ନାମାଙ୍କନ ପତ୍ର ଦାଖଲ କଲେ ଯଶୱନ୍ତ ସିହ୍ନା, ଉପସ୍ଥିତି ଥିଲେ ରାହୁଲ, ଅଖିଳେଶ ସମେତ ଏସବୁ ଦଳର ନେତା
Advertisement
Article Detail0/zeeodisha/odisha1234679

ନାମାଙ୍କନ ପତ୍ର ଦାଖଲ କଲେ ଯଶୱନ୍ତ ସିହ୍ନା, ଉପସ୍ଥିତି ଥିଲେ ରାହୁଲ, ଅଖିଳେଶ ସମେତ ଏସବୁ ଦଳର ନେତା

Presidential Election 2022: ୟଶୱନ୍ତ ସିହ୍ନା ଶାସକ ଏନଡିଏ ମେଣ୍ଟ ଦ୍ୱାରା ପ୍ରାର୍ଥୀ କରିଥିବା ଦ୍ରୌପଦୀ ମୁର୍ମୁଙ୍କୁ ଚ୍ୟାଲେଞ୍ଜ କରିବେ । ତଥାପି, ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ ବୋଲି ମନେ କରାଯାଉଛି । ଏହାର କାରଣ ହେଉଛି ଯେ ଏନଡିଏ ସଂଖ୍ୟାଗରିଷ୍ଠତାଠାରୁ ଅଳ୍ପ ଦୂରରେ ଥିବାବେଳେ ବିଜୁ ଜନତା ଦଳ, YSR କଂଗ୍ରେସ ଭଳି ଦଳ ସେମାନଙ୍କ ସମର୍ଥନ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ମୁର୍ମୁଙ୍କ ବିଜୟ ନିଶ୍ଚିତ ବୋଲି ମନେ କରାଯାଉଛି ।

ନାମାଙ୍କନ ପତ୍ର ଦାଖଲ କଲେ ଯଶୱନ୍ତ ସିହ୍ନା, ଉପସ୍ଥିତି ଥିଲେ ରାହୁଲ, ଅଖିଳେଶ ସମେତ ଏସବୁ ଦଳର ନେତା

ନୂଆଦିଲ୍ଲୀ: Presidential Election 2022: ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା (Yashwant Sinha) ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul gandhi) ଓ ଏନସିପି ନେତା ଶରଦ ପାୱାର (Sharad Pawar) ଙ୍କ ସହ ବହୁ ବିରୋଧୀଦଳ ନେତା ଉପସ୍ଥିତ ଥିଲେ । କେବଳ ଏତିକି ନୁହେଁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ଟିଏମସିର ସୁଧୀନ୍ଦ୍ର କୁଲକର୍ଣ୍ଣିଙ୍କ ସମେତ ଅନ୍ୟ କେତେକ ବିରୋଧୀଦଳ ନେତା ଉପସ୍ଥିତ ଥିଲେ । କଂଗ୍ରେସ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତ ଥିଲେ ।

ଏହା ବ୍ୟତୀତ ୟଶୱନ୍ତ ସିହ୍ନାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଥିବା ତେଲେଙ୍ଗାନାର ଶାସକ ଦଳ ଟିଆରଏସର ନେତାମାନେ ମଧ୍ୟ ଆଜି ସକାଳେ ପହଞ୍ଚିଥିଲେ । ଜାମ୍ମୁ କାଶ୍ମୀରର ଫାରୁକ୍ ଅବଦୁଲ୍ଲା ମଧ୍ୟ ଏହି କାର୍ଯ୍ୟକ୍ରମରେ ପହଞ୍ଚି ନିଜର ସମର୍ଥନ ଜଣାଇଛନ୍ତି । ୟଶୱନ୍ତ ସିହ୍ନା ଶାସକ ଏନଡିଏ ମେଣ୍ଟ ଦ୍ୱାରା ପ୍ରାର୍ଥୀ କରିଥିବା ଦ୍ରୌପଦୀ ମୁର୍ମୁଙ୍କୁ ଚ୍ୟାଲେଞ୍ଜ କରିବେ । ତଥାପି, ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ ବୋଲି ମନେ କରାଯାଉଛି । ଏହାର କାରଣ ହେଉଛି ଯେ ଏନଡିଏ ସଂଖ୍ୟାଗରିଷ୍ଠତାଠାରୁ ଅଳ୍ପ ଦୂରରେ ଥିବାବେଳେ ବିଜୁ ଜନତା ଦଳ, YSR କଂଗ୍ରେସ ଭଳି ଦଳ ସେମାନଙ୍କ ସମର୍ଥନ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ମୁର୍ମୁଙ୍କ ବିଜୟ ନିଶ୍ଚିତ ବୋଲି ମନେ କରାଯାଉଛି ।

ଏହା ବି ପଢ଼ନ୍ତୁ:-ସଙ୍ଗରୁର ଆସନରେ ହୋଇଥିବା ଉପନିର୍ବାଚନରେ କାହିଁକି ହାରିଲା ​​ଆମ ଆଦମୀ ପାର୍ଟି? କାରଣ କହିଲେ ଆପ୍ ସାଂସଦ

ଏହା ବି ପଢ଼ନ୍ତୁ:-ଯୁବକମାନଙ୍କୁ ବର୍ବାଦ କରିଦେବ ଅଗ୍ନିପଥ ଯୋଜନା, ୪ ବର୍ଷରେ ଫେରିବ ଯଦି ହେବନି ବାହାଘର: ମେଘାଳୟ ରାଜ୍ୟପାଳ

ଏହା ବି ପଢ଼ନ୍ତୁ:-ବିଜେପିରେ ମୁଖ୍ୟମନ୍ତ୍ରୀ ହେବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ନାହାଁନ୍ତି, ଦଳ ଏକାକୀ ନିର୍ବାଚନ ଲଢ଼ି ଦେଖୁ: JDU ବିଧାୟକ

ସୂଚନାଯୋଗ୍ୟ, ବିଜେପିର ସମସ୍ତ ସାଂସଦ ଓ ବିଧାୟକଙ୍କ ଭୋଟ ମିଶି ୪୮.୯ ପ୍ରତିଶତ ରହିଛି । ଅନ୍ୟପଟେ ବିରୋଧୀ ଦଳ ଓ ଅନ୍ୟ ଦଳ ପାଖରେ ୫୧.୧ ପ୍ରତିଶତ ଭୋଟ୍ ରହିଛି । ଏଥିପାଇଁ ବିଜେପିକୁ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜୁ ଜନତା ଦଳ ବା କିମ୍ବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସର ସମର୍ଥନର ଆବଶ୍ୟକତା ରହିଥିଲା । ବର୍ତ୍ତମାନ ଉଭୟ ଦଳ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ଘୋଷଣା କରିଛନ୍ତି । ସେହିପରି ବହୁଜନ ସମାଜବାଦୀ ପାର୍ଟି (BSP) ମଧ୍ୟ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛି । 

ଆପଣଙ୍କୁ କହିରଖୁଛୁ ଯେ, ବିରୋଧୀଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଅନେକ ପର୍ଯ୍ୟାୟର ଚର୍ଚ୍ଚା ହୋଇଥିଲା । ଏହା ପରେ ଯଶୱନ୍ତ ସିହ୍ନାଙ୍କ ନାମ ଉପରେ ମୋହର ଲାଗିଥିଲା । ତେବେ ତାଙ୍କୁ ନେଇ ମତଭେଦ ମଧ୍ୟ ଦେଖାଯାଉଛି ଓ ସିପିଏମର ବଙ୍ଗଳା ୟୁନିଟ୍ ତାଙ୍କ ନାମକୁ ବିରୋଧ କରି କହିଛି ଯେ ସେ ବିଜେପି ସହ ଜଡିତ ଥିଲେ । ତାଙ୍କ ନାମ ଉପରେ ନିଷ୍ପତ୍ତି ହେବା ପୂର୍ବରୁ ବିରୋଧୀ ଦଳ ଓ ମମତା ବାନାର୍ଜୀ ଶରଦ ପାୱାରଙ୍କୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତାଙ୍କ ବ୍ୟତୀତ ମହାତ୍ମା ଗାନ୍ଧୀଙ୍କ ନାତି ମଧ୍ୟ ପ୍ରାର୍ଥୀ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଏହି କାରଣରୁ ଶେଷରେ ଯଶୱନ୍ତ ସିହ୍ନାଙ୍କ ନାମରେ ସହମତି ହୋଇଥିଲା ।