Gas Cylinder: ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା, ୫ ଶହ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର
Advertisement

Gas Cylinder: ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା, ୫ ଶହ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

Rajasthan News: ଆସନ୍ତା ୨୦୨୩ ବିଧାନସଭା ନିର୍ବାଚନ ଆଗରୁ ୫ ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ସମ୍ପର୍କରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ ଘୋଷଣା କରିଛନ୍ତି। 

Gas Cylinder: ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା, ୫ ଶହ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

Rajasthan CM Ashok Gehlot: ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ। ୫ ଶହ ଟଙ୍କା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ କହିଛନ୍ତି ରାଜସ୍ଥାନ ସରକାର। ହେଲେ ଏହି ଗ୍ୟାସ ସିଲିଣ୍ଡର ଦାରିଦ୍ର ସୀମାରେଖା ତଳେ ରହୁଥିବା ଏବଂ ଉଜ୍ୱଳା ଯୋଜନାରେ ସାମିଲ ରହିଥିବା ଲୋକଙ୍କୁ ମିଳିବ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ। 

ଆସନ୍ତା ୨୦୨୩ ବିଧାନସଭା ନିର୍ବାଚନ ଆଗରୁ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ। ୫ ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ସମ୍ପର୍କରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗେହୋଲତ ବିରୋଧୀ ବିଜେପି ଉଦ୍ଦେଶ୍ୟରେ ସମାଲୋଚନା କରିଥିଲେ। ଏନେଇ ସେ କହିଥିଲେ କଂଗ୍ରେସ ସରକାର ଅଧା ମୂଲ୍ୟରେ ବର୍ଷକୁ ୧୨ ଗ୍ୟାସ ସିଲିଣ୍ଡର ଦାରିଦ୍ର ସୀମାରେଖା ତଳେ ରହୁଥିବା ଏବଂ ଉଜ୍ୱଳା ଯୋଜନାରେ ସାମିଲ ରହିଥିବା ଲୋକଙ୍କୁ ଯୋଗାଇଦେବେ।  

ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୁଁ ଆସନ୍ତା ମାସରେ ବଜେଟ୍ ପାଇଁ ପ୍ରସ୍ତୁତ ହେଉଛି। ବର୍ତ୍ତମାନ ମୁଁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି। ଉଜ୍ୱଳା ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ଏଲପିଜି ସଂଯୋଗ ଯୋଗାଇ ଦେଉଛନ୍ତି। ହେଲେ ଏହି ଯୋଜନା ଅଧିନରେ ମିଳୁଥିବା ସିଲିଣ୍ଡର ଖାଲି ରହିଛି। କାରଣ ସିଲିଣ୍ଡର ଦାମ ବର୍ତ୍ତମାନ ୪୦୦ ଟଙ୍କାରୁ ୧୦୪୦ ଟଙ୍କାରେ ପହଞ୍ଚିଛି। ମୁଁ କହିବାକୁ ଚାହୁଁଛନ୍ତି ଯେ, ଗରିବ ଲୋକଙ୍କୁ ଉଜ୍ୱଳା ଯୋଜନା ଅଧୀନରେ  ଆମେ ବର୍ଷକୁ ୧୨ ସିଲିଣ୍ଡର ୫୦୦ ଟଙ୍କା ମୂଲ୍ୟରେ ଯୋଗାଇବୁ।

Also Read: Rajasthan: ଯେଉଁ ଥାଳିରେ ପରସାଯାଏ ଇନ୍ଦିରା ରୋଷେଇ ଖାଦ୍ୟ, ଦେଖନ୍ତୁ ତାହାର ତାହାର ଚମତ୍କାର ଚିତ୍ର

ରାଜ୍ୟର ଅଲୱର ଜିଲ୍ଲାର ମାଲାଖେଡ଼ା ଠାରେ ଆୟୋଜିତ ହୋଇଥିବା ସମାବେଶକୁ ସମ୍ବୋଧିତ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଘୋଷଣା କରିଛନ୍ତି ଯେ ଆମେ ଏକ ବର୍ଗ ସୃଷ୍ଟି କରୁଛୁ। ଏହି ବର୍ଗର ଲୋକଙ୍କୁ ୧୦୫୦ ଟଙ୍କା ମୂଲ୍ୟର ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦିଆଯିବ। ଆସନ୍ତାବର୍ଷ ଅପ୍ରେଲରୁ ରାଜ୍ୟରେ ଏହି ସିଲିଣ୍ଡର ଉପଲବ୍ଧ ହେବ। ଆସନ୍ତା ମାସରେ ଆମେ ବଜେଟ୍ ଉପସ୍ଥାପନ କରିବୁ। ଯେଉଁଥିରେ ରୋଷେଇ ଗ୍ୟାସ ଉପରୁ ଦରଦାମ ଭାର ହ୍ରାସ କରିବାକୁ ରୋଷେଇ କିଟ୍ ବଣ୍ଟନ କରିବାକୁ ଏକ ଯୋଜନା ଆଣିବୁ।

ଏହା ପୂର୍ବରୁ ରାଜସ୍ଥାନ ସରକାର ଅତି କମ ମୂଲ୍ୟରେ ଗରିବ ଲୋକଙ୍କୁ ଭଲ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଇନ୍ଦିରା ରୋଷେଇ ଯୋଜନା (Rajasthan Indira Rasoi Yojana) ଆରମ୍ଭ କରି ସାରିଛନ୍ତି। ଏହି ଯୋଜନା ଅଧୀନରେ ଲୋକଙ୍କୁ ମାତ୍ର ୮ ଟଙ୍କା ଖାଦ୍ୟ ଦିଆଯାଉଛି। ଇନ୍ଦିରା ରୋଷେଇ ଚଳାଉଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଥାଳି ପିଛା ୧୭ ଟଙ୍କା ସବସିଡି ପ୍ରଦାନ କରୁଛନ୍ତି। ରାଜ୍ୟ ସରକାର ଏହି ଯୋଜନାର ଖର୍ଚ୍ଚ ବହନ କରୁଛନ୍ତି। 

ଇନ୍ଦିରା ରୋଷେଇ ଯୋଜନା ଅଧିନରେ ଅଭାବୀ ଲୋକଙ୍କୁ ମାତ୍ର ୮ ଟଙ୍କା ଖାଦ୍ୟ ଦିଆଯାଏ। ସ୍ଥାୟୀ ରୋଷେଇ ଘରେ ସମ୍ମାନର ସହ ବସି ସ୍ଥାନୀୟ ସ୍ୱାଦ ଅନୁଯାୟୀ ଅଭାବୀ ଲୋକଙ୍କୁ ୨ ଥର ଦିନରେ ଏବଂ ରାତିରେ ଶୁଦ୍ଧ ଏବଂ ପୁଷ୍ଟିକର ଖାଦ୍ୟ ଦିଆଯାଏ। ଏହି ଖାଦ୍ୟ ତାଲିକାରେ ୧୦୦ ଗ୍ରାମ ଡାଲି, ୧୦୦ ଗ୍ରାମ ତରକାରୀ, ୨୫୦ ଗ୍ରାମ ରୁଟି ଏବଂ ଆଚାର ପରିବେଷଣ କରାଯାଏ।