Revolt in Shiv Sena: ଫଟୋ ଲଗାଇବାକୁ ନେଇ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ
Advertisement
Article Detail0/zeeodisha/odisha1286876

Revolt in Shiv Sena: ଫଟୋ ଲଗାଇବାକୁ ନେଇ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

Maharashtra Politics: ମଙ୍ଗଳବାର ବିଦ୍ରୋହୀ ଶିବସେନା ବିଧାୟକଙ୍କ କାର୍ଯ୍ୟାଳୟରୁ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଫଟୋ ହଟାଯିବାକୁ ନେଇ ଉଭୟ ଗୋଷ୍ଠୀର ନେତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା।

Revolt in  Shiv Sena: ଫଟୋ ଲଗାଇବାକୁ ନେଇ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

Maharashtra Politics: ଶିବସେନାରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ସଦ୍ୟ ଫଟୋ ଲଗାଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସିନ୍ଦେ-ଠାକରେ ଗୋଷ୍ଠୀ। ମଙ୍ଗଳବାର ବିଦ୍ରୋହୀ ଶିବସେନା ବିଧାୟକଙ୍କ କାର୍ଯ୍ୟାଳୟରୁ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଫଟୋ ହଟାଯିବାକୁ ନେଇ ଉଭୟ ଗୋଷ୍ଠୀର ନେତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ଶିବସେନା ବିଧାୟକ ସଞ୍ଜୟ ଶିରସାଟ କହିଛନ୍ତି ଯେ ଯେଉଁମାନେ ଆମକୁ ଗଦ୍ଦାର ବୋଲି କହୁଛନ୍ତି ସେମାନଙ୍କ ଫଟୋ ଆମେ ଲଗାଇବୁ ନାହିଁ।

ମାତ୍ର ଆମେ ଆମ ଦଳର ପ୍ରତିଷ୍ଠାତା ସ୍ୱର୍ଗତ ବାଲ ଠାକରେ ଆମ ପାଇଁ ସର୍ବଦା ସମ୍ମାନିତ ବ୍ୟକ୍ତିତ୍ୱ ହୋଇରହିବେ ବୋଲି କହିଛନ୍ତି ଶିବସେନା ବିଧାୟକ ସଞ୍ଜୟ ଶିରସାଟ (Shiv Sena MLA Sanjay Shirsat)। ଉଦ୍ଧବ ଠାକେରଙ୍କ (Uddhav Thackeray) ଗୋଷ୍ଠୀର ନେତା ବିଶେଷ କରି ତାଙ୍କ ପୁଅ ଆଦିତ୍ୟ ଠାକରେ (Aaditya Thackeray) ବିଦ୍ରୋହୀ ଶିବସେନା ବିଧାୟକଙ୍କୁ (Rebel Shiv Sena MLA) ଗଦ୍ଦାର ବୋଲି କହିବାକୁ ପଛାଇ ନାହାଁନ୍ତି।

ଉଦ୍ଧବ ଠାକରେଙ୍କ ବିଶ୍ୱସ୍ତ ତଥା ଶିବସେନା ସଚିବ ବିନାୟକ ରାଉତ (Vinayak Raut) କହିଛନ୍ତି ଯେ ଗଦ୍ଦାରଙ୍କ କାର୍ଯ୍ୟାଳୟରେ ଆଦିତ୍ୟ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ଫଟୋ ରଖିବାର କୌଣସି ଆବଶ୍ୟକତା ନାହିଁ କିମ୍ବା ସେମାନଙ୍କର ଅଧିକାର ନାହିଁ। ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେ ଏଭଳି ପାପୀଙ୍କ ଷଡଯନ୍ତ୍ରର ଅଂଶ ହେବାକୁ ଚାହାଁନ୍ତି ନାହିଁ।

ଏହାର ଜବାବ ରଖି ବିଦ୍ରୋହୀ ଶିବସେନା ବିଧାୟକ ପ୍ରତାପ ସରନାଇକ (Shiv Sena MLA Pratap Sarnaik) କହିଛନ୍ତି ଯେ ଠାକେର ପରିବାର ସର୍ବଦା ଆମ ହୃଦୟରେ ରହିଛି। ଏହି ସମୟରେ ବିଦ୍ରୋହୀ ବିଧାୟକ ଧିରେ ଧିରେ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିଛନ୍ତି। ପ୍ରଥମେ ଉଦ୍ଧବ ଠାକରେ କିମ୍ବା ଠାକେର ପରିବାରକୁ ସମାଲୋଚନା ନକରିବାକୁ କଠୋର ହୋଇଥିବା ସିନ୍ଦେ ଗୋଷ୍ଠୀ ବର୍ତ୍ତମାନ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଅଭିଯୋଗର ଖୋଲାଖୋଲି ଜବାବ ଦେବାକୁ ପଛାଉନାହିଁ।

ଏହି ସମୟରେ ଆଦିତ୍ୟ ଠାକରେ ମଧ୍ୟ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଏନେଇ ସେ କହିଛନ୍ତି ଯେ ବର୍ତ୍ତମାନ ବିଦ୍ରୋହୀଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସୁଛି। ଗତ ଏକ ମାସ ଧରି ଏହି ବିଦ୍ରୋହୀ ବିଧାୟକ କହିଥିଲେ ଯେ ଆମେ ଉଦ୍ଧବ ଠାକରେଙ୍କୁ ଭଲପାଉ। ଆଦିତ୍ୟ ଠାକରେ ଆମ ପାଇଁ ଏକ ପୁଅ ଭଳି। ହେଲେ ବର୍ତ୍ତମାନ ତାଙ୍କର ପ୍ରକୃତ ରୂପ ଦେଖାଇବାକୁ ଆରମ୍ଭ କରିଛି। ଯଦି ସେମାନଙ୍କର ସାହସ ଅଛି ତାହେଲେ ସେମାନେ ଇସ୍ତଫା ଦିଅନ୍ତୁ ଏବଂ ନିର୍ବାଚନ ଲଢନ୍ତୁ। ଯାହା ଦ୍ୱରା ଲୋକେ ସେମାନଙ୍କୁ ତାଙ୍କ ସ୍ଥାନ ଦେଖାଇ ପାରିବେ।

Also Read: Attack on Sindhe Faction MLA: ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ସିନ୍ଦେ ଗୋଷ୍ଠୀର ବିଧାୟକ ଉଦୟ ସାମନ୍ତ