Rajasthan Politics: 'ଘରୋଇ କଳିକୁ ଆମେ ଘରେ ସମାଧାନ କରି ଦେବୁ'
Advertisement

Rajasthan Politics: 'ଘରୋଇ କଳିକୁ ଆମେ ଘରେ ସମାଧାନ କରି ଦେବୁ'

 Rajasthan Congress Crisis: କୌଣସି ଦଳର ଆଭ୍ୟନ୍ତରୀଣ ରାଜନୀତିରେ ଏପରି ଘଟଣା ଘଟିଥାଏ। ଆମେ ସମସ୍ତେ ଏହାର ସମାଧାନ କରିବୁ। ମୋ ମତ ଅନୁଯାୟୀ ଆଗାମୀ ଦିନରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ଘରୋଇ କଳିକୁ ଆମେ ଘରେ ସମାଧାନ କରି ଦେବୁ।

Rajasthan Politics: 'ଘରୋଇ କଳିକୁ ଆମେ ଘରେ ସମାଧାନ କରି ଦେବୁ'

Rajasthan Political Crisis: ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ଦଳୀୟ ଅଧ୍ୟକ୍ଷାଙ୍କୁ ଭେଟିବା ପରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଗେହୋଲତ। ଏହା ପଛରେ ମୁଖ୍ୟମନ୍ତ୍ରୀ ଗାଦି ପ୍ରତି ରହିଥିବା ଲୋଭ। କୌଣସି ପରିସ୍ଥିତିରେ ସେ ତାଙ୍କର ଗାଦି ଛାଡିବାକୁ ପ୍ରସ୍ତୁତ ନୁହଁନ୍ତ। ଯେଉଁ କାରଣରୁ ସେ ଦଳର ମଙ୍ଗୁଆଳ ଦୌଡ଼ରେ ପଛେଇ ଯାଇଥିଲେ। ଏହି ପ୍ରସଙ୍ଗରେ ଦଳର ହାଇକମାଣ୍ଡ ଙ୍କୁ ସ୍ପଷ୍ଟୀକରଣ ଦେବା ପାଇଁ ବୁଧବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ ସେ। 

ଦିଲ୍ଲୀରେ ପହଞ୍ଚିବା ପରେ ବିମାନ ବନ୍ଦର ଠାରେ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan CM Ashok Gehlot) କହିଛନ୍ତି ଯେ ମୁଁ ଗୁରୁବାର ରାଜ୍ୟର ରାଜନୈତିକ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ (Congress President Sonia Gandhi) ଭେଟି ତାଙ୍କ ସହ  ଆଲୋଚନା କରିଛି। ଦଳର ଅନୁଶାସନ ବାବଦରେ ମୋତ ଜଣା ଅଛି। ମୁଁ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ଦଳକୁ ଦେଖିଛି. କଂଗ୍ରେସରେ ସବୁବେଳେ ଅନୁଶାସନ ରହିଆସିଛି। ଦଳ ପାଖରେ ୪୪ କିମ୍ବା ୫୨ ସାଂସଦ ରହିଥାନ୍ତୁ ସମଗ୍ର ଦେଶରେ ଏହା ହେଉଛି ଏକମାତ୍ର ଜାତୀୟ ଦଳ। ସୋନିଆ ଗାନ୍ଧୀ ହେଉଛନ୍ତି ନେତା। ଆମେ ସମସ୍ତେ ତାଙ୍କ ନେତୃତ୍ୱରେ କାମ କରୁଛୁ। ତାଙ୍କ ନେତୃତ୍ୱରେ ସମଗ୍ର ଦେଶରେ କଂଗ୍ରେସ ଆଗକୁ ବଢୁଛି।

Also Read: Rajasthan Politics: ଭାରୀ ପଡିଗଲେ ଅଶୋକ ଗେହୋଲତ, ପଛରେ ପଡି଼ଗଲେ ସଚିନ ପାଇଲଟ

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହିଛନ୍ତି, 'ଦଳ ବର୍ତ୍ତମାନ ସମୟରେ ଅସୁବିଧାରେ ରହିଛି। ଏହି ପୁରା ଘଟଣା ଉପରେ ଗଣମାଧ୍ୟମର ନିଜସ୍ୱ ମତ ରହିପାରେ। ଦେଶ କେଉଁ ଦିଗକୁ ଯାଉଛି ତାହାକୁ ନେଇ ଆମେ ସମସ୍ତେ ଚିନ୍ତିତ। ଏହି ଚିନ୍ତା କାରଣରୁ ରାହୁଲ ଗାନ୍ଧୀ ଭାରତ ଯୋଡା ଯାତ୍ରା କରୁଛନ୍ତି। 

ରାଜ୍ୟର ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଏହା ହେଉଛି ଘରର କଥା। କୌଣସି ଦଳର ଆଭ୍ୟନ୍ତରୀଣ ରାଜନୀତିରେ ଏପରି ଘଟଣା ଘଟିଥାଏ। ଆମେ ସମସ୍ତେ ଏହାର ସମାଧାନ କରିବୁ। ମୋ ମତ ଅନୁଯାୟୀ ଆଗାମୀ ଦିନରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ଘରୋଇ କଳିକୁ ଆମେ ଘରେ ସମାଧାନ କରି ଦେବୁ।

ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହାର କାରଣ ହେଉଛନ୍ତି ନିଜେ ଅଶୋକ ଗେହୋଲତ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ (Rajasthan Chief Minister Post) ନେଇ ତାଙ୍କର ରହିଥିବା ଲୋଭ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଯାହାର ଉଦାହରଣ ହେଉଛି ଦଳର ମଙ୍ଗୁଆଳ ଦୌଡ଼ରେ ସେ ପଛରେ ପଡ଼ି ଯାଇଛନ୍ତି। ଅନ୍ୟ ଏକ କାରଣ ତାଙ୍କ ପାଇଁ ଭାରୀ ପଡ଼ିଯାଇଛି। ତାହା ହେଉଛି ନିଜର ସମର୍ଥକ ବିଧାୟକଙ୍କ ଦ୍ୱାରା ସାମୂହିକ ଇସ୍ତଫା ଦେଇ ଶକ୍ତି ପ୍ରଦର୍ଶନ କରିବା। ଏପରି କରିବା ପଛରେ ରହିଥିବା କାରଣ ହେଉଛି ନିଜର ଉତ୍ତରାଧିକାରୀ ଭାବେ ସଚିନ ପାଇଲଟଙ୍କୁ (Sachin Pilot) ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ଅଶୋକ ଗେହୋଲତ।  

Also Read: Rajasthan Political Crisis: କ'ଣ ଚାହୁଁଛନ୍ତି ଯାଦୁଗର? ବୁଝନ୍ତୁ ପୁରା ଗଣିତ

 

ଏନେଇ ସେ ସମର୍ଥକ ବିଧାୟକଙ୍କ ଜରିଆରେ ଶକ୍ତି ପ୍ରଦର୍ଶନ କରି ନିଜର ଦବଦବା ଜାହିର କରିଛନ୍ତି। ହେଲେ ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିଯାଇଛି। କାରଣ ଏହାକୁ ଗାନ୍ଧୀ ପରିବାରର ପ୍ରତି ଏକ ଆହ୍ୱାନ ଭାବେ ଦେଖାଯାଉଛି। ଯେଉଁ କାରଣରୁ ତାଙ୍କ ପ୍ରତି ଗାନ୍ଧୀ ପରିବାରର  ରହିଥିବା ଭରସା ଭାଙ୍ଗିଯାଇଛି। ବର୍ତ୍ତମାନ ଦଳର ଶୀର୍ଷ ନେତୃତ୍ୱ ତାଙ୍କର ବିକଳ୍ପ ଖୋଜୁଥିବା ଚର୍ଚ୍ଚା ହେଉଛି।