Presidential Election 2022: କିନ୍ତୁ ଏହି ନିର୍ବାଚନ ସମୟରେ ୯ ଜଣ ସାଂସଦ ମତଦାନ କରି ନଥିଲେ । ଏହି ତାଲିକାରେ ବିଜେପି ସାଂସଦ ସନ୍ନି ଦେଓଲ (Sunny Deol) ଙ୍କ ନାମ ମଧ୍ୟ ସାମିଲ ରହିଛି । ପଞ୍ଜାବର ଗୁରୁଦାସପୁରର ବିଜେପି ସାଂସଦ ସନ୍ନି ଦେଓଲ ବିଦେଶରେ ଅଛନ୍ତି ଓ ଏଥିପାଇଁ ସେ ଏହି ନିର୍ବାଚନରେ ଭୋଟ୍ ଦେଇପାରି ନାହାଁନ୍ତି ।
Trending Photos
ନୂଆଦିଲ୍ଲୀ: Presidential Election 2022: ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅପରାହ୍ନ ୫ଟାରେ ଶେଷ ହୋଇଯାଇଛି । ଏହି ମତଦାନରେ ମୋଟ ୪,୮୦୦ ନିର୍ବାଚିତ ସାଂସଦ ଓ ବିଧାୟକ ଅଂଶଗ୍ରହଣ କରିଛନ୍ତି । ନିର୍ବାଚନରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କ ବିଜୟ ତଥା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କ ବସିବା ପ୍ରାୟ ନିଶ୍ଚିତ ହୋଇସାରିଛି । ୨୭ଟି ଦଳର ସମର୍ଥନ ସହିତ ଦ୍ରୌପଦୀ ମୁର୍ମୁଙ୍କ ପଲା ଭାରି ରହିଛି । ସେପଟେ କେବଳ ୧୪ଟି ଦଳର ସମର୍ଥନରେ ଯଶୱନ୍ତ ସିହ୍ନା (Yashwant Sinha) ଙ୍କୁ ପ୍ରାୟ ୩.୬୨ ଲକ୍ଷ ଭୋଟ୍ ମିଳିବ ବୋଲି ଆଶା କରାଯାଉଛି । ଜୁଲାଇ ୨୧ରେ ଫଳାଫଳ ଘୋଷଣା କରାଯିବ ।
କିନ୍ତୁ ଏହି ନିର୍ବାଚନ ସମୟରେ ୯ ଜଣ ସାଂସଦ ମତଦାନ କରି ନଥିଲେ । ଏହି ତାଲିକାରେ ବିଜେପି ସାଂସଦ ସନ୍ନି ଦେଓଲ (Sunny Deol) ଙ୍କ ନାମ ମଧ୍ୟ ସାମିଲ ରହିଛି । ପଞ୍ଜାବର ଗୁରୁଦାସପୁରର ବିଜେପି ସାଂସଦ ସନ୍ନି ଦେଓଲ ବିଦେଶରେ ଅଛନ୍ତି ଓ ଏଥିପାଇଁ ସେ ଏହି ନିର୍ବାଚନରେ ଭୋଟ୍ ଦେଇପାରି ନାହାଁନ୍ତି ।
ଏହା ବ୍ୟତୀତ ବିଏସପି ସାଂସଦ ଅତୁଲ ରାୟ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇନାହାଁନ୍ତି । ଅତୁଲ ରାୟ ଜେଲରେ ଅଛନ୍ତି ତେଣୁ ସେ ଭୋଟ୍ ଦେବାକୁ ଆସିପାରିନଥିଲେ । ଅନ୍ୟପକ୍ଷରେ ଶିବସେନାର ଗଜାନନ କୀର୍ତ୍ତିକାର, ଶିବସେନା ସାଂସଦ ହେମନ୍ତ ଗୋଡସେ, ବିଏସପି ସାଂସଦ ହାଜି ଫଜଲୁର ରେହମାନ, ସାଦିକ ରେହମାନ ଏବଂ ସୟଦ ଇମତିଆଜ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇପାରି ନାହାଁନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଦେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ମୋଟ ଭୋଟରଙ୍କ ସଂଖ୍ୟା ୯୯.୧୮ ପ୍ରତିଶତ ରହିଛି । ଏହି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି ।
ଏହା ବି ପଢ଼ନ୍ତୁ:-ଶେଷ ହେବ ସରକାରୀ କର୍ମଚାରୀଙ୍କ ଅପେକ୍ଷା, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍!
ଏହା ବି ପଢ଼ନ୍ତୁ:-କେଉଁଠି ମଟନ୍ ବିରିୟାନୀ ତ କେଉଁଠି ଚିକେନ୍, ଭାରତର ଏସବୁ ମନ୍ଦିରରେ ମିଳିଥାଏ ଆମିଷ ଭୋଗ
ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ପୁଣି ଲାଗିଲା ଜୋରଦାର ଝଟକା, ଶିବସେନାରୁ ଇସ୍ତଫା ଦେଲେ ଏହି ବଡ଼ ନେତା
ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନରେ ହୋଇଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ବହୁ ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀ ଭୋଟ୍ ଦେଇଛନ୍ତି । ଏହା ବ୍ୟତୀତ ଦେଶର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଭୋଟ୍ ଦେଇଛନ୍ତି । ଭୋଟ୍ ଦେବା ପରେ ସମସ୍ତ ରାଜ୍ୟରୁ ବାଲାଟ୍ ବାକ୍ସ ଦିଲ୍ଲୀ ଅଣାଯିବ ଓ ଜୁଲାଇ ୨୧ରେ ଭୋଟ୍ ଗଣିବା ପରେ ଦେଶର ନୂତନ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ଓ ବିରୋଧୀ ଦଳ ମିଳିତ ଭାବେ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ।