisement
Article Detail0/zeeodisha/odisha1126554

UP Election 2022: ସମାଜବାଦୀ ପାର୍ଟି ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଅଖିଲେଶ ଯାଦବ

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ନୈତିକ ବିଜୟ ହାସଲ କରିଛି। 

UP Election 2022: ସମାଜବାଦୀ ପାର୍ଟି ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଅଖିଲେଶ ଯାଦବ

ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ସପ୍ତାହେ ପୂରଣ ହୋଇଥିଲେ ମଧ୍ୟ ଦଳୀୟ ପରାଜୟକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ। ବିଧାନସଭା ନିର୍ବାଚନ ଫଳାଫଳ ଉପରେ ପରୋକ୍ଷ ରୂପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ସମାଜବାଦୀ ପାର୍ଟିର ନୈତିକ ବିଜୟ ହୋଇଛି।  

ବୁଧବାର ସୀତାପୁର ଠାରେ ପହଞ୍ଚିଥିବା ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବ (Akhilesh Yadav) କହିଛନ୍ତି, "୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ନୈତିକ ବିଜୟ ହାସଲ କରିଛି। ଜନତା ଏବଂ ଦଳୀୟ କର୍ମକର୍ତ୍ତାଙ୍କ ସହଯୋଗରୁ ଦଳ ଆଗକୁ ବଢୁଛି। ବିଜେପି ଏଥର କମ ସିଟ୍ ପାଇଛି। ଦରଦାମ କିପରି ହ୍ରାସ ପାଇବ ତାହାର ସମାଧାନ ବିଜେପି କରିବା ଆବଶ୍ୟକ।"

Also Read: UP ନିର୍ବାଚନରେ କାହିଁକି ହାରିଲା ଦଳ? କାରଣ କହିଲେ ଅଖିଲେଶ ଯାଦବ

ଏହା ପୂର୍ବରୁ ଅଖିଳେଶ ଯାଦବ ମଙ୍ଗଳବାର ଟ୍ୱିଟ୍ କରି ଦାବି କରିଛନ୍ତି ପୋଷ୍ଟାଲ ବାଲାଟ ଆଧାରରେ ସମଜବାଦୀ ପାର୍ଟି ଏବଂ ଏହାର ମେଣ୍ଟ ସହଯୋଗୀଙ୍କୁ ୩୦୪ ଆସନ ମିଳିବା ଆବଶ୍ୟକ। ଏହି ନିର୍ବାଚନରେ ସମାଜବାଦୀ ମେଣ୍ଟକୁ ୫୧.୫% ଭୋଟ୍ ମିଳିଛି। ପ୍ରତ୍ୟେକ ସରକାରୀ କର୍ମଚାରୀ, ଶିକ୍ଷକ ଏବଂ ମତଦାତାଙ୍କୁ ଧନ୍ୟବାଦ ଯେଉଁମାନେ ଆମକୁ ଆନ୍ତରିକତାର ସହ ପୋଷ୍ଟାଲ ବାଲାଟ ଜରିଆରେ ଭୋଟ୍ ଦେଇଛନ୍ତି। କ୍ଷମତାରେ ଥିବା ଲୋକେ ଏହା ମନେ ରଖିବା ଯେ ପ୍ରତାରଣା କେବେ କାହାକୁ ଶକ୍ତି ଦିଏ ନାହିଁ।

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ କାହିଁକି ହାରିଲା ତାହାର କାରଣ କହି ସାରିଛନ୍ତି ସେ। ଏହାର ଜବାବ ରଖି ସୋମବାର ସେ ବିଜେପି ବିରୋଧରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ବିଜେପି ଭଳି ଦଳର ପ୍ରତାରଣା କାରଣରୁ ରାଜନୀତିର ପବିତ୍ରତା ବିପଦରେ ରହିଛି।

Also Read: ମତ ଗଣନା ପୂର୍ବରୁ EVM ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲେ Samajwadi Party ମୁଖ୍ୟ Akhilesh Yadav

ବିଜେପି ଭଳି ଦଳର ପ୍ରତାରଣା କାରଣରୁ ରାଜନୀତିର ଶୁଦ୍ଧତା ବିପଦରେ ପଡିଛି। ଗଣତନ୍ତ୍ରର ମୂଳଦୁଆ ବିପଦରେ ରହିଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ଦ୍ୱନ୍ଦ୍ୱରେ ରାଜନୀତିର ଶିକାର ହୋଇଛନ୍ତି। ସମାଜବାଦୀ ପାର୍ଟି ଏବଂ ଏହାର ସମସ୍ତ ମେଣ୍ଟ ସହଯୋଗୀଙ୍କ ନୂତନ ଶକ୍ତି ଏବଂ ପ୍ରଗତିଶୀଳ ଚିନ୍ତାଧାରା ସହିତ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରି ସଂଗ୍ରାମ ଜାରି ରଖିବ। 

ରାଷ୍ଟ୍ର ସହ ରାଜ୍ୟକୁ ମାର୍ଗଦର୍ଶନ କରୁଥିବା ସମ୍ବିଧାନର ସୁରକ୍ଷା ପାଇଁ ନିର୍ବାଚନ ଆୟୋଗର ନିରପେକ୍ଷ ଭୂମିକା ରହିବା ଆବଶ୍ୟକ। ନିର୍ବାଚନରେ ​​ଗଣତନ୍ତ୍ର ଏବଂ ସମ୍ବିଧାନ ପରୀକ୍ଷା କରାଯାଏ। ସଂସଦୀୟ ଗଣତନ୍ତ୍ରର ଅର୍ଥପୂର୍ଣ୍ଣ ଭୂମିକା ବଜାୟ ରଖିବା ପାଇଁ ସମାଜବାଦୀ ପାର୍ଟି ପୂର୍ଣ୍ଣ ବଳ ସହିତ ଲୋକଙ୍କ ଲାଗି ସ୍ୱର ଉତ୍ତୋଳନ କରିବ। 

Also Read: ମତଗଣନା ପୂର୍ବରୁ ଦଳୀୟ କର୍ମକର୍ତ୍ତାଙ୍କୁ ଏହି ନିର୍ଦେଶ ଦେଲେ SP ମୁଖ୍ୟ Akhilesh Yadav

ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ଥିବା ସମୟରେ କୌଣସି ଜନକଲ୍ୟାଣକାରୀ କାର୍ଯ୍ୟ କରିନାହିଁ। ହେଲେ ଏହା ସତ୍ତ୍ୱେ ଏବେ ପୁଣି ଥରେ ଶାସନ କରିବାକୁ ଯାଉଛି ବିଜେପି। ହେଲେ ବିଜେପି ଯେଉଁ ସମସ୍ୟା ସୃଷ୍ଟି କରିଛି ତାହା କୌଣସି ସମାଧାନ ହେବା ଭଳି ଦୃଶ୍ୟମାନ ହେଉନାହିଁ।