Next Himachal CM: ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଛି ଘମାସନ, କାହା ନାମରେ ଲାଗିବ ମୋହର?
Advertisement
Article Detail0/zeeodisha/odisha1480135

Next Himachal CM: ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଛି ଘମାସନ, କାହା ନାମରେ ଲାଗିବ ମୋହର?

Himachal Government Formation: କଂଗ୍ରେସ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳର ପ୍ରଚାର ସମିତି ଅଧ୍ୟକ୍ଷଙ୍କ ନାମରେ ମୋହର ମରାଯାଇଥିବା କୁହାଯାଉଛି। ହେଲେ ଏହାକୁ ଗ୍ରହଣ କରିପାରି ନାହାଁନ୍ତି ହିମାଚଳ ପ୍ରଦେଶ କଂଗ୍ରେସ ସଭାପତିଙ୍କ ସମର୍ଥକ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ନେଇ ହଙ୍ଗାମା କରିଛନ୍ତି କଂଗ୍ରେସ ସଭାପତିଙ୍କ ଗୋଷ୍ଠୀ। 

Next Himachal CM: ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଛି ଘମାସନ, କାହା ନାମରେ ଲାଗିବ ମୋହର?

Himachal CM Race: କିଏ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ହୋଇ ପାରୁନାହିଁ ସହମତି। ବିଧାନସଭା ନିର୍ବାଚନରେ ବାଜିମାତ କରିବା ପରେ ଏବେ ରାଜ୍ୟରେ ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଥିବା କଂଗ୍ରେସ ପାଇଁ ଏବେ ମୁଖ୍ୟମନ୍ତ୍ରୀ ଚୟନ କରିବା କାଠିକର ପାଠ ହୋଇଯାଇଛି।  ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଡିସେମ୍ବର ୧୦ ତାରିଖ ଶନିବାର ଅନୁଷ୍ଠିତ ହୋଇଯାଇଛି ବିଧାୟକ ଦଳ ବୈଠକ। 

ଏହା ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଚୟନ କରିବା ଦାୟିତ୍ୱ ହାଇକମାଣ୍ଡ ହାତରେ ନ୍ୟସ୍ତ କରାଯାଇଥିଲା। ହେଲେ ଶନିବାର ପୁଣି ଥରେ ରାଜଧାନୀ ସିମଲା ଠାରେ ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡରେ ରାଜ୍ୟ କଂଗ୍ରେସ ସଭାପତି ପ୍ରତିଭା ସିଂହ, ଦଳୀୟ ପ୍ରଚାର ସମିତି ଅଧ୍ୟକ୍ଷ ସୁଖବିନ୍ଦର ସିଂହ ସୁଖୁ ଏବଂ ୧୩ ତମ ବିଧାନସଭାରେ ବିରୋଧୀ ଦଳର ନେତା ମୁକେଶ ଅଗ୍ନିହୋତ୍ରୀ ସାମିଲ ହୋଇଛନ୍ତି। 

କଂଗ୍ରେସ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳର ପ୍ରଚାର ସମିତି ଅଧ୍ୟକ୍ଷ ସୁଖବିନ୍ଦର ସିଂହ ସୁଖୁଙ୍କ ନାମରେ ମୋହର ମରାଯାଇଥିବା କୁହାଯାଉଛି। ହେଲେ ଏହାକୁ ଗ୍ରହଣ କରିପାରି ନାହାଁନ୍ତି ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂହଙ୍କ ସମର୍ଥକ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ନେଇ ହଙ୍ଗାମା କରିଛନ୍ତି କଂଗ୍ରେସ ସଭାପତିଙ୍କ ଗୋଷ୍ଠୀ। ପ୍ରତିଭା ସିଂହଙ୍କ ଗୋଷ୍ଠୀରେ ୬-୮ ଜଣ ବିଧାୟକ ରହିଥିବା କୁହାଯାଉଛି।  

ମୁଖ୍ୟମନ୍ତ୍ରୀ କିଏ ହେବ ସେ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଳା। ଏନେଇ ପ୍ରଭାରୀ କହିଛନ୍ତି ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେବା ପାଇଁ ପ୍ରତିଭା ସିଂହ ଏବଂ ତାଙ୍କ ପୁଅ ବିକ୍ରମାଦିତ୍ୟ ବିଧାନସଭାରେ ପହଞ୍ଚିଛନ୍ତି। ପ୍ରତିଭା ସିଂହଙ୍କ ସମର୍ଥକମାନେ ସୁଖବିନ୍ଦର ସିଂ ସୁଖୁଙ୍କ ନାମକୁ ବିରୋଧ କରୁଛନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ନିଜେ ପ୍ରତିଭା ସିଂହ ମଧ୍ୟ ସୁଖବିନ୍ଦର ସିଂହ ସୁଖୁଙ୍କ ନାମକୁ ବିରୋଧ କରୁଛନ୍ତି।

ପ୍ରତିଭା ସିଂହଙ୍କ ସମର୍ଥକ ସୁଖବିନ୍ଦର ସିଂହ ସୁଖୁଙ୍କ ବିରୋଧରେ ନାରାବାଜି କରିବା ସହ "ହାଇକମାଣ୍ଡ ହାଏ ହାଏ," "ରାଣୀ ସାହିବା ଜିନ୍ଦବାଦ୍" ବୋଲି ସ୍ଲୋଗାନ ଦେଇଛନ୍ତି। ସମର୍ଥକଙ୍କ କାରଣରୁ କଂଗ୍ରେସ ବିଧାୟକ ଦଳ ବୈଠକ ଡେରି ହୋଇଛି। ମୁଖ୍ୟମନନ୍ତ୍ରୀ ନିଜ ନାଁ ଘୋଷଣା କରାଯିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ସୁଖବିନ୍ଦର ସିଂହ ସୁଖୁ। ଏନେଇ ସେ କହିଛନ୍ତି  ଶନିବାର ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଡକାଯାଇଛି। ମୁଖ୍ୟମନ୍ତ୍ରୀ କିଏ ହେବେ ସେ ସମ୍ପର୍କରେ ହାଇକମାଣ୍ଡ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ମୋତେ କିଛି ଜଣାନାହିଁ। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ଲାଗି ସୁଖୁଙ୍କ ନାଁ ଉପରେ କଂଗ୍ରେସ ହାଇକମାଣ୍ଡ ମୋହର ମାରିଥିବା ଚର୍ଚ୍ଚା ହେଉଛି ଦଳର ଅନ୍ୟ ନେତାଙ୍କ ସହ ଚର୍ଚ୍ଚା କରାଯିବା
ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାଁ ଘୋଷଣା କରାଯିବ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରତିଭା ସିଂହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡରୁ ବାହାରି ଯାଇଥିବା କୁହାଯାଉଛି। କେବଳ ବିଧାୟକଙ୍କ ମଧ୍ୟରୁ ଜଣେ କିଏ ମୁଖ୍ୟମନ୍ତ୍ରୀ ରହିବେ। ଏହା ବ୍ୟତୀତ ଏଥର ହିମାଚଳ ପ୍ରଦେଶକୁ ଜଣେ ଉପମୁଖ୍ୟମନ୍ତ୍ରୀ ମିଳିବେ। ଆସନ୍ତାକାଲି ହିମାଚଳ ପ୍ରଦେଶରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ। କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ ପ୍ରତିଭା ସିଂହ, ସୁଖବିନ୍ଦର ସିଂହ ସୁଖୁ ଏବଂ ମୁକେଶ ଅଗ୍ନିହୋତ୍ରୀ ପରସ୍ପର ସହ କଥା ହୋଇଛନ୍ତି। କେବଳ ସେତିକି ନୁହେଁ ପ୍ରତିଭା ସିଂହ ଏବଂ ମୁକେଶ ଅଗ୍ନିହୋତ୍ରୀ ହିମାଚଳ ପ୍ରଦେଶ କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଳାଙ୍କୁ ମଧ୍ୟ ଭେଟିଛନ୍ତି।

ବିଧାୟକ ଦଳ ବୈଠକରେ ଯୋଗ ଦେବା ପୂର୍ବରୁ କଂଗ୍ରେସ ନେତା ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି ଆମେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ରାଜନୈତିକ ସାମ୍ରାଜ୍ୟକୁ ଆଗକୁ ନେଉଛୁ। କଂଗ୍ରେସ ଦଳ ସମସ୍ତ ଲୋକଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି କରି ଆଗକୁ ବଢୁଛି। ଆମେ ସମସ୍ତେ କଂଗ୍ରେସ ଦଳର ପ୍ରତିନିଧିତ୍ୱ କରୁଛୁ।