ରାହୁଲ ଗାନ୍ଧୀଙ୍କୁ ହେପାଜତକୁ ନେଲା ପୋଲିସ
Advertisement
Article Detail0/zeeodisha/odisha1274610

ରାହୁଲ ଗାନ୍ଧୀଙ୍କୁ ହେପାଜତକୁ ନେଲା ପୋଲିସ

Rahul Gandhi Detained: କଂଗ୍ରେସ ନେତା (Congress Leader) ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ବିଜୟ ଛକରୁ ପୋଲିସ ହେପାଜତକୁ ନିଆଯାଇଛି । ସେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ଏକ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ । କିନ୍ତୁ ବିଜୟ ଚକକୁ ଯିବାକୁ ଅନୁମତି ଦିଆଯାଇନଥିଲା । ଏହା ପରେ ସେଠାରେ ସେ ଧାରଣାରେ ବସିଥିଲେ । ଏହା ପରେ ତାଙ୍କୁ ପୋଲିସ ହ

ରାହୁଲ ଗାନ୍ଧୀଙ୍କୁ ହେପାଜତକୁ ନେଲା ପୋଲିସ

ନୂଆଦିଲ୍ଲୀ: Rahul Gandhi Detained: କଂଗ୍ରେସ ନେତା (Congress Leader) ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ବିଜୟ ଛକରୁ ପୋଲିସ ହେପାଜତକୁ ନିଆଯାଇଛି । ସେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ଏକ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ । କିନ୍ତୁ ବିଜୟ ଚକକୁ ଯିବାକୁ ଅନୁମତି ଦିଆଯାଇନଥିଲା । ଏହା ପରେ ସେଠାରେ ସେ ଧାରଣାରେ ବସିଥିଲେ । ଏହା ପରେ ତାଙ୍କୁ ପୋଲିସ ହେପାଜତକୁ ନିଆଯାଇଥିଲା । ନ୍ୟାସନାଲ ହେରାଲ୍ଡ ମାମଲା (National Herald Case) ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି । ଏହାକୁ ବିରୋଧ କରି କଂଗ୍ରେସର ବିରୋଧ ପ୍ରଦର୍ଶନ ତୀବ୍ର ହୋଇଛି । 

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡିର ପଚରାଉଚରା ଜାରି ରହିଛି । ସେପଟେ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଉଛି । କଂଗ୍ରେସ ସାଂସଦମାନେ ବିଜୟ ଚକରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ସେହି ସାଂସଦମାନଙ୍କ ସହ ବସି ବିରୋଧ କରୁଥିଲେ । ସାଂସଦମାନଙ୍କୁ ରାଷ୍ଟ୍ରପତି ଭବନ ଆଡକୁ ଯିବାକୁ ରୋକାଯାଇଛି ।

ଗୋଟିଏ ପଟେ ସୋନିଆ ଗାନ୍ଧୀଙ୍କୁ ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଉଥିବା ବେଳେ ଅନ୍ୟପଟେ ବିଜୟ ଚକରେ ବିରୋଧ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କିଙ୍ଗସୱେ କ୍ୟାମ୍ପକୁ ନିଆଯାଇଛି । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆମେ ବେକାରୀ ବିଷୟରେ କଥା ହୋଇଛୁ, ସେମାନେ ଆମକୁ ବସିବାକୁ ଦେଉ ନାହାଁନ୍ତି । ଭିତରେ ଚର୍ଚ୍ଚା କରନ୍ତି ନାହିଁ । ଆମକୁ ଏଠାରେ ବସିବାକୁ ଦେଉନାହାଁନ୍ତି ଓ ଗିରଫ କରୁଛନ୍ତି ।

ଏହା ବି ପଢ଼ନ୍ତୁ:-କେଉଁ କାରରେ ଯାତାୟାତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହାର କେତେ ମୂଲ୍ୟ ଓ କ'ଣ କ'ଣ ରହିଛି ବିଶେଷତା

ଏହା ବି ପଢ଼ନ୍ତୁ:-ବିଷାକ୍ତ ମଦ ପିଇ ୧୯ ମୃତ, ୩୦ ଗୁରୁତର

ଏହା ବି ପଢ଼ନ୍ତୁ:-ଝାଡ଼ଖଣ୍ଡରେ ବିଜେପିକୁ ଲାଗିବ ବଡ଼ ଝଟକା, ୧୬ ବିଧାୟକ ଛାଡ଼ିବ ଦଳ!

ଏଠାରେ କହି ରଖୁଛୁ ଯେ, ଅର୍ଥ ହେରଫେର ମାମଲାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦ୍ୱିତୀୟ ଥର ପାଇଁ ଇଡି ପଚରାଉଚରା କରୁଛି । କଂଗ୍ରେସ ଅନୁଯାୟୀ, ଦିଲ୍ଲୀ ପୋଲିସ ରାଜଘାଟରେ 'ସତ୍ୟଗ୍ରାହ'କୁ ଅନୁମତି ଦେଇ ନାହିଁ । ସୋନିଆ ଗାନ୍ଧୀଙ୍କ ବାସଭବନ ୧୦ ଜନପଥ ନିକଟରେ ଥିବା କଂଗ୍ରେସ ମୁଖ୍ୟାଳୟରେ ବହୁ ସଂଖ୍ୟାରେ ଦଳର କର୍ମୀଙ୍କ ଏକାଠି ହୋଇଛନ୍ତି ।

ଜୁଲାଇ ୨୧ରେ ନ୍ୟାସନାଲ ହେରାଲ୍ଡ ମାମଲାରେ କଥିତ ଅର୍ଥ ହେରଫେର ମାମଲାରେ ଇଡି ସୋନିଆ ଗାନ୍ଧୀଙ୍କୁ ପ୍ରାୟ ଦୁଇ ଘଣ୍ଟା ପଚରାଉଚରା କରିଥିଲା । ଗତ ମାସରେ ଜୁନରେ ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୫୦ ଘଣ୍ଟା ପଚରାଉଚରା କରାଯାଇଥିଲା । ସେହି ସମୟରେ କଂଗ୍ରେସ ଲଗାତାର ୫ ଦିନ ପ୍ରଦର୍ଶନ କରିଥିଲା ।