Rajya Sabha Election 2022: କାହାର ସରୁଛି କାର୍ଯ୍ୟକାଳ? କିଏ କେଉଁଠୁ ଲଢୁଛନ୍ତି ନିର୍ବାଚନ?
Advertisement

Rajya Sabha Election 2022: କାହାର ସରୁଛି କାର୍ଯ୍ୟକାଳ? କିଏ କେଉଁଠୁ ଲଢୁଛନ୍ତି ନିର୍ବାଚନ?

ରାଜ୍ୟସଭାରେ ଖାଲି ପଡୁଥିବା ୫୭ ଆସନ ଲାଗି ଆସନ୍ତା ଜୁନ ୧୦ ତାରିଖରେ ହେବାକୁ ଯାଉଛି ନିର୍ବାଚନ। 

Rajya Sabha Election 2022: କାହାର ସରୁଛି କାର୍ଯ୍ୟକାଳ? କିଏ କେଉଁଠୁ ଲଢୁଛନ୍ତି ନିର୍ବାଚନ?

Rajya Sabha Election 2022: ରାଜ୍ୟସଭାରେ ଖାଲି ପଡୁଥିବା ୫୭ ଆସନ ଲାଗି ଆସନ୍ତା ଜୁନ ୧୦ ତାରିଖରେ ହେବାକୁ ଯାଉଛି ନିର୍ବାଚନ। ଏନେଇ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରସ୍ତୁତି। ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ବିଭିନ୍ନ ଦଳ। ଉତ୍ତର ପ୍ରଦେଶର ୧୧, ମହାରାଷ୍ଟ୍ରର ୬, ତାମିଲନାଡୁର ୬, ବିହାରର ୫, ଆନ୍ଧ୍ର ପ୍ରଦେଶର ୪, କର୍ଣ୍ଣାଟକର ୪, ରାଜସ୍ଥାନର ୪, ଓଡିଶାର ୩, ମଧ୍ୟ ପ୍ରଦେଶର ୩, ଝାଡଖଣ୍ଡର ୨, ଛତିଶଗଡର ୨, ତେଲେଙ୍ଗାନାର ୨, ହରିୟାଣାର ୨,  ପଞ୍ଜାବର ୨, ଉତ୍ତରାଖଣ୍ଡର ଗୋଟିଏ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। କେଉଁ ଦଳର ନେତାଙ୍କ କେବେ ଶେଷ ହେଉଛି କାର୍ଯ୍ୟକାଳ? 

ବିଜେପି

  • କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ: ଜୁନ ୪
  • କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ: ଜୁନ ୩୦
  • ଆଲଫୋନ୍ସ କନ୍ନନଥନମ୍: ୪ ଜୁଲାଇ 
  • ମୁଖତାର ଅବ୍ବାସ ନକଭି: ଜୁଲାଇ ୭ 
  • ସୁରେଶ ପ୍ରଭୁ: ୨୧ ଜୁନ 
  • ଜଫର ଇସଲାମ ଜୁଲାଇ: ୪ 
  • ସତୀଶ ଚନ୍ଦ୍ର ଦୁବେ: ୭ ଜୁଲାଇ 
  • ରାମବିଚାର ନେତାମ: ୨୯ ଜୁନ୍ 
  • ଏମଜେ ଆକବର: ଜୁନ୍ ୨୯
  • ଓମପ୍ରକାଶ ମାଥୁର: ଜୁଲାଇ ୪ 
  • ଶିବ ପ୍ରତାପ ଶୁକ୍ଲା: ଜୁଲାଇ ୪ 
  • ହର୍ଷବର୍ଦ୍ଧନ ସିଂହ: ଜୁଲାଇ ୪ 
  • ଦୁଷ୍ୟନ୍ତ ଗୌତମ: ଅଗଷ୍ଟ ୧ 
  • ଡକ୍ଟର ବିକାଶ ମହାତ୍ମା: ଜୁଲାଇ ୪ 
  • ଜୟପ୍ରକାଶ ନିଷାଦ: ଜୁଲାଇ ୪ 
  • ମହେଶ ପୋଦ୍ଦାର: ଜୁଲାଇ ୭ 
  • ଡକ୍ଟର ବିନୟ ସହସ୍ତ୍ରବୁଦ୍ଧେ: ଜୁଲାଇ ୪ 
  • ଗୋପାଳ ନାରାୟଣ ସିଂହ: ଜୁଲାଇ ୭ 
  • ଟିଜି ଭେଙ୍କଟେଶ: ଜୁନ ୨୧ 
  • ରାମ କୁମାର ବର୍ମା: ଜୁଲାଇ ୪ 
  • ୱାଇଏସ ଚୌଧୁରୀ: ଜୁନ ୨୧ 
  • କେସି ରାମମୂର୍ତ୍ତି: ଜୁନ୍ ୨୯ 

କଂଗ୍ରେସ

  • ପି ଚିଦାମ୍ବରମ: ଜୁଲାଇ ୪ 
  • ଜୟରାମ ରମେଶ: ଜୁନ ୩୦ 
  • ଅମ୍ବିକା ସୋନି: ଜୁଲାଇ ୪
  • ଛାୟା ବର୍ମା: ଜୁନ ୨୯
  • ପ୍ରଦୀପ ଟମଟା: ଜୁଲାଇ ୪ 
  • ବିବେକ ତନଖା: ୨୯ ଜୁନ 
  • ସମ୍ପତିଆ ଉଇକେ: ୨୯ ଜୁନ  

ଗତ ୨୦୨୧ ସେପ୍ଟେମ୍ବର ୧୩ ତାରିଖରେ ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ମୃତ୍ୟୁ ହେବା ପର ଠାରୁ ତାଙ୍କ ଆସନ ଖାଲିପଡ଼ିଛି। 

ସମାଜବାଦୀ ପାର୍ଟି 

  • କୁୱଁର ରେବତୀ ରମଣ ସିଂହ:୪ ଜୁଲାଇ
  • ସୁଖରାମ ସିଂହ ଯାଦବ: ୪ ଜୁଲାଇ

ବହୁଜନ ସମାଜ ପାର୍ଟି

  • ସତୀଶ ଚନ୍ଦ୍ର ମିଶ୍ରା: ୪ ଜୁଲାଇ 
  • ଅଶୋକ ସିଦ୍ଧାର୍ଥ: ୪ ଜୁଲାଇ

ଉତ୍ତର ପ୍ରଦେଶ ବିଧାନସଭାରେ ଆବଶ୍ୟକୀୟ ସଂଖ୍ୟା ବଳ ନଥିବାରୁ ୨୦୨୨ ରାଜ୍ୟସଭା ନିର୍ବାଚନରେ କୌଣସି ପ୍ରାର୍ଥୀ ଛିଡା କରିବ ନାହିଁ ବହୁଜନ ସମାଜ ପାର୍ଟି। 

ଏନସିପି  

  • ପ୍ରଫୁଲ ପଟେଲ: ଜୁଲାଇ ୪

ରାଷ୍ଟ୍ରୀୟ ଜନତା ଦଳ 

  • ମିସା ଭାରତୀ: ଜୁଲାଇ ୭

ଅକାଳୀ ଦଳ

  • ବଲବିନ୍ଦର ସିଂହ ଭୂନ୍ଦଡ଼: ଜୁଲାଇ ୪

ଜନତା ଦଳ ୟୁନାଇଟେଡ

  • ଆରସିପି ସିଂହ: ଜୁଲାଇ ୪

ଜନତା ଦଳ ୟୁନାଇଟେଡ ନେତା ଆରସିପି ସିଂହଙ୍କୁ ପୁନର୍ବାର ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ଟିକେଟ ମିଳିନାହିଁ। ଅନ୍ୟପଟେ ଦଳର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ଆସନ ପୂର୍ବରୁ ଖାଲି ପଡ଼ିଛି। 

ବିଜେଡି

  • ଏନ.ଭାସ୍କର ରାଓ: ଜୁଲାଇ ୧
  • ସସ୍ମିତ ପାତ୍ର: ଜୁଲାଇ ୧
  • ପ୍ରସନ୍ନ ଆଚାର୍ଯ୍ୟ: ଜୁଲାଇ ୧

ଡିଏମକେ

  • କେଆରଏନ ରାଜେଶ କୁମାର: ଜୁନ ୨୯
  • ଆରଏସ ଭାରତୀୟ: ଜୁନ ୨୯

ଏଆଇଏଡିଏମକେ 

  • ଏସଆର ବାଲାସୂବ୍ରମଣ୍ୟମ: ଜୁନ ୨୯
  • ଏ.ବିଜୟ କୁମାର: ଜୁନ ୨୯
  • ଏ.ନବନୀତକୃଷ୍ଣନ: ଜୁନ ୨୯

ଟିଆରଏସ

  • ବି.ଲକ୍ଷ୍ମୀକାନ୍ତା ରାଓ: ଜୁନ ୨୧
  • ଶ୍ରୀନିବାସ ଧରମପୁରୀ: ଜୁନ ୨୧

ୱାଏସଆର କଂଗ୍ରେସ

  • ବିଜୟାସାଇ ରେଡ୍ଡୀ: ଜୁନ ୨୧  

କେଉଁ ରାଜ୍ୟରୁ କିଏ ହେଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ

  • ଲକ୍ଷ୍ମୀକାନ୍ତ ବାଜପେୟୀ: ଉତ୍ତର ପ୍ରଦେଶ
  • ରାଧା ମୋହନ ଅଗ୍ରୱାଲ: ଉତ୍ତର ପ୍ରଦେଶ 
  • ସୁରେନ୍ଦ୍ର ସିଂହ ନାଗର: ଉତ୍ତର ପ୍ରଦେଶ 
  • ବାବୁରାମ ନିଷାଦ: ଉତ୍ତର ପ୍ରଦେଶ 
  • ଦର୍ଶନା ସିଂହ: ଉତ୍ତର ପ୍ରଦେଶ 
  • ସଙ୍ଗୀତା ଯାଦବ: ଉତ୍ତର ପ୍ରଦେଶ 
  • ମିଥିଲେଶ କୁମାର: ଉତ୍ତର ପ୍ରଦେଶ 
  • କେ.ଲକ୍ଷ୍ମଣ: ଉତ୍ତର ପ୍ରଦେଶ 
  • କବିତା ପାଟିଦାର: ମଧ୍ୟ ପ୍ରଦେଶ
  • ସୁମିତ୍ରା ବାଲ୍ମିକୀ: ମଧ୍ୟ ପ୍ରଦେଶ
  • ନିର୍ମଳା ସୀତାରାମଣ: କର୍ଣ୍ଣାଟକ
  • ଲାହର ସିଂହ ସିରୋୟା: କର୍ଣ୍ଣାଟକ
  • ଜଗେଶ: କର୍ଣ୍ଣାଟକ
  • ପୀୟୂଷ ଗୋୟଲ: ମହାରାଷ୍ଟ୍ର
  • ଡକ୍ଟର ଅନିଲ ସୁଖଦେବ ରାଓ: ମହାରାଷ୍ଟ୍ର
  • ଘନଶ୍ୟାମ ତିୱାରୀ: ରାଜସ୍ଥାନ 
  • କଳ୍ପନା ସୈନୀ: ଉତ୍ତରାଖଣ୍ଡ
  • ସତୀଶ ଚନ୍ଦ୍ର ଦୁବେ: ବିହାର
  • ଶମ୍ଭୁ ଶରଣ ପଟେଲ: ବିହାର
  • କୃଷ୍ଣଲାଲ ପୱାଁର: ହରିୟାଣା 

କେଉଁ ରାଜ୍ୟରୁ କିଏ ହେଲେ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ

  • ରଣଦୀପ ସିଂହ ସୁରଜେୱାଲା: ରାଜସ୍ଥାନ
  • ମୁକୁଲ ୱାସନିକ: ରାଜସ୍ଥାନ 
  • ପ୍ରମୋଦ ତିୱାରୀ: ରାଜସ୍ଥାନ 
  • ରଞ୍ଜିତ ରଞ୍ଜନ: ଛତିଶଗଡ଼ 
  • ରାଜୀବ ଶୁକ୍ଲା: ଛତିଶଗଡ଼ 
  • ଅଜୟ ମାକେନ: ହରିୟାଣା 
  • ଜୟରାମ ରମେଶ: କର୍ଣ୍ଣାଟକ
  • ବିବେକ ତନଖା: ମଧ୍ୟ ପ୍ରଦେଶ 
  • ଇମରାନ ପ୍ରତାପଗଡୀ: ମହାରାଷ୍ଟ୍ର  
  • ପି.ଚିଦାମ୍ବରମ: ତାମିଲନାଡୁ