Political Party Donation: କଂଗ୍ରେସ ଅପେକ୍ଷା ୬ ଗୁଣା ଅଧିକ ଚାନ୍ଦା ହାତେଇଲା ବିଜେପି, ୨୦୨୧-୨୨ ବର୍ଷରେ ଦଳକୁ ମିଳିଛି ୬୧୪ କୋଟି ଟଙ୍କା
Advertisement

Political Party Donation: କଂଗ୍ରେସ ଅପେକ୍ଷା ୬ ଗୁଣା ଅଧିକ ଚାନ୍ଦା ହାତେଇଲା ବିଜେପି, ୨୦୨୧-୨୨ ବର୍ଷରେ ଦଳକୁ ମିଳିଛି ୬୧୪ କୋଟି ଟଙ୍କା

Political Parties of India: ଲୋକ ପ୍ରତିନିଧି ଅଧିନିୟମ ୧୯୫୧ ଅନୁଯାୟୀ ସମସ୍ତ ରାଜନୈତିକ ଦଳ ସେମାନଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ତଥା ସଂସ୍ଥା ପକ୍ଷରୁ ମିଳିଥିବା ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ପାଣ୍ଠିର ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଏହି ନିୟମ ଆଧାରରେ ସମସ୍ତ ରାଜନୈତିକ ଦଳ ସେମାନଙ୍କୁ ମିଳିଥିବା ଦଳୀୟ ପାଣ୍ଠି ସମ୍ପର୍କିତ ରିପୋର୍ଟ ନିର୍ବାଚନ ଆୟୋଗ ପାଖରେ ଦାଖଲ କରିଥାନ୍ତି। 

Political Party Donation: କଂଗ୍ରେସ ଅପେକ୍ଷା ୬ ଗୁଣା ଅଧିକ ଚାନ୍ଦା ହାତେଇଲା ବିଜେପି, ୨୦୨୧-୨୨ ବର୍ଷରେ ଦଳକୁ ମିଳିଛି ୬୧୪ କୋଟି ଟଙ୍କା

Political Party Donation News: ନିର୍ବଚନ ପରେ ଏବେ ଆଉ ଏକ କ୍ଷେତ୍ରରେ ସଫଳତା ହାସଲ କରିଛି ବିଶ୍ୱର ସର୍ବବୃହତ ରାଜନୈ ତିକ ଦଳ ବିଜେପି। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଶାସକ ବିଜେପିକୁ ୬୧୪.୫୩ କୋଟି ଟଙ୍କାର ଦଳୀୟ ପାଣ୍ଠି ମିଳିଛି। ଯାହା ବିରୋଧୀ କଂଗ୍ରେସ ଦ୍ୱାରା ଯୋଗାଡ଼ କରାଯାଇଥିବା ପାଣ୍ଠିର ପରିମାଣ ଠାରୁ ପ୍ରାୟ ୬ ଗୁଣ ଅଧିକ। ନିର୍ବାଚନ ଆୟୋଗ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ କଂଗ୍ରେସକୁ ୯୫.୪୬ କୋଟି ଟଙ୍କାର ପାଣ୍ଠି ମିଳିଛି। ଦଳୀୟ ପାଣ୍ଠି ସଂଗ୍ରହ କରିବା ମାମଲାରେ ବିଜେପି କଂଗ୍ରେସକୁ ବହୁ ପଛରେ ପକାଇ ଦେଇଛି। ଅନ୍ୟ ରାଜନୈତିକ ଦଳୀୟ ପାଣ୍ଠି ସଂଗ୍ରହ ମାମଲାରେ ବିଜେପି ଠାରୁ ବହୁ ପଛରେ ରହିଥିବାର ଜଣାପଡ଼ିଛି।

ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗରେ (West Bengal) କ୍ଷମତାସୀନ ତୃଣମୂଳ କଂଗ୍ରେସ (Trinamool Congress) ଏହି ସମୟ ମଧ୍ୟରେ ୪୩ ଲକ୍ଷ ଟଙ୍କାର ଚାନ୍ଦା ପାଇଛି। ସେହିପରି ସିପିଏମ (CPM) ୧୦.୦୫ କୋଟି ଟଙ୍କାର ପାଣ୍ଠି ପାଇଛି। ବର୍ତ୍ତମାନ ସିପିଏମ ନେତୃତ୍ୱାଧିନ ଏଲଡିଏଫ ସରକାର (CPM led LDF Govt) କେରଳରେ (Kerala) ଶାସନ କରୁଛି। ଆମେ ଆପଣଙ୍କୁ ଜଣାଉଛୁ ଯେ ନିକଟରେ ଦେଶର ୪ ଜାତୀୟ ଦଳ (National Party) ନିର୍ବାଚନ ଆୟୋଗ (Election Commission) ପାଖରେ ସେମାନଙ୍କୁ ମିଳିଥିବା ପାଣ୍ଠି ସମ୍ପର୍କରେ ସଦ୍ୟତମ ରିପୋର୍ଟ ଉପସ୍ଥାପନ କରିଛନ୍ତି। ନିର୍ବାଚନ କମିଶନ ମଙ୍ଗଳବାର ରାଜନୈତିକ ଦଳକୁ ମିଳିଥିବା ଦଳୀୟ ପାଣ୍ଠି ସମ୍ପର୍କିତ ଦସ୍ତାବିଜ ସାର୍ବଜନୀନ କରିଛନ୍ତି। 

ଯଦି ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାସୀନ ଥିବା ଆମ୍ ଆଦମୀ ପାର୍ଟି (Aam Adami Party) କଥା କୁହାଯାଏ, ତାହେଲେ ଦଳ, ଦଳୀୟ ପାଣ୍ଠି ସଂଗ୍ରହ କରିବା ମାମଲାରେ ବିଜେପି (BJP) ଏବଂ କଂଗ୍ରେସ (Congress) ପରେ ତୃତୀୟ ସ୍ଥାନରେ ରହିଛି। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଆପ୍ ୪୪.୪୫ କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିଛି। ଆପ୍ କ୍ରମାଗତ ଭାବେ ନିଜର ଦଳୀୟ ସଙ୍ଗଠନକୁ ବିସ୍ତାର କରୁଛି। ଆପ୍ ଦାବି କରିଛି ଯେ ଦଳ ଏଥର ଗୁଜୁରାଟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବ।

ଲୋକ ପ୍ରତିନିଧି ଅଧିନିୟମ ୧୯୫୧ (Representation of the People Act 1951) ଅନୁଯାୟୀ ସମସ୍ତ ରାଜନୈତିକ ଦଳ ସେମାନଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ତଥା ସଂସ୍ଥା ପକ୍ଷରୁ ମିଳିଥିବା ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ପାଣ୍ଠିର ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଏହି ନିୟମ ଆଧାରରେ ସମସ୍ତ ରାଜନୈତିକ ଦଳ ସେମାନଙ୍କୁ ମିଳିଥିବା ଦଳୀୟ ପାଣ୍ଠି ସମ୍ପର୍କିତ ରିପୋର୍ଟ ନିର୍ବାଚନ ଆୟୋଗ ପାଖରେ ଦାଖଲ କରିଥାନ୍ତି। ବର୍ତ୍ତମାନ ଦେଶରେ ୭ ରାଜନୈତିକ ଦଳ ରହିଛନ୍ତି। ସେମାନେ ହେଉଛନ୍ତି...

  • ବିଜେପି (BJP)
  • ବିଏସପି (BSP)
  • ଟିଏମସି (TMC)
  • କଂଗ୍ରେସ (Congress)
  • ଏନସିପି (NCP)
  • ସିପିଆଇ (CPI)
  • ସିପିଏମ (CPM)