Rajendra Pal Gautam resignation: ଏକ ନାଟକୀୟ ଢଙ୍ଗରେ ଦିଲ୍ଲୀ ସରକାରରେ (Delhi Government) ମନ୍ତ୍ରୀ ଥିବା ରାଜେନ୍ଦ୍ର ପାଲ ଗୌତମ (Rajendra Pal Goutam) ଆଜି ଇସ୍ତଫା (Resignation) ଦେଇଛନ୍ତି। ଏକ ଧର୍ମାନ୍ତରଣ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଭଗବାନଙ୍କୁ ନେଇ ବିଭିନ୍ନ ପ୍ରକାର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ପରବର୍ତ୍ତି ସମୟରେ ବିବାଦ ତେଜିବାରେ ଲାଗିଥିଲା।
Trending Photos
Rajendra Pal Gautam resignation, ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ବହୁ ବିଶିଷ୍ଟ ଦଳିତ ନେତା ରାଜେନ୍ଦ୍ର ପାଲ ଗୌତମ ରବିବାର ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ବିଜେପରି ବିରୋଧ ପ୍ରଦର୍ଶନ ପରେ ସେ ଏହି ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ଆମ୍ବେଦକର ଭବନରେ ୧୦୦୦୦ ହିନ୍ଦୁଙ୍କ ଧର୍ମ ପରିବର୍ତନ କାର୍ଯ୍ୟକ୍ରମ ପରେ AAPକୁ ବିଜେପି, ହିନ୍ଦୁ ବିରୋଧ ଦଳ ବୋଲି ଅଭିଯୋଗ କରିଥିଲା। ଗତ ଅକ୍ଟୋବର ୫ ତାରିଖ ଅଶୋକା ବିଜୟାଦଶମୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ପାଲ ଗୌତମ ଉପସ୍ଥିତ ଥିଲେ। ଧର୍ମ ପରିବର୍ତ୍ତନ ବେଳେ ଆମ୍ବେଦକରଙ୍କ ୨୨ ପ୍ରତିଜ୍ଞା ପାଠ କରାଯାଇଥିଲା। ଏହି ପ୍ରତିଜ୍ଞା ଗୁଡିକୁ ହିନ୍ଦୁ ବିରୋଧି ବୋଲି ବିଜେପି ଦାବି କରିଛି।
ମିଶନ୍ ଜୟ ଭୀମ ଏବଂ ବୌଦ୍ଧ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ଦିଲ୍ଲୀର ଆମ୍ବେଦକର ଭବନରେ ଧର୍ମଚକ୍ର ପ୍ରବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା। ଦିଲ୍ଲୀର ଆଦିବାସୀ, ହରିଜନ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ସହ ଆମ୍ବେଦକରଙ୍କ ନାତୀ ରାଜରାତ୍ନ ଆମ୍ବେଦକର ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୧୦୦୦୦ ହିନ୍ଦୁ ନିଜର ଧର୍ମ ପରିବର୍ତ୍ତନ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିବା ଦାବି କରାଯାଉଛି। ଏହି ଘଟଣା ପରେ ବିଜେପି ଗଣମାଧ୍ୟମ ସମ୍ମିଳନୀ କରି ମନ୍ତ୍ରୀ ଗୌତମ, ଆପ୍ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହିନ୍ଦୁ ବିରୋଧୀ ବୋଲି ନିନ୍ଦା କରିବା ସହ ଏହା ହିଂସାକାଣ୍ଡ ପାଇଁ ଉସୁକାଉଥିବା ନେଇ ପୋଲିସରେ ଅଭିଯୋଗ କରିଥିଲା। ବିବାଦ ବଢିଲାରୁ ରବିବାର ମନ୍ତ୍ରୀ ଗୌତମ ଇସ୍ତଫା ଦେଇଛନ୍ତି। ତେବେ ଏଥିପାଇଁ ଦଳ ପକ୍ଷରୁ କୌଣସି ଚାପ ପଡିନାହିଁ କି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏ ସମ୍ପର୍କରେ ଜାଣିନାହାନ୍ତି ବୋଲି ଦଳିତ ନେତା କହିଛନ୍ତି।
Also Read: ବିବାଦ ପରେ ଇସ୍ତଫା ଦେଲେ ମନ୍ତ୍ରୀ ରାଜେନ୍ଦ୍ର, ଦିଲ୍ଲୀ ରାଜନୀତିରେ ହଇଚଇ
ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଗୁଜୁରାଟ ଗସ୍ତରେ ଅଛନ୍ତି। ଆସନ୍ତା ଡିସେମ୍ବର ବେଳକୁ ଏଠାରେ ନିର୍ବାଚନ ହେବାର ଅଛି। ଯେଉଥିପାଇଁ କେଜ୍ରିୱାଲ ସେଠାରେ ବ୍ୟକ୍ ଟୁ ବ୍ୟାକ ରାଲି କରୁଛନ୍ତି। ରାଜେନ୍ଦ୍ର ପାଲ ଗୌତମଙ୍କ କାର୍ଯ୍ୟକ୍ରମ ପରେ, ବିଜେପି ଗୁଜୁରାଟୀରେ ଆମ୍ବେଦକରଙ୍କ ଶପଥ ସହିତ କେଜ୍ରିୱାଲଙ୍କ ଟୋପି ପିନ୍ଧାଥିବା ପୋଷ୍ଟର ଲଗାଇଥିଲା। ଯେଉଁଥିଲେ ହିନ୍ଦୁ ବିରୋଧି ବୋଲି ମଧ୍ୟ ଲେଖାଯାଇଥିଲା। ଏହି ଘଟଣା ପରେ ଗୌତମଙ୍କ ଉପରେ କେଜ୍ରିୱାଲ ଅସନ୍ତୁଷ୍ଟ ଅଛନ୍ତି। ତଥାପି ଦିଲ୍ଲୀ ଏବଂ ପଞ୍ଜାବର AAP ସରକାର ସମସ୍ତ କାର୍ଯ୍ୟାଳୟରେ ଭାଗବତ ସିଂ ଏବଂ ଆମ୍ବେଦକରଙ୍କ ଫଟୋ ଲଗାଇଛି। ତେବେ ରାଜନୈତିକ ଫାଇଦା ପାଇଁ ଗୌତମ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।
ଗୌତମ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦ୍ୱାରା ଆପକୁ ଦୁଇଟି ପକ୍ଷରୁ ଫାଇଦା ହୋଇଥିବା ନେଇ ଚର୍ଚ୍ଚା ହେଉଛି। ବିଜେପି ଭଳି ଆପ୍ ମଧ୍ୟ ହିନ୍ଦୁତ୍ୱର ରାଜନୀତି ଆରମ୍ଭ କରିଛି। କୁହାଯାଉଛି ଯେ, ଗୌତମଙ୍କୁ ନେଇ ଚାଲିଥିବା ବିବାଦ ପାଇଁ ହିନ୍ଦୁଙ୍କ ମାହୋଲରେ ଦଳର ଛବି ଖରାପ ହେବାର ଆଶଙ୍କା ଥିଲା। କିନ୍ତୁ ମନ୍ତ୍ରୀଙ୍କ ଇସ୍ତଫା ପରେ ଆପ୍ ଉପରୁ ଏହି ସଙ୍କଟ ଚଳିଯାଇଛି ଆଉ କେଜ୍ରିୱାଲ ହିନ୍ଦୁଙ୍କ ହୃଦୟ ଜିତି ନେଇଛନ୍ତି। ଏହା ବ୍ୟତୀତ ଆପ୍ ନିକଟରେ ଏକ ବଡ ସଂଖ୍ୟକ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଭୋଟର ଅଛନ୍ତି। ସେମାନଙ୍କ ଠାରେ ନିଜକୁ ସ୍ୱାଭିମାନୀ ବୋଲି ଦେଖାଇ ହେବା ପାଇଁ ଦଳ, ଗୌତମଙ୍କୁ ବଳି ଚଢାଇଛି। ଗୌତମ ଇସ୍ତଫା ଦେଇ ପ୍ରମାଣିତ କରିବାକୁ ଚାହୁଁଛନ୍ତି ଯେ, ସେ କ୍ଷମତା ଛାଡି ପାରନ୍ତି କିନ୍ତୁ ନିଜ କର୍ତ୍ତବ୍ୟରୁ ଓହରିବେ ନାହିଁ। ତେବେ ଏହି ଇସ୍ତଫା, ଗୁଜୁରାଟ ନିର୍ବାଚନରେ ଆପକୁ ଦୁଇ ଆଡୁ ଫାଇଦା ଦେବ ବୋଲି କୁହାଯାଉଛି।
ଏକ ଖୋଲା ଚିଠିରେ ଗୌତମ ଗୁରୁତ୍ୱାରୋପ କରିଛନ୍ତି ଯେ, ଯେଉଁ ଶପଥ ଗୁଡିକୁ ନେଇ ବିଜେପି ବିବାଦ ସୃଷ୍ଟି କରିଛି, ସେ ଗୁଡିକୁ ନିଜେ ବିଜେପି ମଧ୍ୟ ଲେଖିଛି। Dr Babasaheb Ambedkar: Writings and Speechesର ୧୭-ଭଲ୍ୟୁମ୍ ସିରିଜରେ ଲିପିବଦ୍ଧ ହୋଇଛି। ଏହି ପୁସ୍ତକକୁକେନ୍ଦ୍ରର ଡ.ଆମ୍ବେଦକର ଫାଉଣ୍ଡେସନ୍ ଦ୍ୱାରା ୨୦୧୯ରେ ପ୍ରକାଶିତ ହୋଇଛି। ଏପରି କି ଅମ୍ବେଦକରଙ୍କ ୨୨ ପ୍ରତିଜ୍ଞାକୁ ଶିଳାରେ ଖୋଦେଇ କରି ନାସିକରେ ମୋଦି ସରକାର ଲଗାଇଥିବା ଗୌତମ କହିଛନ୍ତି। ସେ ପୁଣି କହିଛନ୍ତି ଯେ, କେବଳ ଦିଲ୍ଲୀରେ ନୁହଁ ମହାରାଷ୍ଟ୍ର ଓ ୟିୁପିର ଶହ ଶହ ସ୍ଥାନରେ ଧର୍ମଚକ୍ର ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ କେନ୍ଦ୍ରୀୟ ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ। ଗୌତମ ତାଙ୍କ ଦୁଇ ପୃଷ୍ଠାର ଇସ୍ତଫା ପତ୍ରରେ 'ମୁଁ ବନ୍ଧନରୁ ମୁକ୍ତି ପାଇଲି' ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।
Also Read: Dhammachakra Pravartan: କ୍ୟାବିନେଟ ମନ୍ତ୍ରୀଙ୍କ ଉପସ୍ଥିତିରେ ହିନ୍ଦୁ ଧର୍ମ ଛାଡ଼ିଲେ ଦଶ ହଜାର ଦଳିତ
ଗୌତମ ଆହୁରି କହିଛନ୍ତି, "ବିଜେପି ଆମ ନେତା ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରୁଛି। ଏହା ମୋ ପାଇଁ ଦୁଃଖଦାୟକ…। ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ହଜାର ହଜାର ସ୍ଥାନରେ କୋଟି କୋଟି ଲୋକ ଏହି ଶପଥଗୁଡ଼ିକୁ ପାଠ କରିଛନ୍ତି। କିନ୍ତୁ ବାବାସାହେବ ଦେଇଥିବା ଏହି ୨୨ଟି ପ୍ରତିଜ୍ଞା ଉପରେ ବିଜେପିର ଆପତ୍ତି ରହିଛି। ହୀନ ରାଜନୀତିରେ ବିଜେପି ଏହାକୁ ବ୍ୟବହାର କରୁଛି ଏବଂ ଏହା ମୋତେ ଆଘାତ ଦେଇଥିବାରୁ ମୁଁ ମୋର ଇସ୍ତଫା ପତ୍ର ପ୍ରଦାନ କରୁଛି।" ତେବେ ସମ୍ପୂର୍ଣ୍ଣ ଘଟଣା ଉପରେ କେଜ୍ରିୱାଲ ନୀରବ ରହିଛନ୍ତି। ଗୁଜୁରାଟରୁ ଫେରିବା ପରେ ଗୌତମଙ୍କ ଇସ୍ତଫା ଉପରେ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି ଏକ ସୂତ୍ରରୁ ପ୍ରକାଶ।
ବିଜେପି ସେପଟେ, ଏହାକୁ ହିନ୍ଦୁଙ୍କ ଏକ ବଡ ବିଜୟ ବୋଲି କହିଛି। ବିଜେପି ମୁଖପାତ୍ର ତାଜିନ୍ଦର ବାଗଗା ଟ୍ୱିଟ୍ କରି କହିଛନ୍ତି: "ଏହା ୧୦୦ କୋଟି ହିନ୍ଦୁଙ୍କ ଏକତାର ଶକ୍ତି। ହିନ୍ଦୁ ବିରୋଧୀ କେଜ୍ରିୱାଲଙ୍କ ମନ୍ତ୍ରୀ ରାଜେନ୍ଦ୍ର ପାଲ ଆଉଟ୍।" ଲେଖକ ତଥା ଆମ୍ବେଦକରାଇଟ୍ ବୁଦ୍ଧିଜୀବୀ ଦିଲୀପ ମଣ୍ଡଳ ଟ୍ୱିଟରରେ ଲେଖିଛନ୍ତି, "ଦିଲ୍ଲୀ ଦଙ୍ଗା ବନ୍ଦ କରିବାକୁ ଅରବିନ୍ଦ କେଜ୍ରିୱାଲ ଚେଷ୍ଟା କରନଥିଲେ…। ସଂଖ୍ୟାଲଘୁମାନଙ୍କୁ ତାଙ୍କର ଅଫର ହେଉଛି, ଯଦି ଆପଣ ମୋ ପାଖକୁ ନ ଆସିଲେ, କାହା ନିକଟକୁ ଯିବେ? ଏବେ ସେ ଦଳତଙ୍କ ଉପରୁ ହାତ ଉଠାଇ ନେଇଛନ୍ତି। ଏହା ସେମାନଙ୍କର ପତନର ଆରମ୍ଭ ହୋଇପାରେ।" ଅନ୍ୟପଟେ ଇସ୍ତଫା ଦେବା ପରେ ମଧ୍ୟ ସମାଜର ପଛୁଆ ବର୍ଗ ପାଇଁ କାମ କରିବି ବୋଲି ଦୁଇ ଥରର ବିଧାୟକ ରାଜେନ୍ଦ୍ର ପାଲ ଗୌତମ କହିଛନ୍ତି।