ରାଜସ୍ଥାନ ରାଜନୀତିରେ ଘଡିକେ ଛୁଟୁଛି ଘୋଡା: ଅମିତ ଶାହାଙ୍କୁ ବାଳକନାଥ, ନଡାଙ୍କୁ ଭେଟିଲେ ବସୁନ୍ଧରା
Advertisement
Article Detail0/zeeodisha/odisha1999546

ରାଜସ୍ଥାନ ରାଜନୀତିରେ ଘଡିକେ ଛୁଟୁଛି ଘୋଡା: ଅମିତ ଶାହାଙ୍କୁ ବାଳକନାଥ, ନଡାଙ୍କୁ ଭେଟିଲେ ବସୁନ୍ଧରା

Rajasthan new CM: ଗୁରୁବାର ତଥା ୭ ଡିସେମ୍ବର ସନ୍ଧ୍ୟା ରାଜସ୍ଥାନ ପାଇଁ ଅତ୍ୟନ୍ତ ଖାସ୍ ଥିଲା । ଗୋଟିଏ ପଟେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ଦିଲ୍ଲୀ ଯାଇ ଜପି ନଡାଙ୍କୁ ଭେଟିଥିବା ସମୟରେ ଅନ୍ୟପଟେ ବିଧାୟକ ମହନ୍ତ ବାଳକନାଥ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । କିନ୍ତୁ ତଥାପି କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତାହା ଉପରେ ଏବେ ବି ସସ୍ପେନ୍ସ ରହିଛି ।

ରାଜସ୍ଥାନ ରାଜନୀତିରେ ଘଡିକେ ଛୁଟୁଛି ଘୋଡା: ଅମିତ ଶାହାଙ୍କୁ ବାଳକନାଥ, ନଡାଙ୍କୁ ଭେଟିଲେ ବସୁନ୍ଧରା

Rajasthan new CM: ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ପାଞ୍ଚଟି ରାଜ୍ୟରୁ ୩ ଟି ରାଜ୍ୟରେ ବିଜେପି ସଫଳତାର ସହ ବିଜୟଲାଭ କରିଛି । ବିଜେପି ଜିତିଥିବା ୩ଟି ରାଜ୍ୟ ମଧ୍ୟରେ ରହିଛି ରାଜସ୍ଥାନ । ସବୁଠୁ ବଡ଼ ପ୍ରଶ୍ନ ଏହା ଯେ, ବିଜେପି ବିଜୟଲାଭ କରିବା ପରେ ମଧ୍ୟ ରାଜସ୍ଥାନକୁ ବର୍ତ୍ତମାନ ସୁଦ୍ଧା ମିଳିନାହାଁନ୍ତି ମୁଖ୍ୟମନ୍ତ୍ରୀ । ରାଜସ୍ଥାନବାସୀ ବର୍ତ୍ତମାନ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଯେ, ବିଜେପି ହାଇକମାଣ୍ଡ କାହାର ନାମକୁ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରିବାକୁ ଯାଉଛନ୍ତି?

କିଏ କାହାକୁ ଭେଟିଲା?

ଏହି ତିନୋଟି ରାଜ୍ୟ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ହେଉଛି ରାଜସ୍ଥାନ ଯେଉଁଠାରେ ବଡ ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ସିଏମ୍ ଚେହେରା ଅନୁମାନ କରିବାକୁ କଷ୍ଟକର ବ୍ୟାପାର ବୋଲି ମନେକରୁଛନ୍ତି । ଡିସେମ୍ବର ୩ରେ ରାଜସ୍ଥାନ ନିର୍ବାଚନର ଫଳାଫଳ ଆସିଥିଲା । କିନ୍ତୁ ୭ ଡିସେମ୍ବର ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରିଲା ନାହିଁ । ଆଜିର ସନ୍ଧ୍ୟା ରାଜସ୍ଥାନ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଗୋଟିଏ ପଟେ ପୂର୍ବତନ ରାଜସ୍ଥାନ ସିଏମ ବସୁନ୍ଧରା ରାଜେ (vasundhara raje) ଦିଲ୍ଲୀ ଛାଡିଥିଲେ ଅନ୍ୟପକ୍ଷରେ ତିଜରା ବିଧାୟକ ମହନ୍ତ ବାଳକନାଥ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ।

ସିଏମ୍ ପଦବୀ ପାଇଁ ରାଜସ୍ଥାନ ରାଜନୀତି ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ସତେ ଯେମିତି ଲାଗୁଛି ମୁଖ୍ୟମନ୍ତ୍ରୀ ପଦ ପାଇଁ ଧାଁ ଦୋଡ କରିବାକୁ ପଡୁଛି । ବସୁନ୍ଧରା ରାଜେ ଏବଂ ମହନ୍ତ ବାଳକନାଥ (baba balaknath)ଙ୍କୁ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି। ବସୁନ୍ଧରା ରାଜେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବରେ ଭାର ସମ୍ଭାଳି ସାରିଛନ୍ତି । ରାଜନୀତିର ନାଡ ବିଷୟରେ ଭଲଭାବେ ଜାଣିଛନ୍ତି ବସୁନ୍ଧରା । ରାଜସ୍ଥାନରେ ବିଧାୟକଙ୍କ ଏକ ବଡ଼ ଦଳ ବସୁନ୍ଧରା ରାଜେଙ୍କୁ ସମର୍ଥନ କରୁଥିବାବେଳେ ପଛୁଆ ଜାତି ମଧ୍ୟରେ ମହନ୍ତ ବାଳକନାଥଙ୍କର ଭଲ ସ୍ଥାନ ରହିଛି । ବାଳକନାଥ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟତର ବୋଲି ଚର୍ଚ୍ଚା ଚାଲିଛି । ପୂର୍ବରୁ ମହନ୍ତ ବାଳକନାଥ ସାଂସଦ ଥିଲେ।

ବିଶେଷଜ୍ଞଙ୍କ ମତ

ରାଜନୈତିକ ବିଶେଷଜ୍ଞ ତଥା ବୁଦ୍ଧିଜୀବୀଙ୍କ କହିବାନୁଯାୟୀ, ବର୍ତ୍ତମାନ ନିଷ୍ପତ୍ତି ନେବା ପୂର୍ବରୁ ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ବିଜେପି ହାଇକମାଣ୍ଡ ନିଶ୍ଚିତ ଭାବେ ବିଚାର କରିବେ । ବର୍ତ୍ତମାନ ସ୍ଥିତିରେ ଦଳ କୌଣସି ନେତାଙ୍କ ଅସନ୍ତୋଷ କରାଇବାକୁ ଚାହିଁବ ନାହିଁ । ଏହା ସହିତ ଖୁବ ଶୀଘ୍ର ବିଜେପିକୁ ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ ନିଷ୍ପତ୍ତି ନେବାକୁ ପଡ଼ିବ। ଅମିତ ଶାହାଙ୍କ ସହ ବାଳକନାଥଙ୍କ ସାକ୍ଷାତ ଏବଂ ଜେପି ନଡାଙ୍କ ସହ ବସୁନ୍ଧରା ରାଜେଙ୍କ ସାକ୍ଷାତ ପରେ ବର୍ତ୍ତମାନ ରାଜନୀତି କେଉଁ ମୋଡକୁ ଯାଉଛି ଏବଂ କାହା ମୁଣ୍ଡରେ ମୁକୁଟ ଦିଆଯାଉଛି ତାହାକୁ ଧର୍ଯ୍ୟର ସହ ଅପେକ୍ଷା କରିଛନ୍ତି ଜନତା ।

Also Read- ମଣିଷ ସ୍ୱରକୁ କିପରି ଅନୁକରଣ କରେ ଶୁଆ ? ଗଳାରେ ଏପରି କଣ ଥାଏ?

Also Read- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ରେବନ୍ତ ରେଡ୍ଡୀ