Rahul Gandhi: ୯୯ ଆସନରେ କଂଗ୍ରେସ ବିଜୟୀ, ରାହୁଲ ହୋଇପାରନ୍ତି ବିରୋଧୀ ଦଳ ନେତା !
Advertisement
Article Detail0/zeeodisha/odisha2282845

Rahul Gandhi: ୯୯ ଆସନରେ କଂଗ୍ରେସ ବିଜୟୀ, ରାହୁଲ ହୋଇପାରନ୍ତି ବିରୋଧୀ ଦଳ ନେତା !

ସୂଚନାଯୋଗ୍ୟ, ବାସ୍ତବରେ ଲୋକସଭାରେ ବିରୋଧୀ ଦଳର ନେତା ହେବାକୁ ହେଲେ ୧୦ ପ୍ରତିଶତରୁ ଅଧିକ ଆସନ ରହିବା ଆବଶ୍ୟକ।

Rahul Gandhi: ୯୯ ଆସନରେ କଂଗ୍ରେସ ବିଜୟୀ, ରାହୁଲ ହୋଇପାରନ୍ତି ବିରୋଧୀ ଦଳ ନେତା !

Rahul Gandhi: ନୂଆଦିଲ୍ଲୀ, ୨୦୨୪ ଲୋକସଭା ନିର୍ବାଚନର କଂଗ୍ରେସ ସହ ପ୍ରାୟ ୨୮ଦଳକୁ ନେଇ ଗଠିତ ଇଣ୍ଡି ମେଣ୍ଟ ବହୁତ ଭଲ ପ୍ରଦର୍ଶନ କରିଛି। ୨୩୫ ଟି ଆସନରେ ବାଜିମାତ କରିଛି ଇଣ୍ଡି ମେଣ୍ଟ। ଯଦିଓ ଏହି ମେଣ୍ଟ ମ୍ୟାଜିକ ନମ୍ବରରୁ ବହୁ ପଛରେ ରହିଛି, କିନ୍ତୁ କଂଗ୍ରେସ ଖାତାକୁ ଯାଇଛି ସର୍ବାଧିକ ଆସନ। ଏଭଳି ସ୍ଥିତିରେ ସଂସଦରେ ବିରୋଧୀ ଦଳ ନେତା କିଏ ହେବେ ତାକୁ ଲାଗିରହିଛି ସସସ୍ପେନ୍। ଯେହେତୁ କଂଗ୍ରେସ ଅଧିକ ଆସନ ପାଇଛି, ତେଣୁ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା (ଏଲଓପି) ହୁଅନ୍ତୁ ବୋଲି ଦାବି କରିଛି ଦଳ। 

ଏହାକୁ ନେଇ ମାଣିକାମ ଟାଗୋର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ ମୁଁ ମୋର ନେତା ରାହୁଲ ଗାନ୍ଧୀଙ୍କ ନାମରେ ମୋହର ମାରିଛି । ଏଭଳି ପରିସ୍ଥିତିରେ ମୋର ବିଶ୍ୱାସ ଯେ ରାହୁଲ ଗାନ୍ଧୀ ଲୋକସଭାରେ କଂଗ୍ରେସର ନେତା ହେବା ଉଚିତ୍। 

ମୁଁ ଆଶା କରୁଛି ଅନ୍ୟ କଂଗ୍ରେସ ସାଂସଦମାନେ ମଧ୍ୟ ମୋ ଭଳି ଭାବନ୍ତି । ଆଗକୁ ଦଳ ଯାହା ନେବ ନିଷ୍ପରି । ଲୋକସଭାରେ ବିରୋଧୀ ଦଳର ନେତା ହେବାକୁ ହେଲେ ୧୦ ପ୍ରତିଶତରୁ ଅଧିକ ଆସନ ରହିବା ଆବଶ୍ୟକ । ୨୦୧୪ ରେ କଂଗ୍ରେସ ୪୪ଟି ସିଟ୍ ଜିତିଥିଲା ଏବଂ ୨୦୧୯ ରେ ୫୨ ଟି ସିଟ୍ ଜିତିଥିଲା, କିନ୍ତୁ ଏଥର ଦଳ ୯୯ ଟି ସିଟ୍ ଜିତିଛି । ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ ଏଲଓପି ହେବାର ସର୍ବାଧିକ ସମ୍ଭାବନା ଅଛି। ନୂରାକସଭା ନିର୍ବାଚନରେ ବିରୋଧୀ ଦଳ ଇଣ୍ଡିଆର ଉତ୍କୃଷ୍ଟ ପ୍ରଦର୍ଶନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଗୁରୁତ୍ୱପୂର୍ଣ ଭୂମିକା ରହିଥିଲା। 

ଚର୍ଚ୍ଚା ହେଉଛି କି, ରାହୁଲଙ୍କୁ ସଂସଦରେ ବିରୋଧୀ ଦଳର ନେତା ଭାବେ ଦାୟିତ୍ୱ ଦିଆଯାଉ। ଆଉ ବହୁତ ଶୀଘ୍ର ଏନେଇ ନିଷ୍ପତ୍ତି ବି ନିଆଯିବ ବୋଲି କୁହାଯାଉଛି। ଏହାରି ଭିତରେ କଂଗ୍ରେସ ଏମପି ମଣିକମ ଟାଗୋର ସୋସିଆଲ ମିଡିଆ ଏକ୍ସରେ ରାହୁଲଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ବାସ୍ତବରେ ଲୋକସଭାରେ ବିରୋଧୀ ଦଳର ନେତା ହେବାକୁ ହେଲେ ୧୦ ପ୍ରତିଶତରୁ ଅଧିକ ଆସନ ରହିବା ଆବଶ୍ୟକ।