Railway Minister Ashwini Vaishnaw: ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଲେ ରେଳମନ୍ତ୍ରୀ
Advertisement

Railway Minister Ashwini Vaishnaw: ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଲେ ରେଳମନ୍ତ୍ରୀ

ଏହି ଷ୍ଟେସନର ଲୋକାର୍ପଣ ସହ ପୂରଣ ହୋଇଛି ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳବାସୀଙ୍କ ସ୍ବପ୍ନ। ଏହି ଅବସରରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ସମେତ ବିଭିନ୍ନ ରେଳ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Railway Minister Ashwini Vaishnaw: ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଲେ ରେଳମନ୍ତ୍ରୀ

Ashwini Vaishnaw: ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି। ସେ ଓଡ଼ିଶାର ବାଲେଶ୍ୱର ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ଆଜିର ବାଲେଶ୍ୱର ଗସ୍ତ। ତେବେ ଆଜି ରବିବାର ଦିନ ଏହି ଗୁଜବକୁ ନେଇ ମୁଁହ ଖୋଲିଛନ୍ତି ଖୋଦ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ। ଏହି ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇ ସେ କହିଛନ୍ତି କି ବାଲେଶ୍ୱର ଆସନରୁ ମୁଁ ନିର୍ବାଚନ ଲଢୁନାହିଁ। 

ବିଭିନ୍ନ ରାଜନୈତିକ ମାହୋଲରେ ଆକଳନ କରାଯାଉଥିଲା କି ରାଜ୍ୟସଭା ସାଂସଦ ତଥା ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରିପାରେ। କିନ୍ତୁ ଶ୍ରୀ ବୈଷ୍ଣବ ଖୋଦ ଏନେଇ ମୁହଁ ଖୋଲି ସ୍ପଷ୍ଟ କରିଦେଇଛନ୍ତି। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି କି ମୁଁ ବାଲେଶ୍ୱରରୁ ପ୍ରାର୍ଥୀ ହେବିନାହିଁ। ଏଠାରେ ପ୍ରତାପ ନନା ଅଛନ୍ତି। ତାଙ୍କର ଲୋକ ପ୍ରିୟତା ଏଠାରେ ବହୁ ଉଚ୍ଚରେ ରହିଛି ବୋଲି ସେ କହିଥିଲେ। ଏଠାରେ କହି ରଖୁ କି ଶ୍ରୀ ବୈଷ୍ଣବ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି। 

ଉଲ୍ଲେଖଯୋଗ୍ୟ କି ଅଶ୍ୱିନ ବୈଷ୍ଣବ ଏବେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ରହିଛନ୍ତି। ସେ ରାଜ୍ୟରେ ବେଶ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଯାହାକୁ ନେଇ ସେ ବାଲେଶ୍ୱରରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏଠାରେ କହି ରଖୁ କି ଗତ ସପ୍ତାହରେ ଶ୍ରୀ ବୈଷ୍ଣବ କଟକ ଜିଲ୍ଲା ଗସ୍ତ କରିଥିଲେ। କିନ୍ତୁ ସେହି ସମୟରେ ତାଙ୍କୁ କଟକରୁ ପ୍ରାର୍ଥୀ କରାଯିବା ନେଇ ଯେଉଁ ପ୍ରଶ୍ନ କରାଯାଇଥିଲା ତାହାକୁ ସେ ସମର୍ଥନ ଜଣାଇନଥିଲେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନଥିଲେ। ପୁନର୍ବାର ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ। ମୋତେ ଦଳ ଯେଉଁ କାର୍ଯ୍ୟ ଦେବ ତାହାକୁ ମୁଁ ପୂରଣ କରିବାକୁ ପ୍ରୟାସ କରିବି ବୋଲି କହିଥିଲେ। 

ତେବେ ନିକଟରେ ଦଳ ମଧ୍ୟପ୍ରଦେଶରେ କାର୍ଯ୍ୟ କରିବାକୁ ଦାୟିତ୍ୱ ଦେଇଥିଲା ଯାହାକୁ ମୁଁ ଶୃଙ୍ଖଳିତ ଭାବେ ସମାପନ କରିଛି ବୋଲି ସେ କହିଥିଲେ। ସେହିପରି ରାଜସ୍ଥାନରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ମଧ୍ୟ ଗୁଜବ ଉଠିଥିଲା। ଆଶା କରାଯାଉଥିଲା ଯେ ଦଳ ହାଇ କମାଣ୍ଡର ଏକ ନୂତନ ତଥା ବିଶ୍ୱସ୍ତ ଚେହେରାକୁ ସୁଯୋଗ ଦେବାକୁ ଚାହୁଁଛି। ଏହି ପରିପ୍ରେକ୍ଷୀରେ ଅଶ୍ୱିନୀ ବୈଷ୍ଣବଙ୍କ ନାମ ମଧ୍ୟ ଆସିଥିଲା। ତେବେ ଏହା କେବଳ ଗୁଜବ ବୋଲି ପ୍ରମାଣିତ ହୋଇଛି ଏବଂ ବିଜେପି ହାଇକମାଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଭଜନଲାଲ ଶର୍ମାଙ୍କୁ ବାଛିଥିଲେ।

ସୂଚନାଯୋଗ୍ୟ ଆଜି ବାଲେଶ୍ଵର ଗସ୍ତରେ ଆସି ରେଳଷ୍ଟେସନ ପରିଦର୍ଶନ କରିଥିଲେ ଅଶ୍ୱିନୀ ବୈଷ୍ଣବ। ଯାତ୍ରୀଙ୍କ ସୁବିଧା ନେଇ ସେମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହି ସମୟରେ ଷ୍ଟେସନର ଫଳକରେ ଥିବା ନାଁ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ନାମ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଆଗାମୀ ଦୁଇରୁ ତିନି ମଧ୍ୟରେ ଇଂରାଜୀରେ ନାମ ବଦଳିଯିବ। ​

ଶନିବାର ନୀଳଗିରି ଗୋପୀନାଥପୁରଠାରେ ନୂତନ ରେଳଷ୍ଟେସନର ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଷ୍ଟେସନର ଲୋକାର୍ପଣ ସହ ପୂରଣ ହୋଇଛି ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳବାସୀଙ୍କ ସ୍ବପ୍ନ। ଏହି ଅବସରରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ସମେତ ବିଭିନ୍ନ ରେଳ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।