Independence Day 2022: ସଂଘ ମୁଖ୍ୟାଳୟରେ ପାଳିତ ହେଲା ସ୍ୱାଧିନତା ଦିବସ
Advertisement
Article Detail0/zeeodisha/odisha1303679

Independence Day 2022: ସଂଘ ମୁଖ୍ୟାଳୟରେ ପାଳିତ ହେଲା ସ୍ୱାଧିନତା ଦିବସ

RSS Celebrates Independence Day 2022: ଦେଶର ୭୬ ତମ ସ୍ୱାଧୀନତା ଦିବସ ଅବସରରେ ମହାରାଷ୍ଟ୍ରସ୍ଥିତ ନାଗପୁର ସହରରେ ଆରଏସଏସ ମୁଖ୍ୟାଳୟରେ ତ୍ରିରଙ୍ଗା ଉତ୍ତୋଳନ କରିବା ପରେ ସଂଘ ମୁଖ୍ୟ ଭାଗବତ ସେଠାରେ ଆୟୋଜିତ ଏକ ସମାବେଶକୁ ସମ୍ବୋଧିତ କରିଥିଲେ। 

Independence Day 2022: ସଂଘ ମୁଖ୍ୟାଳୟରେ ପାଳିତ ହେଲା ସ୍ୱାଧିନତା ଦିବସ

RSS Celebrates Independence Day 2022: ନାଗପୁରସ୍ଥିତ ମୁଖ୍ୟାଳୟ ଠାରେ ଦେଶର ୭୬ ତମ ସ୍ୱାଧିନତା ଦିବସ ପାଳନ କରିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ। ଏହି ଅବସରରେ ଦେଶର ଜାତୀୟ ପତାକା ଉତ୍ତୋଳନ କରି ଆରଏସଏସ ମୁଖ୍ୟ ମୋହନ ଭଗବତ କହିଛନ୍ତି ଯେ ବହୁ ସଂଘର୍ଷ ପରେ ଭାରତ ବର୍ଷ ସ୍ୱାଧୀନ ହୋଇଛି। ଭାରତ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ। ଦେଶର ୭୬ ତମ ସ୍ୱାଧୀନତା ଦିବସ ଅବସରରେ ମହାରାଷ୍ଟ୍ରସ୍ଥିତ ନାଗପୁର ସହରରେ ଆରଏସଏସ ମୁଖ୍ୟାଳୟରେ ତ୍ରିରଙ୍ଗା ଉତ୍ତୋଳନ କରିବା ପରେ ସଂଘ ମୁଖ୍ୟ ଭାଗବତ ସେଠାରେ ଆୟୋଜିତ ଏକ ସମାବେଶକୁ ସମ୍ବୋଧିତ କରିଥିଲେ। 

ଏହି ଅବସରରେ ସେ କହିଥିଲେ ଯେ ଭାରତ ବିଶ୍ୱକୁ ଶାନ୍ତି ବାର୍ତ୍ତା ଦେବ। ଦେଶ ଏବଂ ସମାଜ ସେମାନଙ୍କୁ କଣ ଦେଉଛନ୍ତି ତାହା ଲୋକେ ପଚାରିବା ଆବଶ୍ୟକ ନୁହେଁ ବରଂ ସେମାନେ ଦେଶକୁ କଣ ଦେଉଛନ୍ତି ସେ ବାବଦରେ ଚିନ୍ତା କରିବା ଆବଶ୍ୟକ। ଆଜି ହେଉଛି ଗର୍ବ ଏବଂ ନିଷ୍ଠାର ଦିନ। ବହୁ ସଂଘର୍ଷ ପରେ ଦେଶ ସ୍ୱାଧୀନତା ପାଇଥିଲା। ସେଥିପାଇଁ ସମସ୍ତେ ଏକାଠି ହୋଇ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ।

ନାଗପୁରସ୍ଥିତ ସଂଘ ମୁଖ୍ୟାଳୟରେ (RSS Nagpur Headquarter) କଡା ସୁରକ୍ଷା ମଧ୍ୟରେ ଆୟୋଜିତ ସ୍ୱାଧୀନତା ଦିବସ (Independence Day) ଉତ୍ସବରେ କେତେକ ଆରଏସଏସ ସ୍ୱୟଂସେବକ ଏବଂ ପ୍ରଚାରକ (RSS Swayamsevak and Pracharak) ଉପସ୍ଥିତ ରହିଥିଲେ। ସ୍ୱାଧୀନତା ଦିବସ ଅବସରରେ ଆରଏସଏସ ରେଶମବାଗ ଅଞ୍ଚଳରେ ଅବସ୍ଥିତ ଡକ୍ଟର ହେଡଗେୱାର ସ୍ମାରକ ସମିତି ପକ୍ଷରୁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଯେଉଁଥିରେ ନାଗପୁର ମହାନଗରର ସହସଂଘଚାଳକ ଶ୍ରୀଧର ଗୋଡଗେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଆରଏସଏସ ସ୍ବେଚ୍ଛାସେବୀ ସୋମବାର ଅପରାହ୍ନରେ ସହରର ବିଭିନ୍ନ ସ୍ଥାନରେ 'ପଥ ସଞ୍ଚାଳନ' କରିଛନ୍ତି।

Also Read: Tiranga on DP: ପ୍ରୋଫାଇଲ ଫଟୋ ବଦଳାଇଲେ ଆରଏସଏସ ଏବଂ ମୋହନ ଭାଗବତ

 

ଅଗଷ୍ଟ ୧୫ ତାରିଖ ସୋମବାର ସମଗ୍ର ଦେଶରେ ଗର୍ବ ଗୌରବର ସହ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲା ପରିସରରୁ ତ୍ରିରଙ୍ଗା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ  ନୂତନ ଭାରତର ଏକ ନୂତନ ଯୁଗର ଦର୍ଶନ ଉପସ୍ଥାପନ କରିଥିଲେ। ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଲାଲ ବାହାଦୂର ଶାସ୍ତ୍ରୀ ଜୟ ଯବାନ, ଜୟ କିସାନଙ୍କ ସ୍ଲୋଗାନ ଦେଇଛନ୍ତି ଏବଂ ଏହି ଅଟଳ ବିହାରୀ ବାଜପେୟୀ ଏଥିରେ ଜୟ ବିଜ୍ଞାନ ଯୋଡ଼ିଥିଲେ। ବର୍ତ୍ତମାନ ମୁଁ ଏଥିରେ ଜୟ ଅନୁସନ୍ଧାନ  ଯୋଗ କରୁଛି। କାରଣ ଏହି ଅମୃତ ଅବଧି ପାଇଁ ନବସୃଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶ ସ୍ୱାଧିନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ମେଡ୍ ଇନ୍ ଇଣ୍ଡିଆ ଗନ୍ ସହିତ ସାଲ୍ୟୁଟ୍ ଦିଆଯାଇଥିଲା। ଡିଜିଟାଲ୍ ବିପ୍ଳବ ଦ୍ୱାରା ଏକ ନୂତନ ଜଗତ ସୃଷ୍ଟି ହେଉଛି। ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟସେବା ବିଷୟରେ କଥାବାର୍ତ୍ତା କରେ, ସେତେବେଳେ ଏହା ଭାରତର ଯୋଗ ଏବଂ ଆୟୁର୍ବେଦକୁ ଦେଖେ। ଯାହାକୁ ଆମେ ସମଗ୍ର ବିଶ୍ୱକୁ ଦେଉଛୁ।