Mainpuri By Election 2022: ଅଖିଳେଶ ଯାଦବଙ୍କୁ ଭୟଭୀତ କରୁଛି ଦଳର ପୁରୁଣା ରେକର୍ଡ, ସାମ୍ନାରେ ରହିଛି ବଡ ଚ୍ୟାଲେଞ୍ଜ
Advertisement

Mainpuri By Election 2022: ଅଖିଳେଶ ଯାଦବଙ୍କୁ ଭୟଭୀତ କରୁଛି ଦଳର ପୁରୁଣା ରେକର୍ଡ, ସାମ୍ନାରେ ରହିଛି ବଡ ଚ୍ୟାଲେଞ୍ଜ

Samajwadi Party Record in By Election: ଉପନିର୍ବାଚନରେ ଦଳ ଭୋଗିଥିବା ଭୋଗିଥିବା ପରାଜୟ ରେକର୍ଡ ସମାଜବାଦୀ ପାର୍ଟି ପାଇଁ ଚିନ୍ତାର କାରଣ ପାଲଟିଛି। ମୈନପୁରୀ ପୂର୍ବରୁ ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ​​ସମାଜବାଦୀ ପାର୍ଟିକୁ ପରାଜୟ ବରଣ କରିବାକୁ ପଡିଥିଲା।

Mainpuri By Election 2022: ଅଖିଳେଶ ଯାଦବଙ୍କୁ ଭୟଭୀତ କରୁଛି ଦଳର ପୁରୁଣା ରେକର୍ଡ, ସାମ୍ନାରେ ରହିଛି ବଡ ଚ୍ୟାଲେଞ୍ଜ

Samajwadi Party Record in By Poll: ଦଳର ପାରମ୍ପରିକ ଗଡ଼ କୁହାଯାଉଥିବା ମୈନପୁରୀ ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ବାଜିମାତ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ଏହାର କାରଣ ହେଉଛି ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ ଉତ୍ତରାଧିକାର ରକ୍ଷା କରିବା। ଏହି ଉପନିର୍ବାଚନରେ ​​ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଅନ୍ୟପଟେ ତାଙ୍କ ଚାଚା ଶିବପାଲ ଯାଦବଙ୍କ ସହ ରହିଥିବା ମତଭେଦକୁ ଭୁଲି ଏକତା ସ୍ଲୋଗାନ ଦେଉଛନ୍ତି। ହେଲେ ଏହା ସତ୍ତ୍ୱେ ସମାଜବାଦୀ ପାର୍ଟିର ଉପନିର୍ବାଚନ ରେକର୍ଡ ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ପାଇଁ ସମଗ୍ର ଯାଦବ ପରିବାର ଏକତ୍ରୀତ ହୋଇଯାଇଛନ୍ତି। ହେଲେ ଏହା ସତ୍ତ୍ୱେ ଉପନିର୍ବାଚନରେ ସମାଜବାଦୀ ପାର୍ଟି ଭୋଗିଥିବା ପରାଜୟ ରେକର୍ଡ ଚିନ୍ତାର କାରଣ ହୋଇଛି। ମୈନପୁରୀ ପୂର୍ବରୁ ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ​​ସମାଜବାଦୀ ପାର୍ଟିକୁ ପରାଜୟ ବରଣ କରିବାକୁ ପଡିଥିଲା।

Also Read: Mainpuri Bypoll 2022: ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ଲାଗି ସହଜ ହେଲା ରାସ୍ତା, ଜାଣନ୍ତୁ କିପରି

ଆଜମଗଡ ଲୋକସଭା ଉପନିର୍ବାଚନରେ ​​ଯାଦବ ପରିବାରକୁ ଜବରଦସ୍ତ ଝଟକା ଲାଗିଥିଲା। ଏହି ନିର୍ବାଚନରେ ଅଖିଳେଶ ଯାଦବଙ୍କ ସମ୍ପର୍କୀୟ ଧର୍ମେନ୍ଦ୍ର ଯାଦବ ପରାସ୍ତ ହୋଇଥିଲେ। ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଭୋଜପୁରୀ ଅଭିନେତା ଦୀନେଶ ଲାଲ ଯାଦବ ବାଜିମାତ କରିଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର କରହଲ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ। ବିଧାୟକ ନିର୍ବାଚିତ ହେବା ପୂର୍ବରୁ ଆଜମଗଡ ଲୋକସଭା ଆସନର ସାଂସଦ ଥିଲେ ଅଖିଳେଶ ଯାଦବ। ବିଧାୟକ ନିର୍ବାଚିତ ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ଅଖିଲେଶ ଯାଦବ। ଯେଉଁ କାରଣରୁ ଆଜମଗଡ଼ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହେଲେ ଏହି ଉପନିର୍ବାଚନରେ ଦଳର ପାରମ୍ପରିକ ଗଡ଼ କୁହାଯାଉଥିବା ଆଜମଗଡ଼ ଆସନରେ ପରାଜୟ ବରଣ କରିଥିଲା ସମାଜବାଦୀ ପାର୍ଟି। 

ଆଜମଗଡ଼ ଭଳି ସ୍ଥିତି ରାମପୁର ଲୋକସଭା ଆସନରେ ଦେଖିବାକୁ ମିଳିଥିଲା। ଏଠାରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ପରାଜୟ ବରଣ କରିଥିଲା ସମାଜବାଦୀ ପାର୍ଟି। ରାମପୁର ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି ସମାଜବାଦୀ ପାର୍ଟି ପ୍ରାର୍ଥୀ ଅସୀମ ରାଜାଙ୍କୁ ପରାସ୍ତ କରିଥିଲେ। ମୈନପୁରୀ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଡିମ୍ପଲ ଯାଦବଙ୍କ ରେକର୍ଡ ମଧ୍ୟ ଲୋକସଭା ଉପନିର୍ବାଚନରେ ​​ଭଲ ନାହିଁ। ସେ ମଧ୍ୟ ଥରେ ଲୋକସଭା ଉପନିର୍ବାଚନରେ ପରାସ୍ତ ହୋଇଛନ୍ତି। ଗତ ୨୦୦୯ ବର୍ଷରେ ଫିରୋଜାବାଦ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ​​ଡିମ୍ପଲ ଯାଦବଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ ଉତ୍ତରାଧିକାରକୁ ବଞ୍ଚାଇବା ଡିମ୍ପଲ ଯାଦବଙ୍କ ସାମ୍ନାରେ ଏକ ବଡ଼ ଆହ୍ୱାନ ହୋଇରହିଛି।

Also Read: Mainpuri Bypoll 2022: ନେତାଜୀଙ୍କ ସହାୟତାରେ ଅଖିଳେଶ ଯାଦବଙ୍କୁ ମାତ୍ ଦେବ ବିଜେପି

ଡିମ୍ପଲ ଯାଦବ ପୂର୍ବରୁ କନ୍ନୌଜ ଲୋକସଭା ଆସନରୁ ୨ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ୨୦୦୯ ଫିରୋଜାବାଦ ଉପନିର୍ବାଚନରୁ ହାରିଯିବା ପରେ ସେ ୨୦୧୨ ବର୍ଷରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ​​ପ୍ରଥମ ଥର ପାଇଁ କନ୍ନୌଜ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୨୦୧୪ ସାଧାରଣ ନିର୍ବାଚନରେ ​​ମଧ୍ୟ ଏହି ଆସନରୁ ପୁନର୍ବାର ସାଂସଦ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ଡିମ୍ପଲ ଯାଦବଙ୍କୁ କନ୍ନୌଜ ଆସନରୁ ​​ପରାଜୟର ସାମ୍ନା କରିବାକୁ ପଡିଥିଲା।