Rahul Gandhi: 'ଭାରତ ମାତାର ହତ୍ୟା କରିଛି ବିଜେପି'
Advertisement
Article Detail0/zeeodisha/odisha1817105

Rahul Gandhi: 'ଭାରତ ମାତାର ହତ୍ୟା କରିଛି ବିଜେପି'

Rahul Gandhi Attacks Narendra Modi: ଲୋକସଭାରେ ଅବିଶ୍ୱାସର ପ୍ରସ୍ତାବ ଉପରେ ନିଜର ଭାଷଣ ଦେବା ପୂର୍ବରୁ ସାଂସଦ ପଦ ଫେରି ପାଇଥିବାରୁ ରାହୁଲ ଗାନ୍ଧୀ ଲୋକସଭା ବାଚସ୍ପତିଙ୍କୁ ଧନ୍ୟବାଦ ଦେଇଥିଲେ।

 

 

Rahul Gandhi: 'ଭାରତ ମାତାର ହତ୍ୟା କରିଛି ବିଜେପି'

Rahul Gandhi Targets Modi Govt: ଲୋକସଭାରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଆୟୋଜିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ ସଂସଦରେ ଚାଲିଥିବା ବିତର୍କର ଦ୍ୱିତୀୟ ଦିନରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ବିରୋଧରେ ମଣିପୁର-ନୁଁହ ହିଂସା ଘଟଣାରେ ବର୍ଷିଥିଲେ। 

ଭାରତ ମାତାଙ୍କ ହତ୍ୟା କରିଛି ବିଜେପି: ରାହୁଲ ଗାନ୍ଧୀ
ଲୋକସଭାରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ (no confidence motion in lok sabha) ଉପରେ ହୋଇଥିବା ଆଲୋଚନା ବେଳେ ରାହୁଲ ଗାନ୍ଧୀ (Rahul Gandhi) ବିଜେପି (BJP) ବିରୋଧରେ ବର୍ଷିଛନ୍ତି। ଏନେଇ କଂଗ୍ରେସ ନେତା ଜଣଙ୍କ କହିଛ ମଣିପୁରରେ (Manipur) ବିଜେପି (BJP) ଭାରତ ମାତାଙ୍କୁ (Bharat Mata) ହତ୍ୟା କରିଛି। ବିଜେପି ଦେଶପ୍ରେମୀ ନୁହେଁ। ବରଂ ବିଜେପି ହେଉଛି ଦେଶଦ୍ରୋହୀ। ସରକାର ସେନା ବ୍ୟବହାର କରିନାହାଁନ୍ତି।

ଅବିଶ୍ୱାସ ପ୍ରସ୍ତାବ ଉପରେ ହେଉଥିବା ଆଲୋଚନା ବେଳେ ରାହୁଲ ଗାନ୍ଧୀ କହିଛନ୍ତି, ଆପଣ ଭାରତ ମାତାର ରକ୍ଷକ ନୁହଁନ୍ତି। ଆପଣ ହେଉଛନ୍ତି ଭାରତ ମାତାର ହତ୍ୟାକାରୀ। ଆପଣ ହେଉଛନ୍ତି ଦେଶଦ୍ରୋହୀ। ମୋର ଜଣେ ମାଆ ସଂସଦରେ ବସିଛନ୍ତି। ମଣିପୁର ଠାରେ ଆଉ ଜଣେ ମାଆଙ୍କୁ ହତ୍ୟା କରାଯାଇଛି। ଯଦି ଭାରତୀୟ ସେନା (Indian Army) ଚାହିଁବ, ତାହେଲେ ଗୋଟିଏ ଦିନରେ ମଣିପୁର ଠାରେ ଶାନ୍ତି ଫେରାଇ ଆଣିପାରିବ। ମଣିପୁର ସରକାର ଶାନ୍ତି ଚାହୁଁନାହାଁନ୍ତି। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି (Prime Minister Narendra Modi) ଦେଶର ସ୍ୱର ଶୁଣନ୍ତି ନାହିଁ। ମଣିପୁରରେ ବିଜେପିର ରାଜନୀତି ଭାରତକୁ ହତ୍ୟା କରିଛି। ଆପଣ ରାଷ୍ଟ୍ର ବିରୋଧୀ। ଜାତୀୟତା ବିରୋଧୀ। ଆପଣ ଭାରତ ମାତାଙ୍କୁ ହତ୍ୟା କରିଛ। ଆପଣ ଭାରତ ମାତାର ରକ୍ଷକ ନୁହଁ। ଆପଣ ଭାରତ ମାତାର ହତ୍ୟାକାରୀ।

ମୋଦି ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ବିତର୍କ ଚାଲି ଥିବାବେଳେ ରାହୁଲ ଗାନ୍ଧୀ ଲୋକସଭାରେ କହିଛନ୍ତି ଯେ ଭାରତର ଗୋଟିଏ ସ୍ୱର (Voice of India) ରହିଛି। ଆମକୁ ଘୃଣା ଦୂର କରିବାକୁ ହେବ। କିଛି ଦିନ ପୂର୍ବେ ମୁଁ ମଣିପୁର ଯାତ୍ରା କରିଥିଲି। ଆମର ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମଣିପୁର ଗସ୍ତ କରିନାହାଁନ୍ତି। କାରଣ ମଣିପୁର ସେମାନଙ୍କ ପାଇଁ ଭାରତ ନୁହେଁ। ଆଜି ମଣିପୁର ଆଉ ମଣିପୁର ହୋଇ ନାହିଁ। ଆପଣ ମଣିପୁର ଭାଙ୍ଗି ଦେଇଛନ୍ତି। 

ଅବିଶ୍ୱାସର ପ୍ରସ୍ତାବ ଉପରେ ନିଜର ଅଭିଭାଷଣରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଲଙ୍କାକୁ (Lanka) ହନୁମାନ (Hanuman) ପୋଡି ନାହାଁନ୍ତି। ରାବଣର (Ravana) ଅହଂକାର ଲଙ୍କାକୁ ପୋଡ଼ି ଦେଇଥିଲା। କଂଗ୍ରେସ ନେତା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ରାବଣକୁ ରାମ (Ram) ହତ୍ୟା କରିନାହାଁନ୍ତି। ବରଂ ନିଜର ଅହଂକାର ଦ୍ୱାରା ରାବଣରଲ ହତ୍ୟା ହୋଇଥିଲା। ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧୀ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ମଣିପୁର ଠାରେ ବିଜେପି ଭାରତ ମାତାଙ୍କୁ ହତ୍ୟା କରିଛି। ବିଜେପି ଦେଶପ୍ରେମୀ ନୁହେଁ। ବରଂ ବିଜେପି ହେଉଛି ଦେଶଦ୍ରୋହୀ। ସରକାର ସେନା ବ୍ୟବହାର କରୁନାହାଁନ୍ତି। ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ପୂର୍ବରୁ ମୋ ଭିତରେ ଅହଂକାର ଥିଲା। ହେଲେ ଭାରତ ଯୋଡା ଯାତ୍ରା ସମୟରେ ମୁଁ ଜାଣିବାକୁ ପାଇଲି ଯେ ଦେଶର ସ୍ୱର ଶୁଣିବାକୁ ହେଲେ ଅହଂକାର ଛାଡିବାକୁ ହେବ।

ଲୋକସଭାରେ ଭାଷଣ ଦେବା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଜି ବିଜେପି ବନ୍ଧୁଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ଆଜି ମୋର ଭାଷଣ ଆଦାନୀଙ୍କ ଉପରେ ରହିବ ନାହିଁ। ଆଜି ମୁଁ ମୋ ମନରୁ ନୁହେଁ, ମୋ ହୃଦୟରୁ ଏକ ଭାଷଣ ଦେବି। କଂଗ୍ରେସ ନେତା ଜଣଙ୍କ ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭାଷଣ ଦେବା ଆଗରୁ ନିଜର ସାଂସଦ ପଦ ଫେରି ପାଇଥିବାରୁ ଲୋକସଭା ବାଚସ୍ପତିଙ୍କୁ ଧନ୍ୟବାଦ ଦେଇଥିଲେ।